ସୁରତ ଟେକ୍ସଟାଇଲ ମାର୍କେଟରେ ଭୟଙ୍କର ନିଆଁ
·1 year ago

ସୁରତ ଟେକ୍ସଟାଇଲ ମାର୍କେଟରେ ଭୟଙ୍କର ନିଆଁ । ବାରମ୍ବାର ନିଆଁ ଲାଗୁଥିବାରୁ ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବିଭାଗ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି । ନିଆଁ ଲାଗି ପ୍ରାୟ ୪୫୦ରୁ ଅଧିକ ଦୋକାନ ପୋଡିଯାଇଛି । ଏଥିରେ ୩ ଶହ କୋଟିରୁ ଅଧିକ ସମ୍ପତ୍ତି ପୋଡି ଯାଇଥିବା ଅନୁମାାନ କରାଯାଉଛି । ଦୁଇ ଦିନ ତଳେ ଟେକ୍ସଟାଇଲ ମାର୍କେଟରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହାକୁ ଆୟତ୍ତ କରାଯାଇଥିଲା । କିନ୍ତୁ ଗତକାଲି ପୁଣି ନିଆଁ ଲାଗିଥିଲା । ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ଅନେକ ଦୋକାନ ପୋଡି ପାଉଁଶ ହୋଇଯାଇଛି । ଆଜି ଭୋରରୁ ପୁଣି ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଉଦ୍ୟମ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: