Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ

National

ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ

ପୁଣି ଦିଲ୍ଲୀ ଷ୍ଟାଇଲେ ମର୍ଡର। ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ। ଟିକିଏ ଖୁସି ପାଇଁ ଭୁଲିଗଲା ୯ ବର୍ଷର ସମ୍ପର୍କ। ସ୍ୱାମୀକୁ ମାରି ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟ କଂକ୍ରିଟ୍ ରେ ଘୋଡାଇ ଦେଇଥିଲେ ପିଶାଚୀ ସ୍ତ୍ରୀ। ଇଏ କଣ ସେଇ ସ୍ତ୍ରୀ ଯିଏ ଦିନେ ହାତ ଧରି କଥା ଦେଇଥିଲା ସାତ ଜନମର ସାଥୀ ହେବ ବୋଲି। ହେଲେ ଗୋଟେ ଜନ୍ମ ବି ବିତେଇପାରିଲାନାହିଁ। ପରକୀୟା ପ୍ରୀତି ପାଇଁ ନେଲା ସ୍ୱାମୀର ଜୀବନ। ଆଉ ଧିରେ ଧିରେ ଖୋଲୁଛି ମର୍ଚ୍ଚାଣ୍ଟ ନେଭି ଅଫିସର ସୌରଭ ହତ୍ୟାକାଣ୍ଡର ଗୁମର । ମୁସ୍କାନର ଷଡଯନ୍ତ୍ର ପଛର ରହସ୍ୟର ଖୁଲାସା ହେବାରେ ଲାଗିଛି । କେମିତି ନିଜ ସ୍ୱାମୀକୁ ମାରିଥିଲା ମୁସ୍କାନ ? ହତ୍ୟାକାଣ୍ଡରେ ଆଉ କିଏ କିଏ ସାମିଲ ଥିଲେ ? କେମିତି ଧରାପଡିଲା ସତ ? ସ୍ୱାମୀକୁ ମାରି କେଉଁଠି ବୁଲୁଥିଲା ପିଶାଚୀ ସ୍ତ୍ରୀ।

ମେରଟ ଇନ୍ଦିରାନଗରରେ ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ରହୁଥିଲେ । ଦୁହିଁଙ୍କ ପ୍ରେମକୁ ପରିବାର ଲୋକେ ଅସ୍ବୀକାର କରିବା ପରେ ୨୦୧୬ରେ ପ୍ରେମ ବିବାହ କରିଥିଲେ । ନିଜ ଛୋଟ ପରିବାର ସହିତ ଗତ ୩ବର୍ଷ ଧରି ଇନ୍ଦିରାନଗରରେ ଦୁହେଁ ରହୁଥିଲେ । ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ମେରଟ ଆସିଥିଲେ । ତାଙ୍କ ପତ୍ନୀ ମୁସ୍କାନ ୧୦ ଦିନ ପୂର୍ବରୁ ସ୍ବାମୀଙ୍କ ସହିତ ବୁଲିବାକୁ ହିମାଚଳ ପ୍ରଦେଶ ଯିବେ ବୋଲି ପଡୋଶୀଙ୍କୁ କହିଥିଲେ । ଏହାପରେ ସେ ଘରର ଗେଟରେ ତାଲି ପକାଇଦେଇଥିଲେ । ଏହାପରେ କେହି ବି ଦୁହିଁଙ୍କୁ ଦେଖିନଥିଲେ । ଦୀର୍ଘଦିନ ଧରି କେହି ନ ଦେଖିବାକୁ ସନ୍ଦେହ ଜାତ ହୋଇଥିଲା । ସୌରଭଙ୍କ ପତ୍ନୀ କିଭଳି ତାଙ୍କ ବଏଫ୍ରେଣ୍ଡ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି, ତାହା ବିଷୟରେ ମା’ଙ୍କୁ ଜଣାଇଥିଲେ ।

ମୁସ୍କାନଙ୍କ ମା’ ଏସବୁ ଜାଣିବା ପରେ ତୁରନ୍ତ ପୋଲିସ ନିକଟକୁ ଯାଇଥିଲେ ଏବଂ ପୋଲିସକୁ ସବୁ କଥା କହିଥିଲେ । ଏହାପରେ ପୋଲିସ ମୁସ୍କାନଙ୍କୁ ଗିରଫ କରି ପୋଲିସ ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ପତ୍ନୀ ମୁସ୍କାନ ବଏଫ୍ରେଣ୍ଡ ସହିତ ମିଶି ସ୍ବାମୀକୁ ହତ୍ୟା କରିବା ପରେ ମ୍‌ତଦେହକୁ ଏକ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଘୋଳ ପ୍ରସ୍ତୁତ କରି ସିଲ୍ କରିଦେଇଥିଲା ।ନିଷ୍ଠୁର ସ୍ତ୍ରୀ ମୁସ୍କାନର କିଛି ଫଟୋ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ କି ମୁସ୍କାନ ବରଫର ମଜା ନେଉଥିବାର ଦେଖିବାକୁ ମିଳିଛି । ସୌରଭ ସହ ୯ ବର୍ଷ ପର୍ଯ୍ୟନ୍ତ ରହିବା ପରେ ମଧ୍ୟ ସ୍ବାମୀର ଜୀବନ ନେବାକୁ ପଛାଇଲା ନାହିଁ ମୁସ୍କାନ । ସ୍ବାମୀର ହତ୍ୟା ପରେ ନିଷ୍ଠୁର ସ୍ତ୍ରୀ ଖୁସି କରିବା ପାଇଁ ଶିମଲା, ମନାଲିରେ ବରଫ ସହିତ ଖେଲୁଥିବାର ଭିଡିଓ ଦେଖିବାକୁ ମିଳୁଛି ।

ପୋଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି । ଗିରଫ ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛନ୍ତି । କେମିତି ସୌରଭକୁ ମାରିଥିଲେ, ମ୍‌ତଦେହକୁ କେମିତି ରଖିଥିଲେ ସବୁକିଛି ପୋଲିସ ଆଗରେ ମାନିଛନ୍ତି । ମୃତକ ଜଣକ ହେଲେ ସୌରଭ ରାଜପୁତ । ମୃତକ ସୌରଭ ମର୍ଚ୍ଚାଣ୍ଟ ନେଭି ଚାକିରି କରୁଥିଲେ । ଏହି ହତ୍ୟାକାଣ୍ଡ ପଛରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ବଏଫ୍ରେଣ୍ଡଙ୍କର ହାତ ସାମିଲ । ଏହି ଜଘନ୍ୟ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ଅଭିଯୁକ୍ତ ମୁସ୍କାନଙ୍କ ବାପା ମା’ ଝିଅକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ନ୍ୟାୟ ଲଢେଇରେ ଆମେ ସୌରଭର ପରିବାର ସହିତ ଅଛୁ । ମୃତ ସୌରଭ ରାଜପୁତଙ୍କ ମାଆ କହିଛନ୍ତି, ତାଙ୍କ ନାତୁଣୀ ବାପାଙ୍କ ମର୍ଡର ଦେଖିଥିବା ପଡ଼ୋଶୀଙ୍କୁ କହିଥିଲା ।

ପାପାଙ୍କୁ ଡ୍ରମ ଭିତରେ ରଖି ବନ୍ଦ କରିଦିଆଯାଇଥିଲା ବୋଲି ଝିଅ ଦେଖିଥିବା ପଡ଼ୋଶୀଙ୍କୁ ଜଣାଇଥିଲା । ବୋହୂ ମୁସ୍କାନ ଓ ପ୍ରେମିକ ସାହିଲ ମିଶି ତାଙ୍କ ପୁଅକୁ ହତ୍ୟା କରିଥିଲେ ।ମୁସ୍କାନଙ୍କ ନିର୍ମମତା ଏତେ ଥିଲା ଯେ, ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟ କଂକ୍ରିଟ୍ ରେ ଘୋଡାଇ ଦେଇଥିଲେ । ତେବେ ଡ୍ରମଟିକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରି ସେମାନେ ବିଫଳ ହୋଇଥିଲେ । ଶ୍ରମିକମାନେ ଡ୍ରମକୁ ଉଠାଇବା ପାଇଁ ଉଦ୍ୟମ କରିବା ବେଳେ ଏହାର ଢାଙ୍କୁଣୀ ଖୋଲିଯାଇଥିଲା । ଏଥିରୁ ଦୁର୍ଗନ୍ଧ ବାହାରିଥିଲା । ଏନେଇ ଶ୍ରମିକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଜେରା ବେଳେ ସବୁ କଥା ମାନିଯାଇଥିଲେ ମୁସ୍କାନ ଓ ସାହିଲ ।

ଏଭଳି ନିର୍ଦ୍ଦୟ ସ୍ତ୍ରୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି ମୁସ୍କାନଙ୍କ ବାପା-ମାଆ । ୨୦୧୬ରେ ସୌରଭ ଓ ମୁସ୍କାନ ପ୍ରେମ ବିବାହ କରିଥିଲେ । ମର୍ଚ୍ଚାଣ୍ଟ ନେଭି ଅଫିସର ଥିବା ସୌରଭ ପରେ ଚାକିରି ଛାଡ଼ି ଦେଇଥିଲେ । କିଛି ବର୍ଷ ଏକ ମଲରେ ସେଲସ ମ୍ୟାନେଜର ରହିବା ପରେ ପୁଣି ମର୍ଚ୍ଚାଣ୍ଟ ନେଭି ଚାକିରି କରିଥିଲେ । ତେବେ ମୁସ୍କାନଙ୍କର ସାହିଲ ସହ ପ୍ରେମ ସଂପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ସ୍ବାମୀକୁ ନିଶାଦ୍ରବ୍ୟ ମିଶାଇ ବେହୋସ କରିବା ପରେ ହତ୍ୟା କରିଥିଲା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
meerut-woman-kills-husband-hides-body-in-cement-filled-drum | Argus News