Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶାହଙ୍କ ଦମ୍ଭୋକ୍ତି, ୨୬ ସୁଦ୍ଧା ସଫା ହେବେ ନକ୍ସଲ

National

ଶାହଙ୍କ ଦମ୍ଭୋକ୍ତି, ୨୬ ସୁଦ୍ଧା ସଫା ହେବେ ନକ୍ସଲ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଶାହଙ୍କ ଦମ୍ଭୋକ୍ତି, ୨୬ ସୁଦ୍ଧା ସଫା ହେବେ ନକ୍ସଲ

Key Points

  • ଶାହଙ୍କ ଦମ୍ଭୋକ୍ତି, ୨୬ ସୁଦ୍ଧା ସଫା ହେବେ ନକ୍ସଲ
  • ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଦେଲେ ବଡ଼ ଟାସ୍କ

ଅର୍ଗସ ବ୍ୟୁରୋ: ମାଓବାଦୀକୁ ନେଇ ଶାହଙ୍କ ବଡ଼ ବୟାନ । କହିଲେ, ୨୬ ସୁଦ୍ଧା ନିପାତ ହେବେ ମାଓବାଦୀ । କେମିତି ଦେଶରେ ନକ୍ସଲ ନିପାତ ହେବେ ସେନେଇ ନୂଆ ରଣନୀତି କରାଯାଇଛି । ଖାଲି ଏତିକି ନୁହେଁ ଦିଲ୍ଲୀରେ ମାଓ ସମୀକ୍ଷା ବୈଠକରେ ଟାର୍ଗେଟ୍‌କୁ ଦୋହରାଇବା ସହ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ବି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବାକୁ ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ।

ରାଜ୍ୟରେ କେମିତି ମାଓବାଦୀର ମୂଳପୋଛ ହେବ ସେନେଇ କେନ୍ଦ୍ର ସରାକର ଓ ରାଜ୍ୟ ସରକାର ନୂଆ ରଣନୀତି ଆପଣାଇଛନ୍ତି । ସେଇଥି ଲାଗି ତ ରାଜ୍ୟରେ ମାଓମୁକ୍ତ ଅପରେସନକୁ ତୀବ୍ର କରିବାକୁ ଓଡ଼ିଶା ପକ୍ଷରୁ ୧୨ କଂପାନୀ CAPF ଓ ହେଲିକପ୍ଟର ମଗାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ମିଶନ୍ ୨୬ର ଦମ୍ଭୋକ୍ତିକୁ ବି ଦୋହରାଇଛନ୍ତି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ସେପଟେ ଶାହ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ଏବେ ଶେଷ ଚରଣରେ ପହଞ୍ଚିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରେ ମାଓ ସମସ୍ୟାର ମୂଳୋତ୍ପାଟନ ଦିଗରେ କେବଳ ଯାହା ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି । ଛତିଶଗଡ଼ ଉଦାହରଣ ରଖି କହିଥିଲେ, ରଣନୀତି ମୁତାବକ ଜାନୁଆରୀରୁ ଏଯାଏଁ ସେଠି ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଗଲାଣି, ୮୦୧ ନକ୍ସଲ ଗିରଫ ଏବଂ ୭୪୨ ଜଣ ଆତ୍ମସମର୍ପଣ କଲେଣି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଂଗ୍ରେସ ସରକାର ଥିବା ବେଳେ ଭୟଙ୍କର ଭାବରେ ବଢିଥିଲା ନକ୍ସଲଙ୍କ ଉପଦ୍ରବ । ହେଲେ ବିଜେପି ସରକାରକୁ ଆସିବା ପରେ ଏହା ବହୁ ସଂଖ୍ୟାରେ କମିଛି । ଦେଶରେ ଏବେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୯୬ରୁ ୧୬କୁ ଖସିଆସିଛି । ତେଣୁ ଫାଇନାଲ୍ ପୁସ୍ ଦେଇ ଏବେ ଏହାକୁ ଶେଷ କରିବାକୁ ପଡ଼ିବ । ଆଇଡୋଲୋଜି ନାଁରେ ଆଉ ହତ୍ୟା ହେବନାହିଁ ବୋଲି ସଂକଳ୍ପ ନେବାକୁ ପଡ଼ିବ ବୋଲି କହି ନକ୍ସଲମାନଙ୍କୁ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଶାହ ।

ମାଓ ମୁକାବିଲାକୁ ନେଇ ତତ୍ପର କେନ୍ଦ୍ର ସରକାର । ସେଇଥି ଲାଗି ତ ଉଚ୍ଚସ୍ତରୀୟ ବୈଠକରେ ପ୍ରତି ମାସରେ ଥରେ ମୁଖ୍ୟମନ୍ତ୍ରୀ ଓ ପ୍ରତି ୧୫ ଦିନରେ ଥରେ ଡିଜିପି ମାଓ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ଜିଲ୍ଲାସ୍ତରରେ ଡିଜିପିମାନେ ମାସକୁ ଥରେ ପ୍ରଭାବିତ ଅଞ୍ଚଳକୁ ଯାଇ ରାତ୍ରିଯାପନ କରିବାକୁ ବି ପରାମର୍ଶ ଦେଇଛନ୍ତି । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣାର ମାତ୍ର ୩ଦିନ ପରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶା, ଛତିଶଗଡ଼ ସମେତ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟରେ ମାଓ ଅପରେସନକୁ ତୀବ୍ର କରିବାକୁ କେନ୍ଦ୍ର ପାଖରେ ୧୨ କଂପାନୀ ସିଏପିଏଫ୍ ଓ ହେଲିକପ୍ଟର ପାଇଁ ଦାବି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
 

Sponsored
Home Minister Amit Shah | Argus News