କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଚାଲିଗଲା ୧୦ ଜୀବନ

Key Points
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ
ଚାଲିଗଲା ୧୦ ଜୀବନ
୨୦ରୁ ଅଧିକ ଆହତ
ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରୁଛନ୍ତି
ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଚାଲିଗଲା ୧୦ ଜଣଙ୍କ ଜୀବନ। ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସଙ୍ଗାରେଡ୍ଡି ଜିଲ୍ଲାର ଏକ କେମିକାଲ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଯାହା ସମସ୍ତଙ୍କୁ ଭୟଭୀତ କରାଇଦେଇଛି। ସିଗାଚି ଫାର୍ମା କମ୍ପାନୀରେ ଏପରି ଅଘଟଣ ଘଟିଛି । କେମିକାଲ ଟ୍ୟାଙ୍କର ବ୍ଲାଷ୍ଟ ହେବାରୁ ହଠାତ୍ ନିଆଁ ଲାଗିଯାଇଥିଲା ।
ସେହି ସମୟରେ କାରଖାନା ଭିତରେ ଶ୍ରମିକମାନେ କାମ କରୁଥିଲେ। ଜୋରରେ ବିସ୍ଫୋରଣ ଶୁଣି କର୍ମଚାରୀମାନେ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ହେଲେ ସେହି ସମୟରେ ଅନେକ ଶ୍ରମିକ ଫସି ଯାଇଥିଲେ। ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ହାଇଦ୍ରାବାଦ ନିକଟ ପତନଚେରୁରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି । କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ବିସ୍ଫୋରଣ ଘଟିଛି । ଫଳରେ ସେଠାରେ ଉପସ୍ଥିତ ଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।
📱 Get Argus News App
✨ଫଳରେ ଅନେକ କର୍ମଚାରୀ ଆହତ ହୋଇଥିବାବେଳେ କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।