Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ

Ritu Das
Browse all articles by Ritu Das
·2 years ago·1 min read
ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ

ଅର୍ଗସ ବ୍ୟୁରୋ: ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆଉ ୧୨ ଗୁରୁତରଭାବେ ପୋଡ଼ିଯାଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆହତମାନଙ୍କ ସ୍ଥାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ବାଣ କାରଖାନାଟି ଏକ ଲାଇସେନ୍ସଯୁକ୍ତ ବାଣ କାରଖାନା ବୋଲି ତାମିଲନାଡୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଚଣ୍ଡ ବିସ୍ଫୋରଣ ହେବା ପରେ କାରଖାନାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ତେବେ ଏହି ବିସ୍ଫୋରଣର କାରଣ ସଂପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ କହିଛି। ବିସ୍ଫୋରଣର ଖବର ମିଳିବା ପରେ ଉକ୍ତ ଅଞ୍ଚଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ନିଆଁ ଯେପରି ଆଖପାଖରେ ଥିବା ଅନ୍ୟ ଘର ଓ କାରଖାନାକୁ ନ ବ୍ୟାପେ ତାହା ଉପରେ ଗୁରୁତ୍ବ ଦିଆଯାଉଛି ।

ତେବେ ତାମିଲନାଡ଼ୁର ଶିବକାଶୀ ବାଣ ପାଇଁ ସମଗ୍ର ବିଶ୍ବରେ ପ୍ରସିଦ୍ଧ । ଏଠାରୁ ଦେଶବିଦେଶକୁ ବାଣ ରପ୍ତାନି ହୋଇଥାଏ । ବାଣ ଛଡ଼ା ଶିବକାଶୀ ଦିଆସିଲି ଓ କ୍ୟାଲେଣ୍ଡର ପାଇଁ ମଧ୍ୟ ପ୍ରସିଦ୍ଧ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
massive blast | Argus News