Videos
|
National

ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା ମସଜିଦ, ଜ୍ଞାନବାପୀ ବିବାଦରେ ASI ରିପୋର୍ଟରୁ ଖୁଲାସା

Banajyotshna Ray
Browse all articles by Banajyotshna Ray
·2 years ago
ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା ମସଜିଦ,  ଜ୍ଞାନବାପୀ ବିବାଦରେ ASI ରିପୋର୍ଟରୁ ଖୁଲାସା

ଅର୍ଗସ ବ୍ୟୁରୋ:  ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା ମସଜିଦ । ଜ୍ଞାନବାପୀ ବିବାଦରେ ASI ରିପୋର୍ଟରୁ ଏହାର ଖୁଲାସା ହୋଇଛି ।  କୋର୍ଟରେ ଉଭୟ ପକ୍ଷକୁ ASI ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା କୋର୍ଟ । ରିପୋର୍ଟକୁ ନେଇ ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଶଙ୍କର ଜୈନଙ୍କ ଦାବି ଅନୁସାରେ ଜ୍ଞାନବାପୀ ପରିସରୁ 30ରୁ ଅଧିକ ପ୍ରମାଣ ମିଳିଛି । ଯାହା ଏଠାରେ ହିନ୍ଦୁ ମନ୍ଦିର ଥିବା ପ୍ରମାଣ ଦେଉଛି ବୋଲି ସେ କହିଛନ୍ତି । ଏବେବି ତଥାକଥିତ ମସଜିଦର ପଶ୍ଚିମ ଭାଗ ହିନ୍ଦୁ ମନ୍ଦିର ଖମ୍ବ ଉପରେ ଠିଆ ହୋଇଥିବା କହିଛନ୍ତି ବିଷ୍ଣୁ ଶଙ୍କର । କୋର୍ଟ ନିର୍ଦ୍ଦେଶ ପରେ ଜ୍ଞାନବାପୀ ପରିସରର ASI ସର୍ଭେ ହୋଇଥିଲା । ଗତବର୍ଷ 18 ଡିସେମ୍ବରରେ ଅଦାଲତରେ ରିପୋର୍ଟ ଦାଖଲ କରିଥିଲା ASI ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Masjid was built by demolishing temple, reveals ASI report on knowledge dispute | Argus News