Videos
|
National

Tornado / ଆକାଶକୁ ଛୁଇଁଲା ଭୟଙ୍କର ଘୂର୍ଣ୍ଣିଝଡ଼: ପେଟ୍ରୋଲ ପମ୍ପ ଘର ସବୁ ଉଡ଼ାଇନେଲା

Rashmita Mishra
Browse all articles by Rashmita Mishra
·1 month ago·2 min read
ଆକାଶକୁ ଛୁଇଁଲା ଭୟଙ୍କର ଘୂର୍ଣ୍ଣିଝଡ଼: ପେଟ୍ରୋଲ ପମ୍ପ ଘର ସବୁ ଉଡ଼ାଇନେଲା
Tornado

Key Points

ତାମିଲନାଡୁରେ ମାଡ଼ି ଆସିଲା ଖଣ୍ଡିଆଭୁତ
ଘୂରି ଘୂରି ସବୁ ଛାରଖାର କଲା ଘୂର୍ଣ୍ଣିଝଡ଼
ଆକାଶକୁ ଛୁଇଁଲା ଭୟଙ୍କର ଘୂର୍ଣ୍ଣିଝଡ଼

ରବିବାର ସନ୍ଧ୍ୟାରେ ତାମିଲନାଡୁର ଥୁଥୁକୁଡି ଜିଲ୍ଲାରେ ଏକ ଭୟଙ୍କର ଘଟଣା ଘଟିଛି । ଆକାଶରେ ଘୂର୍ଣ୍ଣିବାତ୍ୟା ଭଳି ଘୂର୍ଣ୍ଣି ଧୂଳି ଏବଂ ମେଘର ଏକ ବଡ଼ ସ୍ତମ୍ଭ ଦେଖାଦେଇଛି । ଏହି ଘଟଣାରେ ଅନେକ ଘର, ଦୋକାନ, ଟୋଲ୍ ପ୍ଲାଜା ଏବଂ ଏକ ଘରୋଇ ଥିମ୍ ପାର୍କକୁ ଉଡ଼ାଇ ନେଇଛି ।

ସୂଚନା ଥାଉ କି ହଠାତ ଘୂରି ଘୂରି ଆସିଲା ପ୍ରଳୟଙ୍କାରୀ ଖଣ୍ଡିଆଭୂତ । ଘର ସହ ଲୋକଙ୍କୁ ଉଡ଼ାଇ ନେଇ ପଳାଇଲା ଘୂର୍ଣ୍ଣିଝଡ଼ । ଆକାଶରେ ଉଡ଼ିଲା ପ୍ରଟ୍ରୋଲ ପମ୍ପ, ଘର ଏବଂ କାର । ବର୍ଷା ସହ ମାଡ଼ି ଆସିଲା ଘୂର୍ଣ୍ଣିଝଡ଼। ଘୂରି ଘୂରି ସବୁ କିଛି ଛାରଖାର କରିପକାଇଛି । ତା ସାମ୍ନାକୁ ଯିଏ ଆସିଲା ତାକୁ ଉପରକୁ ଉଡ଼ାଇ ନେଇ ପଳାଉଛି । ବଡ଼ ବଡ଼ ଘର ପେଟ୍ରୋଲ ପମ୍ପ ଏବଂ ଲୋକଙ୍କୁ ସାଙ୍ଗରେ ନେଇ ପଳାଇଥିଲା ଏହି ଖଣ୍ଡିଆଭୂତ ବା ଘୂର୍ଣ୍ଣିଝଡ଼ । ଭୟରେ ସବୁ ଘରଦ୍ଵାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ।

ଶନିବାର ଦିନ ଓଡ଼ିଶାରେ ଦେଖା ଦେଇଥିଲା ଘୂର୍ଣ୍ଣିଝଡ଼ । ଆଉ ଏବେ ତାମିଲନାଡ଼ୁରେ ଦେଖିବାକୁ ମିଳିଛି । ଆକାଶକୁ ଲାଗିଛି ଘୁର୍ଣ୍ଣିଝଡ଼ର ବିଶାଳ ରୁପ । ବର୍ଷା ସହ ଧିର ଧିରେ ବଳ ଗୋଟାଇ ବିଶାଳ ରୂପ ଧାରଣ କରିଥିଲା ଘୂର୍ଣ୍ଣିଝଡ଼ । ପବନର ବେଗ ବହୁତ କ୍ଷିପ୍ର ଥିଲା । ଯେଉଁଥିପାଇଁ ସବୁ କିଛି ଭାଙ୍ଗି ପକାଇଛି । ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

କଳାହାଣ୍ଡିଆ ମେଘ ଆକାଶରେ କେମିତି ଘୂର୍ଣ୍ଣିଝଡ଼ ସୃଷ୍ଟି ହେଉଛି । ପ୍ରଥମେ ପ୍ରବଳ ବେଗରେ ପବନ ହେଉଛି। ଆଉ ତାପରେ ଅଚାନକ ସୃଷ୍ଟି ହୋଇଯାଉଛି ଘୂର୍ଣ୍ଣିଝଡ଼। ଘୂରି ଘୂରି ବଳ ଗୋଟାଇ ଶକ୍ତିଶାଳି ହୋଇଯାଉଛି। ଆଉ ତା ଆଗରେ ଯିଏ ଆସୁଛି ତାକୁ ଉଡ଼ାଇ ନେଇ ପଳାଉଛି । ଯେଉଁସ୍ଥାନ ଦେଇ ଏହି ଘୂର୍ଣ୍ଣିଝଡ଼ ଯାଇଛି ସେହି ସବୁ ଅଞ୍ଚଳକୁ ଛାରଖାର କରିପକାଇଛି ।

ଯଦି ଦେଖିବା ତାମିଲନାଡୁ ଇତିହାସରେ ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା । ଗତକାଲି ସନ୍ଧ୍ୟା ସମୟରେ ଥୁଥୁକୁଡ଼ି ଅଞ୍ଚଳରେ ଅଚାନକ ଆକାଶରେ ଏକ କଳା ମେଘର ପାହାଡ଼ ସୃଷ୍ଟି ହୋଇଥିଲା । ଆଉ ଦେଖୁଦେଖୁ ତାହା ଏକ ବିରାଟ ଘୂର୍ଣ୍ଣିବଳୟର ରୂପ ନେଇ ମାଡ଼ି ଆସିଥିଲା । ପ୍ରାୟ ୧୭୦ ରୁ ୨୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିଥିଲା ପବନ । ଆଉ ଏହି ପବନର ଝଟକାରେ ସ୍ଥାନୀୟ ବାଇଗାକୁଲମ ଏବଂ ପୁଦୁକୋଟ୍ଟାଇ ଅଞ୍ଚଳ ଥରିଉଠିଥିଲା ।

ଘୂର୍ଣ୍ଣିଝଡ଼ର ପ୍ରଭାବ ବହୁତ ଅଧିକ ପଡ଼ିଛି । ପ୍ରବଳ ବେଗରେ ଘୂର୍ଣ୍ଣିଝଡ଼ ଗୋଟିଏ ପେଟ୍ରୋଲ ପମ୍ପର ଛାତକୁ ଉଡ଼ାଇ ନେଇଛି । କେବଳ ସେତିକି ନୁହେଁ, ଅଞ୍ଚଳର ଏକ ଟୋଲ୍ ପ୍ଲାଜା ଏବଂ ଅନେକ ଘର ଉଡ଼ିଯିବା ସହ ଆସବାବପତ୍ର ନଷ୍ଟ ହୋଇଯାଇଛି । ବିଦ୍ୟୁତ ଖୁଣ୍ଟଗୁଡ଼ିକ ଗଛ ଭଳି ଉପୁଡ଼ି ସମ୍ପୂର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ଅଚଳ ହୋଇଯାଇଛି ।

ସେପଟେ ପାଣିପାଗ ବିଷେଶଜ୍ଞାଙ୍କ କହିବା ମୁତାବକ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏଭଳି ଘୂର୍ଣ୍ଣିଝଡ଼ ସାଧାରଣତଃ ଦେଖାଯାଉଥିବା ବେଳେ ତାମିଲନାଡୁରେ ଏହା ଅତ୍ୟନ୍ତ ବିରଳ। ମୌସୁମୀ ବାୟୁର ପ୍ରଭାବ ଏବଂ ସ୍ଥାନୀୟ ବାୟୁମଣ୍ଡଳୀୟ ଚାପରେ ଆସିଥିବା ହଠାତ୍ ପରିବର୍ତ୍ତନ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ଏବଂ କ୍ଷୟକ୍ଷତିର ଆକଳନ କରାଯାଉଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tornado | Massive Tornado Touches Sky, Uproots Petrol Pump and Houses | Argus News