Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି

National

ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି

Rashmita Mishra
Browse all articles by Rashmita Mishra
·1 year ago·2 min read
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି

ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମିର ମାପଚୁପ କରାଯାଉଛି । ଏହାର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମୋଟୁ ତହସିଲ ଆଗରେ ଗଣମାଧ୍ୟମ ପ୍ରତିତିନିଧିଙ୍କୁ ଘେରିଯାଇଥିଲେ ମାସୁମର ଗୁଣ୍ଡାବାହିନୀ। ଯଦି ଠିକ୍ ସମୟରେ ପୋଲିସ ପହଞ୍ଚିନଥାନ୍ତା ତାହାଲେ ଆକ୍ରମଣ କରିବାକୁ ପଛାଇନଥାନ୍ତେ ମାସୁମର ସମର୍ଥକ। ମଙ୍ଗଳବାର ଇସମାଲନଗରରେ ଆଦିବାସୀ ଝିଅଙ୍କୁ ଲଭ ଜିହାଦ ଜରିଆରେ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ବିଧାୟକ ଓ ବିଜେପି ନେତା। ଏ ଖବର ପ୍ରସାରଣକୁ ନେଇ ଅର୍ଗସ ପ୍ରତିନିଧିଙ୍କୁ ଧମକ ଦେଇଥିଲେ ମାସୁମର ସମର୍ଥକ। କିନ୍ତୁ ବେଆଇନ୍ ଜମି ଦଖଲ କଥା ପଚାରିବାରୁ କହିଥିଲେ ତାହା ପରକଥା।

ମାସୁମ ଖାନର ଜାଲିମ କାରନାମା ଉପରୁ ଧୀରେ ଧୀରେ ପରଦା ଉଠିବା ସହ ବେଆଇନ ଭାବେ ଗଢିଉଠିଥିବା ଇସଲାମ ନଗର ପଛରେ ପୂର୍ବ ବିଜେଡି ସରକାରର ପ୍ରଛନ୍ନ ଭୂମିକା ଥିବା ଧୀରେ ଧୀରେ ସ୍ପଷ୍ଟ ହେଉଛି। ପୂର୍ବତନ ସାଂସଦଙ୍କ ସହ ମାସୁମ ଖାନର ସମ୍ପର୍କ ସନ୍ଦେହ ଘେରରେ ଥିବା ବେଳେ ଏବେ ପ୍ରଶ୍ନ ଉଠିଛି ସରକାରୀ କାଗଜ କଲମରେ ମୋଟୁର ବାରିବାଞ୍ଚା ଗାଁ କେମିତି ହେଲା ଇସଲାମ ନଗର ? ବାରିବାଞ୍ଚାରୁ ମୋଟୁ କେନାଲ ପର୍ଯ୍ୟନ୍ତ ରାସ୍ତା କାମରେ 8 ଲକ୍ଷ 50 ହଜାର ଖର୍ଚ୍ଚ କାହା ଇସାରାରେ ହୋଇଥିଲା ? ବେଆଇନ ଜମିରେ ଗଢି ଉଠିଥିବା ଇସଲାମ ନଗରକୁ ବିଦ୍ୟୁତ ସଂଯୋଗ ମିଳିଲା କିପରି ? ବିନା ସରକାରୀ ସହଯୋଗରେ ଏହା ସମ୍ଭବ କି ? ମାଲକାନଗିରି ବିଧାୟକ ପ୍ରଶ୍ନ କରିଛନ୍ତି ଆଜିଯାଏ ବହୁ ଆଦିବାସୀ ଗାଁକୁ ରାସ୍ତା ଓ ବିଦ୍ୟୁତ ସଂଯୋଗ ନଥିବା ବେଳେ ବେଆଇନ ଜମିରେ ଗଢିଉଠିଥିବା ଇସଲାମନଗରକୁ କେମିତି ସବୁ ସୁବିଧା ମିଳିଥିଲା। ଏହା ଭିତରେ ସନ୍ଦେହ ଘେରକୁ ଆସିଛି ମୋଟୁ ତହସିଲଦାର ପ୍ରଭାସ ବୁଡାୟକଙ୍କ ଭୂମିକା। ମାପଚୁପ ହେଉଥିବା ବିବାଦୀୟ ସ୍ଥାନକୁ ଅର୍ଗସ ଟିମ୍ ଯାଉଥିବା କଥା ତହସିଦାରଙ୍କୁ ଖବର ଦିଆଯାଇଥିଲା। ଏକଥା ମାସୁମ ସମର୍ଥକଙ୍କୁ ଜଣାଇଲା କିଏ। ଇସଲାମନଗର ଜମି ଜବର ଦଖରଲକୁ ନେଇ ପୂର୍ବରୁ ତହସିଲଦାର ବନ ବିଭାଗକୁ ଦୋଷ ଠେଲୁଥିଲେ ଏବେ ମାନିଛନ୍ତି ଜବରଦଖଲରୁ ୭୦ ଏକର ଜାଗା ରାଜସ୍ବ ବିଭାଗର। 

କେବେଳ ଇସଲାମ ନଗରରର ୧୦୦ ଏକର ଜବରଦଖଲରେ ସୀମିତ ନଥିଲା ମାସୁମର ଯୋଜନା।  ପୂରା ମୋଟୁ ଅଞ୍ଚଳରେ ଲ୍ୟାଣ୍ଡ ଜିହାଦର ଜାଲ ବିଛାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଇସଲାମ ନଗରକୁ ମୋଟୁର ସବୁ ଗାଁ କିପରି ସଂଯୋଗ ହୋଇପାରିବ ସେ ନେଇ ପ୍ଲାନ କରିଥିଲା ମାସୁମ ଖାନ। ଏପରିକି କିଛି ଗାଁ ବି ଇସଲାମ ନଗର ସହ ଯୋଡି ହୋଇ ସାରିଥିବା ଖୁଲାସା କରିଥିଲେ ସ୍ଥାନୀୟ ଜିଆରଏସ୍। ଇସଲାମ ନଗର ବେଆଇନ୍ ଜାଗା ଉପରେ ନିର୍ମିତ ହୋଇଥିବା ଜଙ୍ଗଲ ଓ ରାଜସ୍ବ ବିଭାଗର ମାପଚୁପରୁ ସ୍ବଷ୍ଟ ହୋଇସାରିଥିବା ବେଳେ କେବେ ପ୍ରଶାସନ ଏହି ବେଆଇନ୍ ନିର୍ମାଣ ଉପରେ ଚଲାଇବ ବୁଲଜୋଡର ତାକୁହିଁ ଅପେକ୍ଷା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Masum Khan's cruel deeds were revealed | Argus News