Videos
|
National

ଏଇ ଖୁଣ୍ଟରେ ଗାଈ ବାନ୍ଧୁଥିଲେ ନନ୍ଦରାଜା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଏଇ ଖୁଣ୍ଟରେ ଗାଈ ବାନ୍ଧୁଥିଲେ ନନ୍ଦରାଜା 

ନୂଆଦିଲ୍ଲୀ:  ଏ ହେଉଛି ନନ୍ଦଙ୍କ ଗାଁ। ଆଉ ଏ ହେଊଛି  ଦୁଇଟି ଚମତ୍କାରୀ ଖୁଣ୍ଟ। ଯେଉଁଠି ନନ୍ଦ ବାବାଙ୍କର  ୮୪  ଲକ୍ଷ ଗାଈ ବନ୍ଧା ହେଉଥିଲେ।  ।  ନନ୍ଦ ଗାଈ ମାନଙ୍କୁ ଏହି ଖୁଣ୍ଟରେ ବାନ୍ଧୁଥିଲେ। ସେ ସମୟର ଖୁଣ୍ଟ ଏବେ ବି ଉପସ୍ଥିତି  । ଗାଈ ମାନଙ୍କର  ଆଉ ଏହି  ଖୁଣ୍ଟ  ଦେଖିଲେ ଦ୍ୱାପର ସମୟ କଥା ମନେ ପଡୁଥିବ ନିଶ୍ଚୟ। 
 

ଆସନ୍ତୁ ଜାଣିବା  ନନ୍ଦଙ୍କ ଚମତ୍କାରୀ ଖୁଣ୍ଟ ବିଷୟରେ

ଭଗବାନ ଶ୍ରୀକୃଷ୍ଣ ମଥୁରାରେ ଜନ୍ମ ନେଇଥିଲେ।  କିନ୍ତୁ ତାଙ୍କର ଲାଳନପାଳନ ଗୋକୁଳରେ ହୋଇଥିଲା।  ଗୋକୁଳରେ ଶ୍ରୀକୃଷ୍ଣ  ୧୧ ବର୍ଷ   ୫୦ ଦିନ ରହିଥିଲେ।  ଏହାପରେ ଗୋକୁଳରୁ ନନ୍ଦ ଗାଁକୁ ଚାଲିଯାଇଥିଲେ ଶ୍ରୀ କୃଷ୍ଣ  । ନନ୍ଦ ବାବା  ଏହି ଗାଁକୁ ଆସିବା ପରେ  ଏଠାରେ  ୮୪ ଲକ୍ଷ ଗାଈ ପାଳନ କରିଥିଲେ । ମଥରୁରା ପାଖାପାଖି ୫୦  କିଲୋମିଟରରେ ଦୂରରେ ନନ୍ଦ ଗାଁ ଅବସ୍ଥିତ।  ନନ୍ଦଙ୍କ ଗାଁ ନା ଅନୁସାରେ ଏହି ଗାଁ ନାଁ ରଖାଯାଥିଲା।  ଦ୍ୱାପର ଯୁଗରେ ନନ୍ଦ ବାବାଙ୍କ ପାଖରେ ସବୁଠାରୁ ଅଧିକ ଗାଈ ଥିଲା। ଅଧିକ ଗାଈ ଥିବାରୁ ନନ୍ଦ ବାବା ଗାଁ ରେ ଚର୍ଚ୍ଚାରେ ରହୁଥିଲେ।  

ତେବେ ଗାଈମାନେ  ଯେଉଁ ଖୁଣ୍ଟରେ ବନ୍ଧା ଯାଆନ୍ତି ସେଥିରୁ ଦୁଇଟି ଖୁଣ୍ଟ ଆଜି ବି ଅଛି।  ସେଠାର ଜଣେ ସ୍ଥାନିୟ ବାସିନ୍ଧା କହିଛନ୍ତି ,  ଏହି ଖୁଣ୍ଟ ନନ୍ଦ ବାବା ଗାଈ ଙ୍କର।  ଏଠାରେ ପୂର୍ବରୁ  ଅନେକ ଖୁଣ୍ଟ ଥିଲା କିନ୍ତୁ ସମୟର ସ୍ରୋତରେ ଖୁଣ୍ଟ ସବୁ ବିଲୁପ୍ତ ହୋଇଗଲା।   ଗୋପାଷ୍ଟମୀରେ  ଏହି ଗାଈ ଖୁଣ୍ଟକୁ ପୂଜା କରାଯାଇଥାଏ।  ଏହି ଦୁଇ ଖୁଣ୍ଟରେ  ଭୋଗ ଲଗାଯାଇଥାଏ। ଏହାପରେ ଗାଈମାନଙ୍କର ପୂଜା କରାଯାଇଥାଏ। 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: