ମାଓବାଦୀଙ୍କ ବର୍ବରକାଣ୍ଡ , ୩ ଜଣଙ୍କୁ ହତ୍ୟା ସହ ୧୨ ଜଣଙ୍କୁ ଅପହରଣ

Key Points
ପେନ୍ଥାକୋର୍ମା ଗାଁରେ ଆତ୍ମସମର୍ପଣକାରୀକାରୀ ନକ୍ସଲ ନେତାଙ୍କ ପରିବାରର ଜଣେ ଛାତ୍ର ସମେତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଝିଙ୍ଗୁ ମୋଡିୟମ୍, ସୋମା ମୋଡିୟମ୍ ଏବଂ ଅନିଲ ମାଡଭି ।
ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ୩ ଜଣଙ୍କୁ ହତ୍ୟା ସହ ୧୨ ଜଣଙ୍କୁ ଅପହରଣ । ପେନ୍ଥାକୋର୍ମା ଗାଁରେ ଆତ୍ମସମର୍ପଣକାରୀକାରୀ ନକ୍ସଲ ନେତାଙ୍କ ପରିବାରର ଜଣେ ଛାତ୍ର ସମେତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଝିଙ୍ଗୁ ମୋଡିୟମ୍, ସୋମା ମୋଡିୟମ୍ ଏବଂ ଅନିଲ ମାଡଭି । ଏମାନଙ୍କ ବ୍ୟତୀତ ନକ୍ସଲ ମାନେ ୭ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବେ ମାଡ଼ ମାରିଥିବାବେଳେ ୧୨ ଜଣ ଗ୍ରାମବାସୀଙ୍କୁ ଅପହରଣ କରିଛନ୍ତି ।
ନକ୍ସଲ ମାନେ ହତ୍ୟା କରିଥିବା ଗ୍ରାମବାସୀଙ୍କ ମଧ୍ୟରୁ ଦୁଇ ଜଣ ଆତ୍ମମର୍ପଣକାରୀ ନକ୍ସଲ ନେତା ଦିନେଶ ମୋଡିୟମଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ନକ୍ସଲ ନେତା ଭେଲା ଏବଂ ତାଙ୍କ ଦଳ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟାଇଛନ୍ତି ବୋଲି ସୂଚନା ମିଳିଛି । ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।