Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା

Key Points

  • ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା
  • ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର, ଚିରାଗଲା ପୋଷ୍ଟର
  • ବିଜେପି ପୁଣି ଦୋହରାଇଲା ଧାରା ୩୭୦ ଆଉ ଲାଗୁ ହେବନି
  • ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଉନି କଂଗ୍ରେସ- ସ୍ମୃତି ଇରାନୀ
  • ଲ‌ୋକଙ୍କୁ ଭ୍ରମିତ କରୁଛି କଂଗ୍ରେସ, ଧାରା ୩୭୦ ଏବେ ଇତିହାସ- କିରଣ ରିଜଜୁ 

ଅର୍ଗସ ବ୍ୟୁରୋ:  ଜମ୍ମୁ-କଶ୍ମୀର ବିଧାନସଭାରେ ଧାରା ୩୭୦କୁ ନେଇ ଜୋରଦାର ହଙ୍ଗାମା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ଶାସକ ଓ ବିରୋଧୀ ଦଳର ନେତା। ଧାରା ୩୭୦କୁ ନେଇ ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର। ଚିରାଗଲା ପୋଷ୍ଟର। ଗତକାଲି ଧାରା ୩୭୦ ହଟାଇବାକୁ ବିରୋଧରେ ଜମ୍ମୁ-କଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଗତକାଲି ଠାରୁ ଗୃହରେ ହଙ୍ଗାମା ଜାରି ରହିଥିଲା। ତେବେ ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହାକୁ ନେଇ ଦୁଇ ପକ୍ଷର ବିଧାୟକ ପରସ୍ପର ମୁହାଁମୁହିଁ ହୋଇଥିଲେ।

ବିଧାୟକ ଇଞ୍ଜିନିୟର ରସିଦଙ୍କ ଭାଇ ଖୁରସିଦ ଅହମ୍ମଦ ଶେଖ ଗୃହରେ ଧାରା ୩୭୦ର ବ୍ୟାନର ଦେଖାଇଥିଲେ। ବିଧାନସଭାରେ ବିରୋଧୀଦଳ ନେତା ସୁନୀଲ ଶର୍ମା ବ୍ୟାନର ପ୍ରଦର୍ଶନକୁ ବିରୋଧ କରିଥିଲେ। ଏହି ପୋଷ୍ଟର ଦେଖିବା ପରେ ବିଜେପି ବିଧାୟକମାନେ ରାଗି ଯାଇଥିଲେ। ସେମାନେ ତାଙ୍କ ହାତରୁ ବ୍ୟାନର ଛଡ଼ାଇ ନେଇଥିଲେ। ବିଜେପି ନେତା ରବିନ୍ଦ୍ର ରାଇନା କହିଛନ୍ତି ଜମ୍ମୁ-କଶ୍ମୀରରେ ଧାରା ୩୭୦ ବର୍ତ୍ତମାନ ଇତିହାସରେ ପରିଣତ ହୋଇଛି ।

ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ଧାରା ୩୭୦ ପୁଣି ଲାଗୁ ହେବ ବୋଲି କଂଗ୍ରେସ ମିଛ କହି ଲୋକଙ୍କୁ ଭ୍ରମିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହି ଧାରା ଏବେ ଇତିହାସ ପାଲଟିଯାଇଛି। ସେପଟେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, କଂଗ୍ରେସ ଭାରତୀୟ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେବେବି ସମ୍ମାନ ଦେଇନି। କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟର ଏହି ପଦକ୍ଷେପ ଏବେ ସାରା ଭାରତୀୟଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ବୋଲି କହିଛନ୍ତି ସ୍ମୃତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଧାନସଭାରେ ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍ଶାଲ ମାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ବିଧାନସଭାରେ ହଙ୍ଗାମା କରୁଥିବା କିଛି ବିପକ୍ଷ ବିଧାୟକଙ୍କୁ ମାର୍ଶାଲମାନେ ବାହାରକୁ ପଠାଇଥିଲେ। ଏହାପରେ ଗୃହକାର୍ଯ୍ୟ କିଛିସମୟ ପାଇଁ ବନ୍ଦ ରହିଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Massive Brawl In Jammu & Kashmir Assembly As Article 370 Debate Heats Up | Argus News