Hate Story / ପ୍ରେମିକାଙ୍କୁ ଦୁର୍ବ୍ୟବହାର କରିବା, ପୂର୍ବତନ ପ୍ରେମିକକୁ ପଡ଼ିଲା ମହଙ୍ଗା

Key Points
ଯୁବତୀ ଜଣକ ଚୁଲି ପ୍ରସ୍ତୁତ କରିବା ପାଇଁ ମାଟି ସଂଗ୍ରହ କରିବାକୁ ଗାଁ ପୋଖରୀ ନିକଟକୁ ଯାଇଥିଲେ। ତାପରେ...
ଜଣେ ଯୁବକର ଜିଭ କାମୁଡ଼ି ଛିଡ଼ାଇ ଦେଇଛି ତାର ପୂର୍ବତନ ପ୍ରେମିକା । ଉତ୍ତର ପ୍ରଦେଶ କାନପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କାହିଁକି ଏମିତି ଘଟିଲା ? କ'ଣ ଭୁଲ କରିଥିଲା ଯୁବକ ? କ'ଣ ପ୍ରମାଣିତ କରିବାକୁ ଚାହୁଁଥିଲେ ଯୁବତୀ ? ଆପଣଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଆସୁଥିବ । ଆଉ ସେଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥିଲେ, କାହାଣୀଟିକୁ ଶେଷ ଯାଏଁ ପଢ଼ନ୍ତୁ....
ମିଳିଥିବା ଖବର ଅନୁସାରେ ଯୁବକ ଜଣକ ପୂର୍ବତନ ପ୍ରେମିକାଙ୍କୁ ଜୋର ଜବରଦସ୍ତ କିସ୍ କରିବାକୁ ପ୍ରୟାସ କରୁଥିଲା । ଯାହାକି ତା' ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ଯୁବତୀ ଜଣକ ନିଜ ଦାନ୍ତରେ ଯୁବକର ଜିଭକୁ କାମୁଡ଼ି ଦେଲେ। ଖାଲି କାମୁଡ଼ିଲେ ତାହା ନୁହେଁ, ଯୁବକର ଜିଭକୁ କାମୁଡ଼ି ଛିଡ଼ାଇଦେଲେ ।
ଏହି ଘଟଣା ବିଲହୌର ଜିଲ୍ଲାର ଦରିଆପୁର ଗାଁର। ଯୁବତୀ ଜଣକ ଚୁଲି ପ୍ରସ୍ତୁତ କରିବା ପାଇଁ ମାଟି ସଂଗ୍ରହ କରିବାକୁ ଗାଁ ପୋଖରୀ ନିକଟକୁ ଯାଇଥିଲେ। ସେଠାରେ ଯୁବକ ଜଣକ ଯୁବତୀଙ୍କ ସହ ଦୁର୍ବ୍ୟବହାର କରିଥିଲା ଏବଂ ତାଙ୍କୁ କିସ୍ କରିବାକୁ ଚେଷ୍ଟା କରିଥିଲା। ଯୁବତୀ ଜଣକ ଏସବୁକୁ ପ୍ରଶ୍ରୟ ଦେଉନଥିଲେ ମଧ୍ୟ, ଯୁବକ ଜୋରଜବରଦସ୍ତ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା । ଫଳରେ ଯୁବତୀ ରାଗି ଯାଇ ଏମିତି ପଦକ୍ଷେପ ନେଇଥିଲେ । ତାପରେ ଆହତ ଯୁବକକୁ କାନପୁରର ହାଲେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି ତଦନ୍ତ ଚଳାଇଛି ।
ବିଲହାଉର ପୋଲିସ ଥାନା ଅଧିକାରୀ ଅଶୋକ କୁମାର ସରୋଜ ଏହି ଘଟଣା ନେଇ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦରିଆପୁରର ୩୫ ବର୍ଷୀୟ ଚମ୍ପି, ସେହି ଗାଁର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲା। କିନ୍ତୁ, ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିଲା। ବିବାହ ଚୂଡ଼ାନ୍ତ ହେବା ପରେ, ଯୁବତୀ ଜଣକ ଯୁବକଠାରୁ ଦୂରେଇ ଯାଇଥିଲେ। ଏହି କାରଣରୁ ଚମ୍ପି ଖୁବ୍ ରାଗି ଯାଇଥିଲା । ସେ ଖୁବ୍ ବିଚଳିତ ହେଉଥିଲା । ଯୁବତୀଙ୍କୁ ଭେଟିବା ପାଇଁ ସେ ବାରମ୍ବାର ଚେଷ୍ଟା କରିଚାଲିଥିଲା । କିନ୍ତୁ କେବେ ସଫଳ ହେଉନଥିଲା ।
ହେଲେ ହଠାତ୍ ସୋମବାର ଅପରାହ୍ନରେ ଯୁବତୀ ଜଣକ, ଘରେ ଚୁଲି ପ୍ରସ୍ତୁତ କରିବା ପାଇଁ ମାଟି ସଂଗ୍ରହ କରିବାକୁ ପୋଖରୀ କୂଳକୁ ଯାଇଥିଲେ। ଏହି ଖବର ଚମ୍ପି କାନରେ ପଡ଼ିଥିଲା । ତାପରେ ଚମ୍ପି ଡେରି ନକରି ପୋଖରି କୂଳରେ ପହଞ୍ଚି ଯାଇଥିଳା । ସେଠାରେ ଯୁବତୀଙ୍କୁ ଏକୁଟିଆ ଦେଖି ତାଙ୍କ ସହ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲା । ଯୁବତୀ ଏହାର ପ୍ରତିବାଦ କରିଥିଲେ। କିନ୍ତୁ ଯୁବକ କିଛି ଶୁଣିନଥିଲା । ମନା କରିବା ସତ୍ତ୍ୱେ ସେ ଯୁବତୀଙ୍କୁ କିସ୍ କରିବାକୁ ଚେଷ୍ଟା କରିଥିଲା ।
ଆଉ ଏମିତି ଝିଙ୍କାଟଣା ଭିତରେ ଯୁବତୀଙ୍କ ଦାନ୍ତ ମଝିରେ ଫସିଯାଇଥିଲା ଯୁବକର ଜିଭ । ତେଣୁ ଏହି ସୁଯୋଗକୁ ହାତ ଛଡ଼ା ନକରି ଯୁବତୀ ଜଣକ ପାନେ ଦେବେ ବୋଲି ଚିନ୍ତା କଲେ, ଆଉ ବିଳମ୍ବ ନକରି ଜୋରରେ ଯୁବକର ଜିଭକୁ କାମୁଡ଼ି ଦେଲେ । ଯାହାଫଳରେ ଯୁବକର ଜିଭ ଛିଣ୍ଡି ଗଲା । ଏହି ଖବର ଏବେ ସେହି ଗାଁରେ ଆଲୋଡ଼ନ ସୃଷ୍ଟି କରିଛି । ଯୁବକ ଓ ଯୁବତୀଙ୍କୁ ସମସ୍ତେ ଛି ଛି କହୁଛନ୍ତି ।
ଏହି ପୁରା ଘଟଣାକୁ ସେହି ବାଟ ଦେଇ ଯାଉଥିବା ଗାଁ ଲୋକେ ଦେଖିଥିଲେ । ସେମାନେ ଉଭୟଙ୍କର ଚିତ୍କାର ଶୁଣି ସେଠାକୁ ଧାଇଁ ଯାଇଥିଲେ । ଆଉ ଚମ୍ପିକୁ ରକ୍ତାକ୍ତ ଅବସ୍ଥାରେ ଦେଖି, ତା' ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ଚମ୍ପି ଆଉ ତାର କଟା ଜିଭକୁ ଧରି ତୁରନ୍ତ ନିକଟସ୍ଥ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ତାକୁ କାନପୁରର ହାଲେଟ୍ ହସ୍ପିଟାଲକୁ ରେଫର କରିଥିଲେ।
କାନପୁର ପୋଲିସ ଡିସିପି ଦିନେଶ ତ୍ରିପାଠି ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି, ଏନେଇ ଏକ ମାମଲା ରୁଜୁ କରାଯାଇଛି । ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
📱 Get Argus News App
✨Related Topics
Explore more stories