ନିପାତ ହେଲା କୋଟିଏ ଟଙ୍କିଆ ମାଓବାଦୀ

Key Points
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା
ନିପାତ ହେଲା ମାଓନେତା ସୁଧାକର
ସୁଧାକର ଉପରେ କୋଟିଏ ଟଙ୍କାର ପୁରସ୍କାର ରହିଥିଲା
ପୁଣି ଛିତିଶଗଡରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା। ନିପାତ ହେଲା ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକର । ଜାତୀୟ ଉଦ୍ୟାନ ଅଞ୍ଚଳରେ ନକ୍ସଲ ବିରୋଧରେ DRG ଏବଂ STF ମିଳିତ ଅପରେସନ ବେଳେ ସୁଧାକରକୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ। ସରକାର ସୁଧାକର ଉପରେ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ସେ ବହୁ ବଡ଼ ଆକ୍ରମଣର ମାଷ୍ଟରମାଇଣ୍ଡ ରହିଥିଲା। ଏହି ଅପରେସନରେ ତାର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବିଜାପୁର ପୁଲିସ ଅଧୀକ୍ଷକ ଡକ୍ଟର ଜିତେନ୍ଦ୍ର ଯାଦବ ।
ସମ୍ପୃକ୍ତ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଏନକାଉଣ୍ଟର ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁଧାକର ନକ୍ସଲବାଦୀଙ୍କ କେନ୍ଦ୍ରୀୟ କମିଟି (ସିସି)ର ସଦସ୍ୟ ଥିଲେ। ବିଭିନ୍ନ ରାଜ୍ୟର ପୋଲିସ ମଧ୍ୟ ତାଙ୍କୁ ଖୋଜୁଥିଲା। ସୁଧାକର ମୂଳତଃ ଆନ୍ଧ୍ରପ୍ରଦେଶର ଚିନ୍ତାପାଲୁଡି (ଚିନ୍ତାପାଲି)ର ବାସିନ୍ଦା ଥିଲା। ସେ ମାଓ ସଂଗଠନର ବିଚାରଧାରା, ନୀତି ଏବଂ ପ୍ରଚାର ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ହୋଇଥିଲା। ସେ ନକ୍ସଲ ଟ୍ରେନିଂ ଦେଉଥିଲେ। ସେ ଗତ କିଛି ବର୍ଷ ଧରି ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନକ୍ସଲ ସଂଗଠନକୁ ପରିଚାଳନା କରୁଥିଲା।