Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

MAO ENCOUNTER / ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ

Bikash Mohanty
Browse all articles by Bikash Mohanty
·5 months ago·2 min read
ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ
MAO ENCOUNTER

Key Points

ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା
ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ
ମାଓ ସଂଗଠନକୁ ଆଉ ଲାଗିଛି ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ। ଏମାନଙ୍କ ମଧ୍ୟରେ ୧ କୋଟି ପୁରସ୍କାର ଘୋଷଣା ହୋଇଥିବା ଜଣେ କୁଖ୍ୟାତ ମାଓନେତା ଅନଲଦା ବି ନିହତ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବାକୁ ଝାଡ଼ଖଣ୍ଡ ଜାଗୁଆର, କୋବ୍ରା ବାହିନୀ ଓ ସିଆରପିଏଫ୍‌ ପକ୍ଷରୁ ଅପରେସନ୍‌କୁ ଜୋରଦାର କରାଯାଇଛି। ଗୁରୁବାର ପଶ୍ଚିମ ସିଂହଭୂମି ଛୋଟାନାଗରାରେ ନକ୍ସଲ ଓ ଯବାନ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଏରିଆ କମାଣ୍ଡର ଅନଲ୍‌ ଦା’ ଓରଫ ପତିରାମ ମାଝି ସହ ୧୫ ନକ୍ସଲ ନିହତ ହୋଇଛନ୍ତି

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବା ପାଇଁ ଅପରେସନ୍‌କୁ ଜୋରଦାର କରାଯାଇଛି। ପଶ୍ଚିମ ସିଂହଭୂମ ଛୋଟନାଗରାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ନକ୍ସଲ ସଙ୍ଗଠନର ଶୀର୍ଷ ନେତା ଏରିଆ କମାଣ୍ଡର ୧୫ ନକ୍ସଲ ନିହତ ହୋଇଛନ୍ତି। ୧୧ ଅନଦା ଓରଫ୍ ପତିରାମ ମାଝୀ ସହ ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟ ୪ ଜଣଙ୍କ ପରିଚୟ ମିଳିପାରିନି। ନିହତ ଅନଲଦା ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାର ୧ କୋଟି ୨୦ ଳକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ୧୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ।

ସରଣ୍ଡାର ଛୋଟନାଗରାରେ ଏରିଆ କମାଣ୍ଡର ଅନଲଦା ନେତୃତ୍ବରେ ନକ୍ସଲ ସଙ୍ଗଠନ ଏକବଡ଼ଧରଣର ହିଂସାକାଣ୍ଡ ପାଇଁ ଯୋଜନା କରୁଥିବା ଗୁପ୍ତ ସୂଚନା ମିଳିଥିଲା। ଗୁଇନ୍ଦା ସୂତ୍ର ଆଧାରରେ କୋବ୍ରାବାହିନୀ, ଜାଗୁଆର୍ ଓ ସିଆରପିଏଫ୍ ପକ୍ଷରୁ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଇଥିଲା। ନକ୍ସଲମାନେ ସେଠାରୁ ଖସିଯିବାକୁ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ଗୁଳି ଚଳାଇଥିଲେ । ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଦୁର୍ଦ୍ଦାନ୍ତ ନକ୍ସଲ ନେତା ମଚ୍ଛୁ ଓ ତା'ର କିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ । ଏ ସଂପର୍କରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି, ସୀମାନ୍ତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ାନଜର ରଖାଯିବା ସହ କବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

ପୂର୍ବରୁ ୧ କୋଟି ପୁରସ୍କାର ଘୋଷଣା କରାଯାଇଥିବା ମାଓ ନେତା ସୁଶାନ୍ତ ବୋଷକୁ ଗିରଫ କରାଯାଇଥିଲା। କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଝାଡ଼ଖଣ୍ଡରୁ ଖସିଯାଇ ତେଲେଙ୍ଗାନା ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା | ତା’ ମୁଣ୍ଡ ଉପରେ ସରକାର ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଦୁର୍ଦ୍ଦାନ୍ତ ନକ୍ସଲ ନେତା ଅନୁଜ ଓରଫ୍ ସହଦେବ ସୋରେନ ହଜାରିବାଗରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ନିହତ ହୋଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MAO ENCOUNTER | MAO ENCOUNTER | Major Setback to Maoist Organization: 15 Maoists Killed in Encounter | Argus News