Gold Found / ମାଟି ତଳୁ ମିଳିଲା ସୁନା ଖଣ୍ଡ... ରାତାରାତି କୋଟିପତି, ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍

Key Points
ରାତାରାତି କୋଟିପତି ହେବାର ସୁଯୋଗ, ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍ ।
ତଳୁ ମିଳିଲା 1.2 କୋଟିର ସୁନା ।
କେବେ କେବେ ଭାଗ୍ୟ ଏପରି ଭାବେ ଚମକିଥାଏ, ଯାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡ଼େ । ଅଷ୍ଟ୍ରେଲିଆର ଜଣେ ଖଜଣା ସନ୍ଧାନକାରୀଙ୍କ ସହ ଏମିତି ଏକ ଘଟଣା ଘଟିଛି । ମେଟାଲ୍ ଡିଟେକ୍ଟର ଧରି ମାଟି ତଳେ ପୁରୁଣା ଧାତୁ ଖୋଜୁଥିବା ବେଳେ ତାଙ୍କୁ ମିଳିଛି ପ୍ରାୟ ୧.୨ କିଲୋଗ୍ରାମ ଓଜନର ଏକ ବିରଳ ସୁନା ଖଣ୍ଡ । ଏହାର ମୂଲ୍ୟ ପ୍ରାୟ ୧.୨ରୁ ୧.୩ କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।
କେଉଁଠାରେ ମିଳିଲା ଏହି ସୁନା ଖଣ୍ଡ ?
ଏହି ଘଟଣା ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ଅଞ୍ଚଳର ଟିବୁବୁରା (Tibooburra) ନିକଟରେ ଘଟିଛି । ମାଉଣ୍ଟ ଷ୍ଟୁଆର୍ଟ ଷ୍ଟେସନ୍ ପାଖରେ ଜଣେ ବ୍ୟକ୍ତି ନିୟମିତ ଭାବେ ମେଟାଲ୍ ଡିଟେକ୍ଟର ସାହାଯ୍ୟରେ ପୁରୁଣା ଧାତୁ ଖୋଜିବାକୁ ଯାଉଥିଲେ । ସବୁଦିନ ପରି ସେଦିନ ମଧ୍ୟ ତାଙ୍କୁ ପୁରୁଣା କଣ୍ଟା, ଲୁହା ଖଣ୍ଡ ଓ ଗୁଳିର ଛୋଟ ଛୋଟ ଅଂଶ ମିଳୁଥିଲା । କିନ୍ତୁ ହଠାତ୍ ଲାଲ ମାଟି ଭିତରେ ଏକ ଛୋଟ ହଳଦିଆ ଚମକ ତାଙ୍କ ନଜରକୁ ଆସିଥିଲା ।
ମାଟି ଖୋଳୁ ଖୋଳୁ ବାହାରିଲା ସୁନା
ସେହି ଚମକକୁ ଦେଖି ଉତ୍ସାହିତ ହୋଇ ସେ ଅଧିକ ମାଟି ଖୋଳିଥିଲେ । ଏହାପରେ ତାଙ୍କ ହାତରେ ଲାଗିଥିଲା କ୍ୱାର୍ଟଜ୍ ପଥର ସହ ମିଶିଥିବା ଏକ ବିରଳ ସୁନା ଖଣ୍ଡ । ଏହି ସୁନା ଖଣ୍ଡର ମୋଟ ଓଜନ ପ୍ରାୟ ୧.୨ କିଲୋଗ୍ରାମ ଏବଂ ଏଥିରେ ପ୍ରାୟ ୯୪୦ ଗ୍ରାମ ଶୁଦ୍ଧ ସୁନା ଥିବା ଜଣାପଡ଼ିଛି ।
କେତେ ଟଙ୍କା ହେବ ଏହି ସୁନାର ମୂଲ୍ୟ ?
ଏହି ବିରଳ ସୁନା ଖଣ୍ଡକୁ ‘ଟିବୁବୁରା ସ୍ପଡ୍’ (Tibooburra Spud) ନାମ ଦିଆଯାଇଛି । ଏହାର ଆନୁମାନିକ ମୂଲ୍ୟ ୧.୫ରୁ ୧.୬ ଲକ୍ଷ ଆମେରିକୀୟ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧.୨ରୁ ୧.୩ କୋଟି ଟଙ୍କା ବୋଲି କୁହାଯାଉଛି । ନିଲାମରେ ଏହା ବିକ୍ରି ହେଲେ ଆହୁରି ଅଧିକ ମୂଲ୍ୟ ମିଳିବାର ସମ୍ଭାବନା ରହିଛି ।
ଏହାକୁ ପାଇବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ସାଧାରଣ ଧାତୁ ଖୋଜୁଥିବା ବେଳେ ଏତେ ମୂଲ୍ୟବାନ ଖଜଣା ମିଳିବା ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ସତରେ, ବେଳେବେଳେ ଭାଗ୍ୟ ମାଟି ତଳୁ ମଧ୍ୟ ଚମକି ଉଠେ।
📱 Get Argus News App
✨Related Topics
Explore more stories