Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor Big Update: କ୍ଷେପଣାସ୍ତ୍ର ମାଡ଼ରେ ଖଣ୍ଡ ବିଖଣ୍ଡିତ ମାସୁଦ ଆଝାର ପରିବାର !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Operation Sindoor Big Update: କ୍ଷେପଣାସ୍ତ୍ର ମାଡ଼ରେ ଖଣ୍ଡ ବିଖଣ୍ଡିତ ମାସୁଦ ଆଝାର ପରିବାର !

Key Points

ମାସୁଦ ଆଝାର ପରିବାର ଲୋକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା।ତାଙ୍କ ବିଧବା ମା, ପୁଅ, ଝିଅ ସମସ୍ତଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ।

ଅପରେସନ ସିନ୍ଦୁର.. ଏକଥା ଏବେ ବି ପାକିସ୍ତାନୀଙ୍କ ମନରୁ ଲିଭିନି । ଏମିତିକି କୁହାଯାଉଛି ଭାରତ ଏତେ ମାତ୍ରାରେ କ୍ଷତି ପହଞ୍ଚାଇଛି ଯେ ପାକିସ୍ତାନୀ ସାରା ଜୀବନ ଏହାକୁ ମନେ ରଖିବେ । ତେବେ ଏହା ଭିତରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସତ ବୋଲି ଜଣାପଡ଼ିଛି ।

ଅପରେସନ ସିନ୍ଦୁରର କିଛି ମାସ ପରେ ବି ବଡ଼ ବଡ଼ ଖୁଲାସା ହେଉଛି। ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ମାସୁଦ ଇଲିଆସ କାଶ୍ମୀରୀ ଏକ ଭିଡିଓରେ କହିଛି ଯେ, ମାସୁଦ ଆଝାରର ପରିବାରକୁ ଭାରତ ଖଣ୍ଡ ବିଖଣ୍ଡିତ କରି ଉଡ଼ାଇ ଦେଇଛି । ଅପରେସନ୍‌ ସିନ୍ଦୁର ସମୟରେ ମେ ୭ ତାରିଖ ରାତିରେ ଯେତେବେଳେ ଭାରତ ବାହାବଲପୁର ଉପରେ ଆକ୍ରମଣ କରିଥିଲା, ସେତେବେଳେ ମାସୁଦ ଆଝାର ପରିବାର ଲୋକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ତାଙ୍କ ବିଧବା ମା, ପୁଅ, ଝିଅ ସମସ୍ତଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ।

ଭାରତୀୟ ସେନା ଜୈଶର ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା

ବାହାବଲପୁର ପାକିସ୍ତାନର ପଞ୍ଜାବରେ ରହିଛି । ଏଠାରେ ମର୍କଜ ସୁଭାନ ଆଲ୍ଲାହ ନାମକ ଏକ ମସଜିଦ ଅଛି, ଯାହା କି ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଥିଲା । ଭାରତୀୟ ସେନା ଅପରେସନ ସିନ୍ଦୁର ସମୟରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା, ଯେଉଁଥିରେ ଜୈଶର ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା। ଭାରତର ଏହି ଆକ୍ରମଣ ଆତଙ୍କବାଦୀଙ୍କୁ ବଡ଼ କ୍ଷତି ପହଞ୍ଚାଇଛି । ଜୈଶର ସମ୍ପୂର୍ଣ୍ଣ ଆଡ୍ଡା ଧ୍ୱସ୍ତ ହୋଇଯାଇଥିଲା। ମାସୁଦ ଆଝାରର ପରିବାର ମଧ୍ୟ ଏହି ଜୈଶର ମୁଖ୍ୟାଳୟରେ ରହୁଥିଲେ। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ ଏକ ପ୍ରେସ ବ୍ରିଫିଂରେ ସ୍ପଷ୍ଟ କହିଥିଲେ ଯେ ଭାରତ ବିରୁଦ୍ଧରେ ଆକ୍ରମଣ କରିବାକୁ ଜୈଶ ମୁଖ୍ୟାଳୟରୁ ଯୋଜନା କରାଯାଇଥିଲା।

ପହଲଗାମର ପ୍ରତିଶୋଧ ଥିଲା ଅପରେସନ୍ ସିନ୍ଦୂର

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା। ଭାରତର ଆକ୍ରମଣରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଭାରତୀୟ ସେନା ବାହାବଲପୁର ସହିତ ମୁରିଦକେ, ସିଆଲକୋଟ, କୋଟଲି ଏବଂ ମୁଜାଫରାବାଦକୁ ବି ଜୋରଦାର ଟାର୍ଗେଟ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Masood Azhar's family 'torn into pieces' in Operation Sindoor, Jaish commander admits | Argus News