Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

National Hero Tribute / ଜନ୍ମ ହେଲା ଝିଅର ମୁହଁ ଦେଖିବା ପୂର୍ବରୁ ଶହୀଦ ହୋଇଗଲେ ବାପା

Ritu Das
Browse all articles by Ritu Das
·6 months ago·2 min read
ଜନ୍ମ ହେଲା ଝିଅର ମୁହଁ ଦେଖିବା ପୂର୍ବରୁ ଶହୀଦ ହୋଇଗଲେ ବାପା
india

Key Points

ଏପଟେ ଝିଅ ଜନ୍ମ ହେବାର ଘର ଲୋକ ଖୁସି ମନାଇବା ବେଳକୁ ଖବର ଅସିଲା ଦୁର୍ଘଟଣାରେ ନିଜ ବୀର ପୁଅକୁ ହରାଇଦେଇଛନ୍ତି। ଜନ୍ମ ମୃତ୍ୟୁରେ ଥିଲା ମାତ୍ର କିଛି ଘଣ୍ଟାର ଫରକ।
"କଥାରେ ଅଛି ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନେଇପାରେ ଜନ୍ତୁ ରାଣ"
ଆୟୁଷ ଯଦି ଥିବ କେହି ଗୋଟେ ମୁହୂର୍ତ୍ତ ପାଇଁ ବି କେହି ନେଇ ପାରିବେନି। କିନ୍ତୁ ଆୟୁଷ ଯଦି ନାହିଁ କେହି ମୁହୂର୍ତ୍ତଟିଏ ମଧ୍ୟ ଅଟକାଇ ପାରିବେନି। ଜନ୍ମ ହେଉ ହେଉ ଝିଅଟି ଅନାଥ ହୋଇଗଲା। ମୁଣ୍ଡ ଉପରୁ ପିତାର ହାତ ଉଠିଗଲା। ୟାଠାରୁ ବଡ଼ ଦୁଃଖ ଆଉ ଦୁନିଆରେ କିଛି ନାହିଁ। ସ୍ତ୍ରୀ ବିଧବା ହୋଇଗଲା। ସ୍ତ୍ରୀ ମୁଣ୍ଡ ବାଡେଇ କାନ୍ଦୁଛି ମୋ ସ୍ବାମୀ ନ ଆସିଥିଲେ ଦୁର୍ଘଟଣା ହୋଇ ନ ଥାଆନ୍ତା। ଏପଟେ ଝିଅ ଜନ୍ମ ହେବାର ଘର ଲୋକ ଖୁସି ମନାଇବା ବେଳକୁ ଖବର ଅସିଲା ଦୁର୍ଘଟଣାରେ ନିଜ ବୀର ପୁଅକୁ ହରାଇଦେଇଛନ୍ତି। ଜନ୍ମ ମୃତ୍ୟୁରେ ଥିଲା ମାତ୍ର କିଛି ଘଣ୍ଟାର ଫରକ। ଭାଗ୍ୟର ଏମିତି ବିଡ଼ମ୍ବନା ସ୍ତ୍ରୀ ସ୍ବାମୀଙ୍କୁ ଶେଷ ବିଦାୟ ଦେବାକୁ ଷ୍ଟ୍ରେଚରରେ ଯୁଇ ନିକଟକୁ ଆସିଥିଲେ। ଆଉ ସାଥୀରେ ଆସିଥିଲେ ନିଜ ୮ ଘଣ୍ଟାର ଜନ୍ମିତ ଝିଅ। ବାପାଙ୍କୁ ଦେଖିବାକୁ ଆଃରେ ବିଧାତା ଏ କି କଷଣ। କିନ୍ତୁ ବିଧିର ବିଧାନକୁ କିଏ ବା ବଦଳାଇ ପାରିବ। ଏହି ଦୃଶ୍ୟ ଦେଖିଲେ ସାରା ଗାଁ କାନ୍ଦୁଥିଲା।



ଘରେ ଖୋଜାପଡ଼ିଲା ସୈନିକ ପୁଅଙ୍କୁ କାରଣ ମେଡିକାଲରେ ନିଜ ସ୍ତ୍ରୀ ପ୍ରସବ ଯନ୍ତ୍ରଣାରେ କଷ୍ଟ ପାଉଥିଲେ। ଆଉ ଏତିକିବେଳେ ସ୍ବାମୀ ଦେଶ ସେବାରୁ ବିରତି ନେଇ ସ୍ତ୍ରୀଙ୍କ ପାଖରେ ପହଞ୍ଚିବେ ବୋଲି କଥା ଦେଇଥିଲେ। କିନ୍ତୁ କଥା କଥାରେ ରହିଗଲା। ଆଉ ଛୁଟି ନେଇ ସିନା ଆସିଥିଲେ କିନ୍ତୁ ଆଉ ପହଞ୍ଚି ପାରିଲେନି। ରାସ୍ତାରେ ଯେମିତି ଛକି ବସିଥିଲା ଯମ। ଉକ୍ତ ସୈନିକଙ୍କ ମୋଟରସାଇକେଲକୁ ଏକ ପିକଅପ୍ ଟ୍ରକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ସିକନ୍ଦରାବାଦ-ଶ୍ରୀନଗର ସେକ୍ଟରରେ ନିୟୋଜିତ ପ୍ରମୋଦ ପର୍ଶୁରାମ ଜାଧବ ତାଙ୍କ ଝିଅର ପ୍ରସବ ପାଇଁ ଘରକୁ ଆସିଥିଲେ, କିନ୍ତୁ ତାଙ୍କ ସନ୍ତାନ ଜନ୍ମ ହେବାର କିଛି ଘଣ୍ଟା ପୂର୍ବରୁ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ସ୍ତ୍ରୀ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ରବିବାର ସୈନିକଙ୍କ ପାର୍ଥିବ ଶରୀର ଘରକୁ ଅଣାଯିବା ସମୟରେ, ତାଙ୍କ ପତ୍ନୀଙ୍କୁ ତାଙ୍କ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପାଇଁ ହସ୍ପିଟାଲରୁ ଏକ ଷ୍ଟ୍ରେଚରରେ ଅଣାଯାଇଥିଲା। ନବଜାତ ଶିଶୁ, ଯାହାର ବୟସ ମାତ୍ର କିଛି ଘଣ୍ଟା, ତାଙ୍କୁ ମଧ୍ୟ ତାଙ୍କ ପିତାଙ୍କ ପ୍ରଥମ ଏବଂ ଶେଷ ଦର୍ଶନ ପାଇଁ ଅନ୍ତିମ ସଂସ୍କାର ସ୍ଥଳକୁ ଅଣାଯାଇଥିଲା। ଏହି ହୃଦୟବିଦାରକ ଭିଡିଓରେ ପ୍ରସବରୁ ସୁସ୍ଥ ହେଉଥିବା ତାଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ପାର୍ଥିବ ଶରୀର ପାଖରେ କାନ୍ଦୁଥିବାର ଦେଖାଯାଇଥିଲା। ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ। ହୃଦୟଟା କେତେ ଥର ଭାଙ୍ଗିଯିବ ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ। ସତରେ କଣ ଭଗବାନ ଏତେ ନିଷ୍ଠୁର।

ଏହି ହୃଦୟବିଦାରକ ପରିସ୍ଥିତି ଜାଧବଙ୍କ ଗାଁରେ ଏକ ଭାବପ୍ରବଣ ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଯେଉଁଠାରେ ତାଙ୍କୁ ପୂର୍ଣ୍ଣ ରାଜ୍ୟ ଏବଂ ସାମରିକ ସମ୍ମାନ ଦିଆଯାଇଥିଲା ଏବଂ ତାଙ୍କ ପରିବାର ଏବଂ ସ୍ଥାନୀୟ ସମ୍ପ୍ରଦାୟ ତାଙ୍କ ଅକାଳ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ। ସୈନିକଙ୍କ ଦୁର୍ଘଟଣାର ତଦନ୍ତ ପାଇଁ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ କୌଣସି ଗିରଫଦାରୀ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାନାହିଁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored