Food Poisoning / ବିଷ ହେଇଗଲା ବାହାଘର ଭୋଜି: ୪୦୦ରୁ ଉର୍ଦ୍ଧ୍ୱ ଅସୁସ୍ଥ, ଚାଲିଛି ତଦନ୍ତ
·2 months ago·2 min read

Key Points
ଭୋଜି ଖାଉ ଖାଉ ହସ୍ପିଟାଲରେ ଭର୍ତ୍ତି ହେଲେ
୪୦୦ରୁ ଉର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି !
ଚାଲିଛି ତଦନ୍ତ
୪୦୦ରୁ ଉର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି !
ଚାଲିଛି ତଦନ୍ତ
ଭୋଜି ଖାଇବା ହେଲା କାଳ। ଭୋଜି ହୋଇଗଲା ବିଷ। ଯାହାକୁ ଖାଇ ୪୦୦ରୁ ଉର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି । ଯେଉଁ ଖବର ବର୍ତ୍ତମାନ ଗୁଜରାଟର ଦାହୋଦ ଜିଲ୍ଲା ଅନ୍ତର୍ଗତ ଅଭଲୋଦ ଗ୍ରାମରୁ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଖାଦ୍ୟ ସୁରକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି। ଅସୁସ୍ଥତାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀମାନେ ଅଟା, ଡାଲି, ବେସନ ଏବଂ ନୁଡୁଲ୍ସ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରି ଲ୍ୟାବ୍ ପରୀକ୍ଷା ପାଇଁ ପଠାଇଛନ୍ତି।ଏକ ବିବାହ ଭୋଜି ଖାଇବା ପରେ ପ୍ରାୟ ୪୦୦ରୁ ଅଧିକ ଅତିଥି ଅସୁସ୍ଥ ହୋଇପଡ଼ିଥିବାରୁ ସେଠାରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ଏହା ଏକ ବଡ଼ ଧରଣର ‘ଫୁଡ୍ ପଏଜନିଂ’ (ଖାଦ୍ୟ ବିଷାକ୍ତ) ମାମଲା ବୋଲି ପ୍ରଶାସନ ସନ୍ଦେହ କରୁଛି। ଅନେକ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତୁରନ୍ତ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅସୁସ୍ଥତାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ବିବାହ ଭୋଜି ଖାଇବାର କିଛି ଘଣ୍ଟା ପରେ ଅତିଥିମାନଙ୍କ ପାଖରେ ବାନ୍ତି, ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେଇଥିଲା ।
ଏଥିସହ ପଢ଼ନ୍ତୁ: ଜାରି ହେଲା କଡ଼ା କଟକଣା, ରାତିରେ ବାଇକ ବ୍ୟାନ୍
ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ରୋଗୀମାନେ ପର୍ଯ୍ୟାୟକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ଲାଗିଥିଲେ। ବୁଧବାର ଦିନ ୧୫ ଜଣ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସକାଳେ ଆଉ ୨୦ ଜଣ ଚିକିତ୍ସା ପାଇଁ ଆସିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଅମିତ ରାୟ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ଅଛି ଏବଂ ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି। କିଛି ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ଏବଂ ଅନ୍ୟ କିଛି ଜଣ ଏବେ ବି ଡାକ୍ତରଖାନାରେ ଅଛନ୍ତି।
ଟିହରି ଜିଲ୍ଲାର ବାଦଶାହିଥୌଲ ଅଞ୍ଚଳରେ ଏକ ବିବାହ ଉତ୍ସବରେ ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୩୬ ଜଣ ଲୋକ ଅସୁସ୍ଥ ହୋଇପଡ଼ିଥିବା କଥା ଗୁରୁବାର ଦିନ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଧରସାଲ ଏବଂ ଜୁଗାଡ଼ ଗ୍ରାମର ଅଧିକାଂଶ ମହିଳା ଓ ଶିଶୁ ଏକ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆୟୋଜିତ ଭୋଜି ଖାଇବା ପରେ ବାନ୍ତି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସମସ୍ତ ଅସୁସ୍ଥଙ୍କୁ ସଙ୍ଗେ ସଙ୍ଗେ ହପ୍ସିଟାଲରେ ଭର୍ତ୍ତି କରାଯାଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories