Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୁଲ୍ଲୁରେ ବଡ଼ ଧରଣର ଭୂସ୍ଖଳନ , ୬ ମୃତ

Swoyang prajna Mishra
Browse all articles by Swoyang prajna Mishra
·1 year ago
କୁଲ୍ଲୁରେ ବଡ଼ ଧରଣର ଭୂସ୍ଖଳନ , ୬ ମୃତ

ହିମାଚଳ ପ୍ରଦେଶର କୁଲ୍ଲୁରେ ବଡ଼ ଧରଣର ଭୂସ୍ଖଳନ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫ ଜଣ ଆହତ ହୋଇଛନ୍ତି। କୁଲ୍ଲୁର ମଣିକରଣ ଗୁରୁଦ୍ୱାର ପାର୍କିଂ ନିକଟରେ ଏକ ଗଛ ସହିତ ଅତଡ଼ା ଧସିଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


ପ୍ରାଣ ହରାଇଥିବା ୬ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ରାସ୍ତା କଡ଼ରେ କିଛି ଲୋକ ବସିଥିବା ବେଳେ ଗଛ ସହିତ ଅତଡ଼ା ଧସିବାରୁ ଲୋକମାନେ ଏହା ତଳେ ଚାପି ହୋଇଯାଇଥିଲେ। ମୃତକ ୬ ଜଣଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ଏବଂ ୪ ଜଣ ବାହାରୁ ଆସିଥିବା ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive landslide in Kullu, 6 dead | Argus News