Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bank Closed / ସାବଧାନ ! ମାର୍ଚ୍ଚ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ

Ritu Das
Browse all articles by Ritu Das
·4 months ago·2 min read
ସାବଧାନ ! ମାର୍ଚ୍ଚ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ
India

Key Points

୨୦୨୬ ମାର୍ଚ୍ଚ ମାସରେ ବିଭିନ୍ନ ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟି ଯୋଗୁଁ ମୋଟ୍ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ।
ଶେଷ ହେବାକୁ ଯାଉଛି ଫେବୃଆରୀ ମାସ ଏବଂ ମାର୍ଚ୍ଚ ମାସ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଯଦି ଆପଣଙ୍କର ଆସନ୍ତା ମାର୍ଚ୍ଚ ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ୨୦୨୬ ମାର୍ଚ୍ଚ ମାସରେ ବିଭିନ୍ନ ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟି ଯୋଗୁଁ ମୋଟ୍ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ। ଅନେକ କାମ ପାଇଁ ଆମକୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିଥାଏ, ତେଣୁ ଛୁଟି ତାଲିକା ନଜାଣିଲେ ଆପଣ ହଇରାଣ ହୋଇପାରନ୍ତି । ଆସନ୍ତୁ ନଜର ପକାଇବା ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା ଉପରେ...

୧ ମାର୍ଚ୍ଚରେ ରବିବାର ପଡ଼ୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୨ ମାର୍ଚ୍ଚରେ ହୋଲିକା ଦହନ ପାଇଁ କାନପୁର ଓ ଲକ୍ଷ୍ନୌରେ ବ୍ୟାଙ୍କ ଖୋଲା ରହିବ ନାହିଁ
୩ ମାର୍ଚ୍ଚରେ ହୋଲିଭୋପାଳ, ମୁମ୍ବାଇ, ପାଟନା, କଲିକତା ଆଦି ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।
୪ ମାର୍ଚ୍ଚରେ ହୋଲି ପାଇଁ ଭୁବନେଶ୍ୱର, ଦିଲ୍ଲୀ, ଚଣ୍ଡିଗଡ଼, ଅହମ୍ମଦାବାଦରେ ବନ୍ଦ ରହିବ ବ୍ୟାଙ୍କ
୮ ମାର୍ଚ୍ଚ ରବିବାର ପଡ଼ୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
୧୩ ମାର୍ଚ୍ଚରେ ଚାପଚର କୁଟ ପାଇଁ ଆଇଜ୍ୱାଲରେ ବ୍ୟାଙ୍କ ବନ୍ଦ ।
୧୪ ମାର୍ଚ୍ଚ ଦ୍ୱିତୀୟ ଶନିବାର, ତେଣୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
ସାରା ଦେଶ ୧୫ ମାର୍ଚ୍ଚ ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
୧୭ ମାର୍ଚ୍ଚରେ ଶବ୍-ଏ-କଦର ପାଇଁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ।
୧୯ ମାର୍ଚ୍ଚ ଗୁଡ଼ି ପାଡ଼ୱା/ଉଗାଦି ଆଦି ପର୍ବ ପାଇଁମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଭଳି ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ ।
୨୦ ମାର୍ଚ୍ଚ ଇଦ୍-ଉଲ୍-ଫିତର/ଜୁମାତ-ଉଲ୍-ବିଦାଜାମ୍ମୁ ପାଇଁ କୋଚି, ଶ୍ରୀନଗର, ତିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ।
୨୧ ମାର୍ଚ୍ଚରେ ରମଜାନ ଇଦ୍/ସରହୁଲ ପାଇଁ ଅଧିକାଂଶ ସହରରେ ବ୍ୟାଙ୍କ ବନ୍ଦ ।
୨୨ ମାର୍ଚ୍ଚ ରବିବାର ପଡ଼ୁଥବାରୁ ସାରା ଦେଶ ବନ୍ଦ ରହିବ ବ୍ୟାଙ୍କ ।
୨୬ ମାର୍ଚ୍ଚରେ ପବିତ୍ର କାରଣରୁ ବଡ଼ ସହରମାନଙ୍କରେ ବ୍ୟାଙ୍କ ବନ୍ଦ ।
୨୭ ମାର୍ଚ୍ଚରାମ ନବମୀ ପାଇଁ କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ ସରକାରୀ ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
୨୮ ମାର୍ଚ୍ଚ ଚତୁର୍ଥ ବା ଶେଷ ଶନିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
୨୯ ମାର୍ଚ୍ଚ ରବିବାର ପାଇଁ ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ
୩୧ ମାର୍ଚ୍ଚ ମହାବୀର ଜୟନ୍ତୀ ପାଇଁ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ ।

କହିରଖୁକି କି, ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସେବା ଜାରି ରହିବ । ଯଦି ଆପଣଙ୍କର କୌଣସି ଚେକ୍ କ୍ଲିୟରାନ୍ସ କିମ୍ବା ବଡ଼ ଧରଣର ନେଣଦେଣ ଅଛି, ତେବେ ଏହି ତାଲିକାକୁ ଦେଖି ଆଗୁଆ ବ୍ୟାଙ୍କ କାମ ସାରିଦିଅନ୍ତୁ । ସ୍ଥାନୀୟ ପର୍ବପର୍ବାଣୀ ଅନୁସାରେ, ବିଭିନ୍ନ ରାଜ୍ୟରେ ଛୁଟିର ଦିନ ଅଲଗା ଅଲଗା ହୋଇପାରେ । ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ନିଜ ଶାଖା ସହ ଯୋଗାଯୋଗ କରନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
March 2026: Banks to Remain Closed for 18 Days – Check Complete Holiday List | Argus News