Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi MCD Election / ଦିଲ୍ଲୀରେ ପୁଣି ଚାଲିଲା ମୋଦି ମ୍ୟାଜିକ୍, କଂଗ୍ରେସ ଚିତ୍‌ପଟାଙ୍ଗ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଦିଲ୍ଲୀରେ ପୁଣି ଚାଲିଲା ମୋଦି ମ୍ୟାଜିକ୍, କଂଗ୍ରେସ ଚିତ୍‌ପଟାଙ୍ଗ !
Delhi Politics

Key Points

୧୨ ୱାର୍ଡରେ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର ।
୫୧ ପ୍ରାର୍ଥୀଙ୍କ ମଧ୍ୟରେ ରହିଥିଲେ ୨୬ ମହିଳା ପ୍ରାର୍ଥୀ ।

ଦିଲ୍ଲୀ MCD ଉପ ନିର୍ବାଚନରେ ବିଜେପିର ବାଜିମାତ । ପ୍ରକାଶ ପାଇଲା ୧୨ ୱାର୍ଡରେ ରେଜଲ୍ଟ । ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପ୍ରଥମ ଉପ ନିର୍ବାଚନରେ ବିଜେପି ୭ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ଆପ୍ ୩ଟି ୱାର୍ଡରେ ବିଜୟୀ ହୋଇଛି । କଂଗ୍ରେସକୁ ମିଳିଛି ମାତ୍ର ଗୋଟିଏ ଆସନ । ନିର୍ଦ୍ଦଳୀୟ ପ୍ରାର୍ଥୀ MCDରେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

୧୨ ୱାର୍ଡରେ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ୫୧ ପ୍ରାର୍ଥୀଙ୍କ ମଧ୍ୟରେ ରହିଥିଲେ ୨୬ ମହିଳା ପ୍ରାର୍ଥୀ । ସବୁଠୁ ଅଧିକ ମହିଳା ପାର୍ଥୀ ବିଜେପିରୁ ୮ ଜଣ ନିର୍ବାଚନ ଲଢିଥିଲେ । ୧୪୩ ମତଦାନ କେନ୍ଦ୍ରର ୫୮୦ ବୁଥରେ ହୋଇଥିଲା ମତଦାନ । ଗ୍ରେଟର କୈଳାସ, ସାଲିମର ବାଗ, ଅଶୋକ ବିହାର, ଚାନ୍ଦିନୀ ଚୌକ, ନରେନା, ଦକ୍ଷିଣପୁରୀ, ବିନୋଦ ନଗର, ଦ୍ୱାରକା ପ୍ରମୁଖ ୱାର୍ଡରେ ରେଜଲ୍ଟ ପ୍ରକାଶ ପାଇଛି । ୧୨ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ବିଧାୟକ ହୋଇ ଥିବାରୁ ଆସନ ଖାଲି ପଡ଼ିଥିଲା ।

ଅନ୍ୟପଟେ ଦିଲ୍ଲୀ ବାୟୁ ମଣ୍ଡଳରେ ଏବେ ବିଷ ଭରି ରହିଛି । ଯାହାକୁ ନେଇ ରାଜନୀତି ସରଗରମ । ଦୀର୍ଘ ଦିନ ଧରି AAP ସରକାର ଥିବାବେଳେ ପ୍ରଦୂଷଣ କମ୍ କରିବାକୁ ଅନେକ ଖର୍ଚ୍ଚ କରିଥିଲେ ବି ଫଳ ଶୂନ ଦେଖିବାକୁ ମିଳିଛି । ତେଣୁ ଏହାକୁ ନେଇ ବିଜେପି ସରକାର, AAPକୁ ଦାୟୀ କରୁଥିବା ବେଳେ କେଜ୍ରିଓ୍ୱାଲଙ୍କ ଦଳ BJP କୋର୍ଟକୁ ବଲ ଗଡ଼ାଉଛି । ସେ ଯାହା ବି ହେଉ, ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ବିଷାକ୍ତ ହେଉଛି। ଏହି ସଙ୍କଟକୁ ଦୂର କରିବା ପାଇଁ ଅନେକ ପ୍ରୟାସ ଚାଲିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଶ୍ୱସ୍ତି ମିଳିନାହିଁ। ଏହି ସମୟରେ, ଏକ ରିପୋର୍ଟ ଆସିଛି ଯାହା ଚିନ୍ତାଜନକ ରହିଛି। AQI.IN ତଥ୍ୟ ଦର୍ଶାଉଛି ଯେ, ଦିଲ୍ଲୀର ବାୟୁମଣ୍ଡଳରେ ନିଶ୍ୱାସ ନେବା ପ୍ରତିଦିନ ୧୪ ସିଗାରେଟ୍ ଟାଣିବା ସହିତ ସମାନ।

ଦେଶର ଅନେକ ପ୍ରମୁଖ ସହରର ବାୟୁ କ୍ରମଶଃ ପ୍ରଦୂଷିତ ହେବାରେ ଲାଗିଛି। AQI.IN ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଯେ, ଦିଲ୍ଲୀର ବାୟୁ ସବୁଠାରୁ ବିପଦପୂର୍ଣ୍ଣ। AQI.IN ତଥ୍ୟ ଅନୁଯାୟୀ, ଜାତୀୟ ରାଜଧାନୀରେ PM2.5 ସ୍ତର କିଛି ଦିନ ଧରି 300 µg/m³ ପାଖାପାଖି ରହିଛି। ଆନ୍ତର୍ଜାତୀୟ ମଡେଲ ଅନୁସାରେ, 22 µg/m³ PM2.5 କୁ ୧ ସିଗାରେଟ୍ ସହିତ ସମାନ ବୋଲି ବିବେଚନା କରାଯାଇଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi MCD Election | MCD By-Election Result Live: BJP Wins 7, AAP 3, Congress, Left Gain 1 Each | Argus News