Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖୋଲୁଛି 'ଛାଙ୍ଗୁର ବାବା' ଗୁମର, ମୁମ୍ବାଇରୁ ଦୁବାଇ ଲମ୍ବିଛି ଧର୍ମାନ୍ତରଣ ନେଟୱର୍କ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଖୋଲୁଛି 'ଛାଙ୍ଗୁର ବାବା' ଗୁମର, ମୁମ୍ବାଇରୁ ଦୁବାଇ ଲମ୍ବିଛି ଧର୍ମାନ୍ତରଣ ନେଟୱର୍କ

Key Points

୧୫ ବର୍ଷ ଧରି ଉତ୍ତର ପ୍ରଦେଶରେ ଧର୍ମାନ୍ତରଣର ଜାଲ ବିଛାଇଥିଲା ।

୧୫ ଶହରୁ ଅଧିକ ହିନ୍ଦୁ ମହିଳାଙ୍କ ଧର୍ମ ପରିବର୍ତ୍ତନ କରିଛି !

ଜଲାଲଉଦ୍ଦୀନର କଳା କାରନାମାର ପର୍ଦ୍ଦାଫାସ କରିଛି ATS ।

ଖୋଲୁଛି ଛାଙ୍ଗୁର ଓରଫ ଜଲାଲଉଦ୍ଦୀନ ନେଟୱର୍କର ଗୁମର । ଧର୍ମାନ୍ତରଣ ଷଡ଼ଯନ୍ତ୍ର ପଛରେ ବିଦେଶୀ ଲିଙ୍କ୍‌ର ପର୍ଦ୍ଦାଫାସ । ଛାଙ୍ଗୁର ଓ ନସରୀନକୁ ୭ ଦିନିଆ ରିମାଣ୍ଡରେ ନେଇ ୟୁପି ATS କରୁଛି ପଚରାଉଚରା । ଛାଙ୍ଗୁର ଟାର୍ଗେଟରେ ଥିଲେ ନିସନ୍ତାନ, ବିଧବା, ସ୍ବାମୀ ପରିତ୍ୟକ୍ତା ଓ ମାନସିକ ଦୁର୍ବଳ ମହିଳା । ଛାଙ୍ଗୁର ବିରୋଧରେ ଯୋଗୀ ସରକାରଙ୍କ ବୁଲଡୋଜର ଆକ୍ସନ ଜାରି । ସମାଜ ବିରୋଧୀ ଓ ଦେଶଦ୍ରୋହୀଙ୍କୁ ସିଏମ ଯୋଗୀଙ୍କ ଚେତାବନୀ ।

ମୁମ୍ବାଇରୁ ଦୁବାଇ ଯାଏ ଲମ୍ବିଛି ଧର୍ମାନ୍ତରଣ ନେଟୱର୍କ । ଧର୍ମାନ୍ତରଣ ରାକେଟର ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଛାଙ୍ଗୁର ସହ ସହଯୋଗୀ ନୀତୁ ରୋହରା ଓରଫ ନସରୀନକୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ଉତ୍ତର ପ୍ରଦେଶ ATS । ଗତ ୧୫ ବର୍ଷ ଧରି ଉତ୍ତର ପ୍ରଦେଶରେ ଧର୍ମାନ୍ତରଣର ଜାଲ ବିଛାଇ ୧୫ ଶହରୁ ଅଧିକ ହିନ୍ଦୁ ମହିଳାଙ୍କ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୁକ୍ତ ଜଲାଲଉଦ୍ଦୀନ କଳା କାରନାମାର ପର୍ଦ୍ଦାଫାସ କରିଛି ATS । ଛାଙ୍ଗୁର ବାବାର କୋଠିରେ ଲାଗିଥିବା ସିକ୍ରେଟ କ୍ୟାମେରା, ସିସିଟିଭି ଫୁଟେଜ ସହ ଗୁରୁତ୍ବପୂର୍ଣ୍ଣ କାଗତପତ୍ର ଜବତ କରି ତଦନ୍ତ ଜୋରଦାର କରିଛି ପୋଲିସ ।

ଛାଙ୍ଗୁର ବିରୋଧରେ ଯୋଗୀ ସରକାରଙ୍କ ବୁଲଡୋଜର ଆକ୍ସନ ଜାରି ରହିଛି । ବଳରାମପୁରରେ ୪୦ କୋଠରୀଯୁକ୍ତ ଆଲିସାନ ବଙ୍ଗଳାକୁ ମାଟିରେ ମିଶାଇଛି ୯ ବୁଲଡୋଜର । ଛାଙ୍ଗୁର ପରି ସମାଜ ବିରୋଧୀ, ଦେଶଦ୍ରୋହୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୋଲିସ ସୂଚନା ଅନୁସାରେ ଛାଙ୍ଗୁର ଟାର୍ଗେଟରେ ଥିଲେ ଖାସ୍ ମହିଳା ।

ନିସନ୍ତାନ, ବିଧବା, ସ୍ବାମୀ ପରିତ୍ୟକ୍ତା ଓ ମାନସିକ ଦୁର୍ବଳ ମହିଳାଙ୍କୁ ଛାଙ୍ଗୁର ବାବା ଟାର୍ଗେଟ୍ କରୁଥିବା ଖୁଲାସା କରିଛି ATS । ପ୍ରଥମରୁ ଚିକିତ୍ସା ଓ ଚମତ୍କାର ନାଁରେ ଫସାଇ ପରେ ଝିଅଙ୍କ ବ୍ରେନୱାସ କରି ଧର୍ମ ବଦଳାଉଥିଲା ଛାଙ୍ଗୁର । ଦୁଇବର୍ଷ ପୂର୍ବରୁ ଭାରତ-ନେପାଳ ସୀମାରେ ଔଷଧ କେନ୍ଦ୍ର କରିବାକୁ ଯୋଜନା କରିଥିଲା ଛାଙ୍ଗୁର । ଏଥିପାଇଁ ବିଦେଶୀ ଫଣ୍ଡିଂ ମିଳିବା ଆରମ୍ଭ ହୋଇସାରିଥିଲା । ଛାଙ୍ଗୁର ବାବାର ସହଯୋଗୀ ଧର୍ମାନ୍ତରଣ କରିବାକୁ ସାର୍ବଜନିକ କାର୍ଯ୍ୟକ୍ରମ କରୁଥିବା ନେଇ ଅଭିଯୋଗ ପରେ ଯୋଜନା ପଣ୍ଡ କରିଥିଲା ପୋଲିସ ।

ଗତ ଶନିବାର ଛାଙ୍ଗୁର ଓ ସହଯୋଗୀ ନସରୀନକୁ ଗିରଫ କରିଥିଲା ଏଟିଏସ । ଉଭୟ ୟୁପି ବଳରାମପୁରର ମଧୁପୁରରେ ଲୁଚି ରହିଥିଲେ । ଗିରଫ ହେବା ପୂର୍ବରୁ ଉଭୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ସହ ୫୦ ହଜାର ଟଙ୍କାର ଇନାମ ଘୋଷଣା କରିଥିଲା ୟୁପି ପୋଲିସ । ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ATS ଜେରା ଆରମ୍ଭ କରିଥିବାବେଳେ ଖୁବଶୀଘ୍ର ଜଲାଲଉଦ୍ଦୀନର ଧର୍ମାନ୍ତରୀକରଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହେବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mastermind Of Religious Conversion Gang, Aide Arrested In Uttar Pradesh | Argus News