Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଜାରରେ ସୁଧାର, ସେନସେକ୍ସ ୫୩୫ ପଏଣ୍ଟ ବୃଦ୍ଧି

Ritu Das
Browse all articles by Ritu Das
·1 year ago·1 min read
ବଜାରରେ ସୁଧାର, ସେନସେକ୍ସ ୫୩୫ ପଏଣ୍ଟ ବୃଦ୍ଧି

ଅର୍ଗସ ବ୍ୟୁରୋ: ସୋମବାର ବଡ଼ ଧରଣର ହ୍ରାସ ପରେ ଆଜି ଭାରତୀୟ ଷ୍ଟକ ବଜାରରେ ଭଲ ସୁଧାର ଦେଖିବାକୁ ମିଳିଛି। ମଙ୍ଗଳବାର ବିଏସ୍‌ଇରେ ସେନସେକ୍ସ ୫୩୫.୨୪ ପଏଣ୍ଟ (୦.୭୧%) ବୃଦ୍ଧି ପାଇ ୭୫,୯୦୧.୪୧ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଏନଏସ୍‌ଇ ନିଫ୍ଟି ୫୦ ଇଣ୍ଡେକ୍ସ ମଧ୍ୟ ୧୨୮.୧୦ ପଏଣ୍ଟ (୦.୫୬%) ବୃଦ୍ଧି ପାଇ ୨୨,୯୫୭.୨୫ ପଏଣ୍ଟରେ ବନ୍ଦ ହୋଇଛି। ସୋମବାର ସେନସେକ୍ସ ୮୨୪.୨୯ ପଏଣ୍ଟ ହ୍ରାସ ପାଇ ୭୫,୩୬୬.୧୭ ପଏଣ୍ଟ ଓ ନିଫ୍ଟି ୨୬୩.୦୫ ପଏଣ୍ଟ ହ୍ରାସ ପାଇ ୨୨,୮୨୯.୧୫ ପଏଣ୍ଟରେ ବନ୍ଦ ହୋଇଛି।


ମଙ୍ଗଳବାର ସେନସେକ୍ସର ୩୦ଟି ଷ୍ଟକ୍ ମଧ୍ୟରୁ ୧୯ଟି କମ୍ପାନିର ସେୟାର ବୃଦ୍ଧି ହୋଇଥିବା ବେଳେ ଅବଶିଷ୍ଟ ୧୧ଟି କମ୍ପାନିର ସେୟାର ହ୍ରାସ ସହ ଲାଲ ରଙ୍ଗରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ୫୦ ଟି କମ୍ପାନୀର ୫୦ଟି ଷ୍ଟକ ମଧ୍ୟରୁ ୨୮ଟି ବଜାର ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ଅବଶିଷ୍ଟ ୨୨ଟି କମ୍ପାନୀ କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଛି । ସେନ୍ସେକ୍ସରେ ବଜାଜ ଫାଇନାନ୍ସ ୪.୩୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସନ ଫାର୍ମା ୪.୧୯ ପ୍ରତିଶତ ବୃଦ୍ଧି ପାଇ ଶୀର୍ଷରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Markets improve, Sensex rises 535 points | Argus News