Videos
|
National

ଆକ୍ରୋପୋଲିସ ମଲ୍‌ରେ ଭୀଷଣ ଅଗ୍ନିକାଣ୍ଡ: ବହୁ ଲୋକ ଫସିଥିବା ସୂଚନା

Ritu Das
Browse all articles by Ritu Das
·2 years ago·1 min read
ଆକ୍ରୋପୋଲିସ ମଲ୍‌ରେ ଭୀଷଣ ଅଗ୍ନିକାଣ୍ଡ: ବହୁ ଲୋକ ଫସିଥିବା ସୂଚନା

ଅର୍ଗସ ବ୍ୟୁରୋ: କୋଲକାତାର ଆକ୍ରୋପୋଲିସ ମଲ୍‌ରେ ଶୁକ୍ରବାର ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମଲ୍‌ରେ ବହୁ ଲୋକ ଫସି ରହିଥିବାର ଅନୁମାନ କରାଯାଉଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଦମକଳ ବିଭାଗ ପକ୍ଷରୁ ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। 

 

ଦମକଳ ବିଭାଗ ଅଧିକାରୀ ମଲ୍ ମଧ୍ୟରେ ଥିବା ବିଭିନ୍ନ କାର୍ଯ୍ୟାଳୟରୁ ଲୋକଙ୍କୁ ସୁରକ୍ଷିତ ବାହାର କରିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ମଲ୍‌ରେ କିପରି ନିଆଁ ଲାଗିଲା ତାହା ଜଣାପଡିନାହିଁ। ନିଆଁ ଲାଗିବା ପରେ ପୁରା ମଲ୍ ଧୂଆଁମୟ ହୋଇଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ମଲ୍‌ର କାଚ ଝରକା ଭାଙ୍ଗି ଦେବା ସହ ଲୋକଙ୍କୁ ବାହାରକୁ କାଢିବାରେ ଚେଷ୍ଟା ଜାରି ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର