ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ୭ମହଲାରୁ ଡେଇଁପଡ଼ିଲେ

Key Points
ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ
ଜୀବନ ବଞ୍ଚାଇବାକୁ ୭ମହଲାରୁ ଡେଇଁପଡ଼ିଲେ
ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ
ମଙ୍ଗଳବାର ସକାଳେ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ରେ ଏକ କୋଠାର ସପ୍ତମ ମହଲାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଲୋକ ତରବରରେ କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ବାପା, ପୁଅ ଏବଂ ଝିଅ ଡେଇଁପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ମଙ୍ଗଳବାର ସକାଳ ପ୍ରାୟ ୧୦ଟାରେ MRV ସ୍କୁଲ ନିକଟରେ ଥିବା ଏକ କୋଠାର ସପ୍ତମ ମହଲାରେ ଭୟାବହ ଭାବେ ନିଆଁ ଲାଗିଥିଲା। ସଙ୍ଗେ ସଙ୍ଗେ ପୁରା ବିଲ୍ଡିଙ୍ଗରେ ନିଆଁ ଲାଗିଯାଇଥିଲା।
ଏହି ନିଆଁରୁ ବଞ୍ଚିବାକୁ ବାପା, ପୁଅ ଏବଂ ଝିଅ ଜୀବନ ବିକଳରେ ୭ ମହଲାରୁ ଡେଇଁ ପଡ଼ିଥିଲେ। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଆଠଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛି। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ କରାଯାଉଛି। ଅନ୍ୟପକ୍ଷରେ, ଜଣେ DFS ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ନିଆଁ ଲିଭାଇବା କାର୍ଯ୍ୟ ଚାଲିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।