Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଙ୍ଗଲ ଭିତରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ: ଭୟରେ ଗାଁ ଛାଡ଼ିଲେଣି ଲୋକ

National

Jungle Fire / ଜଙ୍ଗଲ ଭିତରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ: ଭୟରେ ଗାଁ ଛାଡ଼ିଲେଣି ଲୋକ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଜଙ୍ଗଲ ଭିତରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ: ଭୟରେ ଗାଁ ଛାଡ଼ିଲେଣି ଲୋକ
Jungle Fire

Key Points

ପ୍ରଚଣ୍ଡ ନିଆଁରେ ଜଳୁଛି ହିମାଚଳ ପ୍ରଦେଶ...
ଜଙ୍ଗଲ ଭିତରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ ।
ଭୟରେ ପାହାଡ଼ ଉପରେ ରହୁଥିବା ଲୋକ ଗାଁ ଛାଡ଼ିଲେଣି ।
ଚାରିଆଡେ ଖାଲି ନିଆଁ ନିଆଁ ଆଉ ନିଆଁ ।

ପ୍ରଚଣ୍ଡ ନିଆଁରେ ଜଳୁଛି ହିମାଚଳ ପ୍ରଦେଶ... ଜଙ୍ଗଲ ଭିତରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଭୟରେ ପାହାଡ଼ ଉପରେ ରହୁଥିବା ଲୋକ ଗାଁ ଛାଡ଼ିଲେଣି । ଚାରିଆଡେ ଖାଲି ନିଆଁ ନିଆଁ ଆଉ ନିଆଁ । ଅଣାୟତ ନିଆଁ ଆଗକୁ ଆଗକୁ ମାଡ଼ି ଚାଲିଛ । ପୁରା ଜଙ୍ଗଲକୁ ନିଜ କବଳକୁ ନେଇ ଗଲାଣି ଭୟଙ୍କର ନିଆଁ ।

ଜଳୁଛି ଏବେ ହିମାଚଳ ପ୍ରଦେଶ । ଜଙ୍ଗଲ ନିଆଁ ଏବେ ହିମାଚଳ ପ୍ରଦେଶ ଗାଁକୁ ଗିଳିବା ଉପରେ । ଲୋକମାନେ ଭୟରେ ଗାଁ ଛାଡ଼ିଲେଣି । ଅଣାୟତ ହୋଇଛି ନିଆଁ । ଲିଭାଇଲେ ବି ଲିଭୁ ନାହିଁ । ହଜାର ହଜାର ଲିଟଣ ପାଣି ଢ଼ଳା ହେଲାଣି ପଛେ ନିଆଁ ଲିଭୁ ନାହିଁ । ରାତି ଦିନ ଭାରତୀୟ ସେନା ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

ହିମାଚଳ ପ୍ରଦେଶର କସୌଲି ପାହାଡ଼ରେ ଲାଗିଥିବା ଭୟାବହ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଚାଲିଛି ଜୋରଦାର ଅପରେସନ୍ ।
ହିମାଚଳ ପ୍ରଦେଶର କସୌଲି ପାହାଡ଼ । ଆଗକୁ ଆଗକୁ ମାଡ଼ି ଚାଲିଛି ନିଆଁ । ନିଆଁ ପୁରା ଜଙ୍ଗଲରେ ମାଡ଼ି ଚାଲିଛି । ପାହାଡ଼ ଉପରେ ଥିବା ଗାଁ ଗୁଡ଼ିକ ଏବେ ବିପଦରେ । ଏହି ନିଆଁ ବିଲକୁଲ ବି ଲିଭିବାର ନାହିଁ ଧରୁ ନାହିଁ । ହିମାଚଳ ପ୍ରଦେଶ ହେଉଛି ଅତ୍ୟଧିକ ଥଣ୍ଡା ରାଜ୍ୟ । କିନ୍ତୁ ନିଆଁ ଲାଗିଥିବାରୁ ଏବେ ହିମାଚଳ ପ୍ରଦେଶ ଉତପ୍ତ ପାଲଟିଛି ।

ଏଥିସହ ପଢ଼ନ୍ତୁ: ୫ ହଜାର ଲୋଭରେ ନେଉଥିଲା କୋଟିଏ ଟଙ୍କା ଧରିଲା ପୋଲିସ
 
ତେବେ କସୌଲିର ସାମରିକ ପ୍ରତିଷ୍ଠାନ ଏବଂ ଆବାସିକ ଅଞ୍ଚଳକୁ ମାଡ଼ି ଯାଉଥିବା ଏହି ଭୟଙ୍କର ନିଆଁକୁ ରୋକିବା ପାଇଁ ଭାରତୀୟ ବାୟୁସେନାର ଚାରୋଟି Mi-17 V5 ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବାୟୁସେନାର ଏହି ହେଲିକପ୍ଟରଗୁଡ଼ିକ ବିପଦପୂର୍ଣ୍ଣ ଅଞ୍ଚଳ ଉପରେ ୧୫୦ ରୁ ଅଧିକ ଥର ଉଡ଼ାଣ କରି ପ୍ରାୟ ୬୨,୫୦୦ ଲିଟର ପାଣି ଢାଳି ସାରିଲେଣି । କିନ୍ତୁ ତଥାପି ନିଆଁ ଲିଭୁ ନାହିଁ ।

ରାତି ଦିନ ଚଣ୍ଡୀଗଡ଼ର ସୁଖନା ହ୍ରଦ ଉପରେ ହେଲିକପ୍ଟରକୁ ସ୍ଥିର ଭାବେ ରଖି 'ବାମ୍ବି ବାଲ୍ଟି' ସାହାଯ୍ୟରେ ପାଣି ଅଣାଯାଉଛି । ଏହି ବାଲ୍ଟି ଜରିଆରେ ଗୋଟିଏ ଥରରେ ପ୍ରାୟ ୨୦୦୦ ରୁ ୨୫୦୦ ଲିଟର ପାଣି ନିଆଁ ଉପରକୁ ନିକ୍ଷେପ କରାଯାଉଛି। ସବୁଠାରୁ ବଡ଼ କଥା ହେଉଛି, ଜଙ୍ଗଲ, ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଏବଂ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ବାୟୁସେନା ପକ୍ଷରୁ ରାତି ସମୟରେ ମଧ୍ୟ ନାଇଟ୍ ଭିଜନ ଗଗଲ୍ସ ସାହାଯ୍ୟରେ ସ୍ୱତନ୍ତ୍ର ଉଡ଼ାଣ ଜାରି ରହିଛି । ବାୟୁସେନାର ଏହି ନିରନ୍ତର ପ୍ରୟାସ ଯୋଗୁଁ ବର୍ତ୍ତମାନ ନିଆଁକୁ ଅନେକାଂଶରେ ଆୟତ୍ତ କରାଯାଇଥିବା ବେଳେ, ଅପରେସନ୍ ଏବେ ମଧ୍ୟ ଜାରି ରହିଛି ।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jungle Fire | Massive Forest Fire Sparks Panic, Villagers Forced to Leave Homes | Argus News