Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଉଡ଼ି ଯାତ୍ରାର ପବିତ୍ରତା ପାଇଁ ମନ୍ତ୍ରୀ କହିଲେ ବନ୍ଦ କର ମାଂସ ଦୋକାନ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କାଉଡ଼ି ଯାତ୍ରାର ପବିତ୍ରତା ପାଇଁ ମନ୍ତ୍ରୀ କହିଲେ ବନ୍ଦ କର ମାଂସ ଦୋକାନ !

Key Points

ଚଳିତ ମାସ ୧୧ରୁ ୨୩ ତାରିଖ ମଧ୍ୟରେ କୌଣସି ମାଂସ ଦୋକାନ ଖୋଲିବ ନାହିଁ ।

ଯେଉଁ ରୁଟ୍‌ ଦେଇ କାଉଡ଼ିଆମାନେ ଯିବେ ସେଇ ରାସ୍ତାରେ ମାଂସ ଦୋକାନ ଖୋଲିବ ନାହିଁ ।

ପବିତ୍ର ଶ୍ରାବଣ ମାସ । ଜୁଲାଇ ୧୧ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ । ଶ୍ରାବଣ ସୋମବାର ଦିନ ଶିବଙ୍କ ଉପରେ ପାଣି ଢ଼ାଳିଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ପାଣି ଭାର ଧରି ବାହାରିଥାନ୍ତି ଶହ ଶହ କାଉଡ଼ିଆ । କାଉଡ଼ି ଯାତ୍ରାର ଇତିହାସ ଅତି ପ୍ରାଚୀନ ହୋଇଥିବା ବେଳେ ଏହାର ପୌରାଣିକ ମହତ୍ତ୍ବ ମଧ୍ୟ ରହିଛି । ହେଲେ ବିଭିନ୍ନ ରାଜ୍ୟରେ ଏହି କାଉଡ଼ି ଯାତ୍ରାକୁ ନେଇ ବିବାଦ ଦେଖାଯାଇଥାଏ । କିଛି ସ୍ଥାନରେ ଅନ୍ୟ ସମ୍ପ୍ରଦାୟର ଲୋକେ କାଉଡ଼ିଆଙ୍କୁ ବିରୋଧ କରିଥାନ୍ତି କିମ୍ବା ତାଙ୍କ ନିଷ୍ଠା ଭଙ୍ଗ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ସେଇଥିପାଇଁ ଏବେ କିଛି ସ୍ଥାନରେ ସରକାରଙ୍କ ପକ୍ଷରୁ ନିଆଯାଇଛି କଡ଼ା ପଦକ୍ଷେପ ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି, କାଉଡି ଯାତ୍ରା ସମୟରେ ବନ୍ଦ ରହିବ ମାଂସ ଦୋକାନ । ଚଳିତ ମାସ ୧୧ରୁ ୨୩ ତାରିଖ ମଧ୍ୟରେ କୌଣସି ମାଂସ ଦୋକାନ ଖୋଲିବ ନାହିଁ । ଯେଉଁ ରୁଟ୍‌ ଦେଇ କାଉଡ଼ିଆମାନେ ଯିବେ ସେଇ ରାସ୍ତାରେ ମାଂସ ଦୋକାନ ଖୋଲିବ ନାହିଁ । ଏନେଇ କଡ଼ା ନିର୍ଦେଶ ଦିଆଯାଇଛି । କାଉଡି ଯାତ୍ରା ସମୟରେ ପବିତ୍ରତା ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ହେଲେ ସେଇ ରୁଟ୍‌ ଗୁଡ଼ିକ ଏଯାଏଁ ସ୍ପଷ୍ଟ କରିନାହିଁ ପ୍ରଶାସନ ।

ଅନ୍ୟପଟେ ଦିଲ୍ଲୀ ମନ୍ତ୍ରୀ କପିଳ ମିଶ୍ରା କହିଛନ୍ତି ଅନେକ ବେଆଇନ ମାଂସ ଦୋକାନ ରହିଛି, ଯେଉଁମାନଙ୍କୁ କେବେ ବି ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ସମସ୍ତେ ଆଇନକୁ ଅନୁସରଣ କରିବା ଉଚିତ୍ ।

ସୂଚନାଯୋଗ୍ୟ, ପୂର୍ବରୁ ଦିଲ୍ଲୀ ବିଜେପି ବିଧାୟକ ତରବିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଚିଠି ଲେଖି କାଉଡି ଯାତ୍ରା ସମୟରେ ଅସ୍ଥାୟୀ ଭାବେ କାଉଡି ଯାତ୍ରା ରୁଟରେ ସବୁ ମଦ ଦୋକାନ ଓ ମାଂସ ଦୋକାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଅସ୍ଥାୟୀ ଭାବେ ମଦ ଦୋକାନ ଓ ମାଂସ ଦୋକାନ ବନ୍ଦ କଲେ ଯାତ୍ରାର ପବିତ୍ରତା ବଜାୟ ରହିବ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣ ମାସରେ ଭକ୍ତମାନେ ଖାଲି ପାଦରେ ନଦୀରୁ ଜଳ ନେଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତି । ଚଳିତ ବର୍ଷ ଜୁଲାଇ ୧୧ରୁ ୨୩ ତାରିଖ ମଧ୍ୟରେ କାଉଡ଼ି ଯାତ୍ରା ଅନୁଷ୍ଠିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Meat shops to be shut during Kanwar Yatra, says Delhi Minister Kapil Mishra | Argus News