Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକାଳ ମନ୍ଦିର ଗର୍ଭଗୃହରେ ଭୀଷଣ ଅଗ୍ନିକାଣ୍ଡ: ୧୩ ଆହତ

Ritu Das
Browse all articles by Ritu Das
·2 years ago·1 min read
ମହାକାଳ ମନ୍ଦିର ଗର୍ଭଗୃହରେ ଭୀଷଣ ଅଗ୍ନିକାଣ୍ଡ: ୧୩ ଆହତ

ଅର୍ଗସ ବ୍ୟୁରୋ: ସୋମବାର ସକାଳେ ଉଜ୍ଜୟିନୀ ମହାକାଳ ମନ୍ଦିରର ଭସ୍ମ ଆଳତୀ ସମୟରେ ଗର୍ଭଗୃହରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଜଣେ ପୂଜକଙ୍କ ସମେତ ୧୩ ଜଣ ଆହତ ହୋଇଛନ୍ତି। ଭସ୍ମ ଆଳତୀ ସମୟରେ ଅବିର- ବ୍ୟବହାର କରାଯାଉଥିଲା। ଏହି ସମୟରେ ସେଠାରେ ନିଆଁ ଲାଗିଯାଇଥିଲା। ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଚିକିତ୍ସା ଚାଲିଛି। ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲେ ବି ୧୩ଜଣ ନିଆଁରେ ଆହତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ସମୟରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଉଜୈନ ଜିଲ୍ଲାପାଳ ନୀରଜ କୁମାର ସିଂହ କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଲୋକମାନେ ସାମାନ୍ୟ ଦଗ୍ଧ ହୋଇଥିବା ସେ କହିଛନ୍ତି। ଏଥିରେ କେହି ଗୁରୁତର ଆହତ ହୋଇନାହାନ୍ତି। ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱରଙ୍କ ପରିସରରେ ରବିବାର ସନ୍ଧ୍ୟାରୁ ହୋଲି ପର୍ବ ଆରମ୍ଭ ହୋଇଥିଲା । ପ୍ରଥମେ ହଜାର ହଜାର ଶ୍ରଦ୍ଧାଳୁ ସନ୍ଧ୍ୟା ଆଳତୀରେ ବାବା ମହାକାଳଙ୍କ ସହ ଅଭିର ସହ ହୋଲି ଖେଳିଥିଲେ। ଏହାପରେ ମହାକାଳ ପ୍ରାଙ୍ଗଣରେ ହୋଲିକା ଦହନ କରାଯାଇଥିଲା।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive fire in | Argus News