Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରବଳ କାମ ଚାପରେ ଜୀବନ ଚାଲିଯାଉଛି...

Smruti Parija
Browse all articles by Smruti Parija
·1 year ago·2 min read
ପ୍ରବଳ କାମ ଚାପରେ ଜୀବନ ଚାଲିଯାଉଛି...

Key Points

  • work pressure ନେଉଛି ଜୀବନ
  • ଫିଜିକାଲ୍ ଓ ମେଣ୍ଟାଲ୍ ହେଲ୍ଥ ହେଉଛି ନଷ୍ଟ 

ଅର୍ଗସ ବ୍ୟୁରୋ: ପ୍ରବଳ କାମ ଚାପରେ ଜୀବନ ଚାଲିଯାଉଛି । ନିକଟରେ ଏମିତି ଘଟଣା ଘଟିଛି । ଯେଉଁଥିରୁ ସ୍ପଷ୍ଟ ଭାବରେ ଜଣାପଡିଛି ଯେ, ଅଫିସରେ ଏତେ କାମ ପ୍ରେସର ରହୁଛି , ଯେ ନିଶ୍ୱାସ ନେବାକୁ ବି ସମୟ ମିଳୁନି । କାମ ଚାପରେ ଜୀବନକୁ ବି ଉପଭୋଗ କରିବାକୁ ଭୁଲିଯାଉଛନ୍ତି କର୍ମଚାରୀ । କାମକୁ ନେଇ ବେଶୀ ଚିନ୍ତା କରିବା, ରାତି ରାତି ଅନିଦ୍ରା ହେବା , ଠିକ୍ ସମୟରେ ନଖାଇବା ରୋଗକୁ ଡାକିବାର ଗୋଟେ ଗୋଟେ ପ୍ରମୁଖ କାରଣ । ଶେଷରେ ନିଜ ପ୍ରତି ଅବହେଳା କରିବା ଦ୍ୱାରା ଏକପ୍ରକାର ମୃତ୍ୟୁକୁ ନିମନ୍ତ୍ରଣ ଦେଉଛନ୍ତି କହିଲେ ଭୂଲ୍ ହେବନି ।  

ନିକଟରେ ଉତ୍ତରପ୍ରଦେଶରେ ଜଣେ 45 ବର୍ଷୀୟ ମହିଳା ଅଫିସରେ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ନୌସ୍ଥିତ HDFC ବ୍ୟାଙ୍କରେ ଅତିରିକ୍ତ ଉପ ସଭାପତି ଭାବେ କାର୍ଯୟ୍ କରୁଥିବା ସଦାଫ ଫାତିମା କାମ କରୁଥିବାବେଳେ ହଠାତ୍ ଚୌକିରୁ ଖସିପଡିଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସହକର୍ମୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରବଳ କାମ ଚାପ ଥିଲା । ସେଥିପାଇଁ ତାଙ୍କର ମୃତ୍ୟୁ ହୋଇଛି । 

ସେହିପରି ପୁନେର 26 ବର୍ଷୀୟ ଯୁବତୀ ଆନ୍ନା ସେବାଷ୍ଟିୟାନ ପ୍ରବଳ କାମ ପ୍ରେସର୍ ହେତୁ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା କଥା ସେ ରାତି ଅନିଦ୍ରା ହୋଇ କାମ କରନ୍ତି । ୱିକେଣ୍ଡ୍ ରେ ମଧ୍ୟ ଛୁଟି ନିଅନ୍ତି ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ନିୟମ ଅନୁଯାୟୀ, କମ୍ପାନୀରେ MAXIMUM WORKING HOUR 9 ଘଣ୍ଟା । ତା ଠାରୁ ଅଧିକ ୱାର୍କ ଲୋଡ୍ କର୍ମଚାରୀଙ୍କୁ ଦେବା କଥା ନୁହେଁ । ହେଲେ ଆଜିକାଲି ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । କାମ ପ୍ରେସର୍ ଏତେ ରହୁଛି ଯେ କର୍ମଚାରୀମାନେ ଘରକୁ କାମ ନେଉଛନ୍ତି । ଯାହାର ପ୍ରଭାବ ଶରୀର ଉପରେ ପଡୁଛି । 
 

Sponsored
maximum-workpressure-may-takes-life | Argus News