ବିଜାପୁରରେ ମାଓ ହିଂସା , ୩୦ ମିନିଟ ଧରି ବସ୍ ଯାତ୍ରୀଙ୍କୁ ବନ୍ଧକ ରଖିଲେ ମାଓବାଦୀ
·1 year ago·1 min read

Key Points
ଛତିଶଗଡ଼ ବିଜାପୁରରେ ମାଓ ହିଂସା
NG 63 ରେ ମାଲ ବୋଝେଇ ଟ୍ରକକୁ ଜାଳିଲେ
୩୦ ମିନିଟ ଧରି ବସ୍ ଯାତ୍ରୀଙ୍କୁ ବନ୍ଧକ ରଖିଲେ ମାଓବାଦୀ
ଛତିଶଗଡ଼ ବିଜାପୁରରେ ମାଓ ହିଂସା । ଜାଳିଲେ ଟ୍ରକ ,୩୦ ମିନିଟ ଧରି ବସ୍ ଯାତ୍ରୀଙ୍କୁ ବନ୍ଧକ ରଖିଲେ ମାଓବାଦୀ । ବିଜାପୁର ଭୈରମଗଡ଼ ଠାରୁ ପାଞ୍ଚ କିଲୋମିଟର ଦୂର NG 63 ରେ ଏକ ମାଲ ବୋଝେଇ ଟ୍ରକକୁ ଜଳିଦେଲେ ମାଓବାଦୀ । ଟ୍ରକରେ ପିଆଜ ଲୋଡ ଥିବା ବେଳେ ମାଓ ହିଂସା ସମୟରେ ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହନକୁ ପ୍ରାୟ 30 ମିନିଟ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ ଲାଲ ବାହିନୀ । ଅଟକିଥିବା ଯାନବାହନ ମଧ୍ୟରେ ଗୋଟିଏ ଯାତ୍ରୀବାହି ବସ୍ ଥିଲା ।
ବସ୍ ଟି ଜଗଦଲପୁରରୁ ବିଜାପୁର ଯାଉଥିବା ବେଳେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ୩୦ ମିନିଟ ଧରି ବନ୍ଧକ କରି ରଖିଥିଲେ ମାଓବାଦୀ । ପରେ ଯାତ୍ରୀ ଓ ବସ୍ ଚାଳକଙ୍କୁ ପଚରାଉଚରା କରି ଛାଡ଼ିଦେଇଥିଲେ ମାଓବାଦୀ । ଘଟଣା ସମ୍ପର୍କରେ ସୁରକ୍ଷା ବାହିନୀ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ଟ୍ରକର ନିଆଁ ଲିଭାଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: