Kidney Transplant / ଧରା ପଡ଼ିଲା ବଡ଼ ର୍ୟାକେଟ୍: ଫିସ୍ ଦେବାକୁ କିଡନୀ ବିକିଲା MBA ଛାତ୍ର, ଆଉ ତା'ପରେ...
·5 months ago·2 min read

Key Points
କାନପୁରରେ ଧରା ପଡ଼ିଲା ବଡ଼ ର୍ୟାକେଟ୍
ଫିସ୍ ଦେବାକୁ କିଡନୀ ବିକିଲା MBA ଛାତ୍ର
ପୋଲିସ ହାତରେ ସବୁ ପ୍ରମାଣ
ଫିସ୍ ଦେବାକୁ କିଡନୀ ବିକିଲା MBA ଛାତ୍ର
ପୋଲିସ ହାତରେ ସବୁ ପ୍ରମାଣ
କାନପୁରରୁ ଆସିଲା ବଡ଼ ଖବର। କିଡନୀ ର୍ୟାକେଟ୍ର ହେଲା ପର୍ଦ୍ଦାଫାଶ। ଡାକ୍ତରୀ ପେସା ନାଁରେ ଚାଲିଥିଲା ଲୋଭ ଓ ଠକେଇର ବଡ଼ ଖେଳ। ସ୍ପେଶାଲ୍ ଟାସ୍କ ଫୋର୍ସ, ଭିଜିଲାନ୍ସ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢ଼ାଉରେ କାନପୁରରୁ ଏକ ଅନ୍ତର୍ଜାତୀୟ କିଡନୀ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାଶ ହୋଇଛି।ବର୍ତ୍ତମାନ ସିଏମଓ (CMO) ଏବଂ ଭିଜିଲାନ୍ସ ଟିମ୍ ଜବତ ହୋଇଥିବା ହସ୍ପିଟାଲ୍ ରେକର୍ଡ ଏବଂ ସର୍ଜିକାଲ୍ ଲଗ୍ର ଟିକନିଖି ଯାଞ୍ଚ କରୁଛନ୍ତି। ଏହି ଘଟଣାରେ ଆଗାମୀ ଦିନରେ ଅଧିକ ପ୍ରଭାବଶାଳୀ ବ୍ୟକ୍ତି ତଥା ନାମୀ ହସ୍ପିଟାଲର ସମ୍ପୃକ୍ତି ସାମ୍ନାକୁ ଆସିବାର ସମ୍ଭାବନା ରହିଛି।
ଅର୍ଥର ଲୋଭ ଦେଖାଇ ଆଉ କେତେ ଗରିବ ଓ ଅସହାୟ ଲୋକଙ୍କୁ ଏହି ସିଣ୍ଡିକେଟ୍ ନିଜର ଶିକାର ବନାଇଛି, ତାହାର ଖୋଳତାଡ଼ ଜାରି ରହିଛି।ନିୟମକୁ ଆଖିଠାର ମାରିବା ଏବଂ ଏଥିକ୍ସ କମିଟିକୁ ବୋକା ବନାଇବା ପାଇଁ ସିଣ୍ଡିକେଟ୍ ଆୟୁଷଙ୍କୁ ରୋଗୀଙ୍କ ନିକଟ ସମ୍ପର୍କୀୟ ବୋଲି ଦର୍ଶାଇ ନକଲି କାଗଜପତ୍ର ମଧ୍ୟ ପ୍ରସ୍ତୁତ କରିଥିଲା। ଫିସ୍ ଦେବାକୁ କିଡନୀ ବିକିଲା MBA ଛାତ୍ର। ଜୀବନରକ୍ଷାକାରୀ ଅସ୍ତ୍ରୋପଚାରକୁ ଏହି ମାଫିଆମାନେ କଳାବଜାରୀର ଏକ ମାଧ୍ୟମ ବନାଇ ଦେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, କୌଣସି ନିୟମିତ ଯାଞ୍ଚରୁ ନୁହେଁ, ବରଂ ରାକେଟ୍ର ଦଲାଲ ଏବଂ ଜଣେ ଅସହାୟ ଡୋନରଙ୍କ ମଧ୍ୟରେ ହୋଇଥିବା ଆର୍ଥିକ ବିବାଦରୁ ଏହି ବେଆଇନ କାରବାର ପଦାକୁ ଆସିଛି।ସିଣ୍ଡିକେଟ୍ ଜଣେ ଧନୀ ରୋଗୀଙ୍କଠାରୁ କିଡନୀ ପ୍ରତିରୋପଣ ପାଇଁ ୬୦ ଲକ୍ଷ ଟଙ୍କା ନେଇଥିବା ବେଳେ, କିଡନୀ ଦେଇଥିବା ଯୁବକଙ୍କୁ ତାଙ୍କର ପ୍ରାପ୍ୟ ନଦେଇ ଠକି ଦେଇଥିଲା। ଏହି ଠକେଇ ହିଁ ପୂରା କ୍ରାଇମ୍ ନେଟୱାର୍କର ପତନର କାରଣ ସାଜିଲା।
ତଦନ୍ତରୁ ଜଣାପଡିଛି ଯେ ଆୟୁଷଙ୍କ କିଡନୀକୁ ପ୍ରିୟା ହସ୍ପିଟାଲରେ ପାରୁଲ ତୋମାର ନାମକ ଜଣେ ମହିଳାଙ୍କ ଦେହରେ ପ୍ରତିରୋପଣ କରାଯାଇଥିଲା।କମିଶନ୍ ବାବଦକୁ ଦଲାଲ ଶିବମ୍କୁ ମୋଟ ୭ ଲକ୍ଷ ଟଙ୍କା ମିଳିଥିଲା, କିନ୍ତୁ ସେ ସେଥିରୁ ଅଧା ନିଜ ପାଖରେ ରଖିନେଇଥିଲା।ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୬ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଆହୁଜା ହସ୍ପିଟାଲର ମାଲିକ ଡାକ୍ତର ପ୍ରୀତି ଆହୁଜା, ତାଙ୍କ ସ୍ୱାମୀ ଡାକ୍ତର ସୁରଜିତ ସିଂହ ଆହୁଜା ଏବଂ ମୁଖ୍ୟ ଦଲାଲ ଶିବମ୍ ସାମିଲ ଅଛନ୍ତି।
ଏଥିସହ ପଢ଼ନ୍ତୁ: Oracleର ବଡ଼ ଛଟେଇ, ସକାଳ ୬ଟାରେ ଆସିଲା ଇମେଲ୍...ଚାକିରି ହରାଇଲେ ୧୨ ହଜାର ଭାରତୀୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାନପୁରର ତିନୋଟି ପ୍ରମୁଖ ଘରୋଇ ହସ୍ପିଟାଲ୍ ଉପରେ ଏକକାଳୀନ ଚଢ଼ାଉ କରାଯିବା ପରେ ଅନେକ ଗୁମର ଖୋଲିଛି। ଏହି ହସ୍ପିଟାଲଗୁଡ଼ିକ ହେଲା- କଲ୍ୟାଣପୁରର ମେଡ୍ ଲାଇଫ୍ ହସ୍ପିଟାଲ୍, ରାୱତପୁରର ଆହୁଜା ହସ୍ପିଟାଲ୍ ଏବଂ ପାଙ୍କି ରୋଡ୍ର ପ୍ରିୟା ହସ୍ପିଟାଲ୍।ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ଯେ, ଏହି ଡାକ୍ତରଖାନାଗୁଡ଼ିକ ବେଆଇନ କିଡନୀ ପ୍ରତିରୋପଣର ମୁଖ୍ୟ ଆଡ୍ଡା ପାଲଟିଥିଲା। ଲକ୍ଷ୍ନୌରୁ ବିଶେଷଜ୍ଞ ସର୍ଜନମାନଙ୍କର ଏକ "ମୋବାଇଲ୍ ଟିମ୍" କେବଳ ଏହି ବେଆଇନ ଅସ୍ତ୍ରୋପଚାର କରିବା ପାଇଁ ଗୁପ୍ତରେ କାନପୁର ଆସୁଥିଲେ।
କିପରି ଫସିଥିଲେ ଏମବିଏ (MBA)ଛାତ୍ର ଆୟୁଷ?
ଏହି ଘଟଣାର ମୁଖ୍ୟ ଶିକାର ହୋଇଛନ୍ତି ବିହାର ସମସ୍ତିପୁରର ଏକ ଆଶାବାଦୀ ଏମବିଏ ଛାତ୍ର ଆୟୁଷ। ନିଜ ପାଠପଢ଼ାର ଶେଷ ବର୍ଷର ଫି' ଦେବା ପାଇଁ ସେ ସଂଘର୍ଷ କରୁଥିଲେ। ଏହି ସମୟରେ ଟେଲିଗ୍ରାମ୍ ଗ୍ରୁପ୍ ମାଧ୍ୟମରେ ଶିବମ୍ ଅଗ୍ରୱାଲ ଓରଫ 'କାନା' ନାମକ ଜଣେ ଦଲାଲ ତାଙ୍କୁ ଜାଲରେ ଫସାଇଥିଲା। ୧୦ ଲକ୍ଷ ଟଙ୍କାର ପ୍ରତିଶ୍ରୁତି ପାଇ ଆୟୁଷ ନିଜର କିଡନୀ ବିକ୍ରି କରିବାକୁ ରାଜି ହୋଇଥିଲେ।କିନ୍ତୁ ଅସ୍ତ୍ରୋପଚାର ପରେ ଯେତେବେଳେ ସେ ଡାକ୍ତରଖାନା ବେଡ୍ରେ ଯନ୍ତ୍ରଣାରେ ଥିଲେ, ସେତେବେଳେ ଦଲାଲମାନେ ତାଙ୍କୁ ମାତ୍ର ୩.୫ ଲକ୍ଷ ଟଙ୍କା ଦେଇ ବାକି ଟଙ୍କା ହଡ଼ପ କରିନେଇଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories