ସବୁଠୁ ସ୍ଲିମ୍-ପାଓ୍ୱାରଫୁଲ-ହାଲୁକା iPhone Airର ଡିଜାଇନର ଅବିଦୂର ଚୌଧୁରୀ, ଜାଣନ୍ତୁ ପୁରା କାହାଣୀ...

Key Points
ଆପଲ୍ ଏହାର 'Awe Droping' ଇଭେଣ୍ଟରେ iPhone 17 ସିରିଜ୍ ସହିତ ନୂତନ iPhone Air ଲଞ୍ଚ କରିଛି।
ଏହା କମ୍ପାନୀର ଲାଇନଅପ୍ରେ ସମ୍ପୂର୍ଣ୍ଣ ନୂଆ ମଡେଲ୍, ଯାହା ଗତ ବର୍ଷର iPhone 16 Plusର ସ୍ଥାନ ନେଇଛି ।
ଏବେ ସବୁଠି iPhone Airକୁ ନେଇ ଢ଼େର ଚର୍ଚ୍ଚା । କାରଣ ଏହା ସବୁଠାରୁ ଅଧିକ ସ୍ଲିମ୍, ଅଧିକ ପାଓ୍ୱାରଫୁଲ୍, ଅଧିକ ଫାଷ୍ଟ, ଅଧିକ ଷ୍ଟାଇଲିସ୍ । ତେବେ ଆପଣ ଜାଣନ୍ତି କି ଏହାକୁ କିଏ କରିଛି ଡିଜାଇନ୍ । ଏହାକୁ ଡିଜାଇନ୍ କରିଛନ୍ତି ଅବିଦୁର ଚୌଧୁରୀ ନାମକ ଜଣେ ବ୍ୟକ୍ତି । ଯିଏ କି ଲଣ୍ଡନ ଓ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ଓ ବଢ଼ିଥିଲେ । ଏବେ ସେ ସାନ୍ ଫ୍ରାନ୍ସିସ୍କୋର ବାସିନ୍ଦା । ସେ ଜଣେ ଡିଜାଇନର ଭାବେ କାମ କରୁଛନ୍ତି । ସେ ନିଜକୁ କୁହନ୍ତି, 'ମୁଁ ହେଉଛି ସେହି ଲୋକ ଯିଏ ସମସ୍ୟାକୁ ସମାଧାନ କରିବାକୁ ଅଧିକ ଭଲପାଏ ଏବଂ ନୂଆ ଜିନିଷ ଶିଖିବାକୁ ଆଗ୍ରହ ରଖେ ଆଉ ନୂଆ ନୂଆ ଜିନିଷ ତିଆରି କରିବାକୁ ପସନ୍ଦ କରିଥାଏ' ।
ପ୍ରଡକ୍ଟ ଡିଜାଇନ୍ ଏବଂ ଟେକ୍ନୋଲୋଜିରେ ସେ ଲାଫବ୍ରୋରୁ ସ୍ନାତକ ହାସଲ କରିଛନ୍ତି । ସେ ତାଙ୍କ ଛାତ୍ର ଜୀବନରେ ଅନେକ ବଡ଼ ବଡ଼ ଆଓ୍ୱାର୍ଡ ପାଇଛନ୍ତି । ସେ କ୍ୟମ୍ବ୍ରିଜ୍ କନ୍ସଲଟାଣ୍ଟ ଏବଂ କରଭେନ୍ତାରେ ଇଣ୍ଟର୍ଣ୍ଣ କରୁଥିଲେ । ଏହି ଦୁଇଟି ଯାକ ସଂସ୍ଥା UKରେ ହିଁ ରହିଛି । ତାପରେ ଶ୍ରୀ ଚୌଧୁରୀ ଲଣ୍ଡନରେ ଲେୟାର ଡିଜାଇନିଂରେ ଇଣ୍ଡଷ୍ଟ୍ରିଆଲ ଡିଜାଇନର ଭାବେ କାମ କଲେ ।
୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ସେ ନିଜର କନ୍ସଲଟାଣ୍ଟ ଚଳାଇଲେ । ଯାହାର ନାଁ ଥିଲା ଅବିଦୂର ଚୌଧୁରୀ ଡିଜାଇନ୍ । ସେ ଡିଜାଇନ୍ ଏଜେନ୍ସୀ, ଇନୋଭେଟିଭ୍ କମ୍ପାନୀ, ଷ୍ଟାର୍ଟଅପ୍ ସହ ଯୋଡ଼ି ହୋଇଥିଲେ । ଅନେକ ଭଲ ପ୍ରଡକ୍ଟ ମଧ୍ୟ ସେ ବାହାର କରିଥିଲେ । ଏଥିରେ ସେ ନୂଆ ନୂଆ ଷ୍ଟ୍ରାଟେଜୀ ଶିଖିଥିଲେ ।
ତାପରେ ଜାନୁଆରୀ ୨୦୧୯ରେ ସେ କ୍ୟୁପରଟିନୋ କାଲିଫର୍ଣ୍ଣିଆରେ ଇଣ୍ଟଷ୍ଟ୍ରିଆଲ ଡିଜାଇନର ଭାବେ ଆପଲରେ ଜଏନ୍ କଲେ । ଏଠାରେ ସେ କମ୍ପାନୀର ବିଭିନ୍ନ ଇନ୍ନୋଭେଟିଭ ପ୍ରଡକ୍ଟ ଡିଜାଇନିଂ ଉପରେ କାମ କଲେ । ଯେଉଁଥିରେ କି iPhone Air ସାମିଲ ରହିଛି । ତାପରେ ଲଞ୍ଚ ହେଲା iPhone Air । ଯାହା ଏବେ ମାର୍କେଟ୍ରେ ଚହଳ ସୃଷ୍ଟି କରିଛି ।
ଆପଲ୍ ଏହାର 'Awe Droping' ଇଭେଣ୍ଟରେ iPhone 17 ସିରିଜ୍ ସହିତ ନୂତନ iPhone Air ଲଞ୍ଚ କରିଛି। ଏହା କମ୍ପାନୀର ଲାଇନଅପ୍ରେ ସମ୍ପୂର୍ଣ୍ଣ ନୂଆ ମଡେଲ୍, ଯାହା ଗତ ବର୍ଷର iPhone 16 Plusର ସ୍ଥାନ ନେଇଛି । iPhone Airର ବିଶେଷତ୍ୱ ହେଲା ଏହାର ଅଲ୍ଟ୍ରା-ସ୍ଲିମ୍ ଡିଜାଇନ୍ । ଏଥିରେ ଦିଆଯାଇଥିବା Apple Intelligence ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟ ସ୍ୱତନ୍ତ୍ର, ଯାହା ଏହାକୁ ସ୍ମାର୍ଟଫୋନ୍ ବଜାରରେ ଆହୁରି ଉନ୍ନତ କରୁଛି।
ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ସ୍ଲିମ୍ ଏବଂ ହାଲୁକା ଫୋନ୍ ପସନ୍ଦ କରନ୍ତି, ତେବେ ନୂତନ iPhone Air ଆପଣଙ୍କ ପାଇଁ ତିଆରି କରାଯାଇଛି। Apple ଏହି ଫୋନ୍କୁ ସ୍ୱତନ୍ତ୍ର ଭାବରେ ପ୍ରିମିୟମ୍ ଡିଜାଇନ୍, ସ୍ଲିମ୍ ବଡି ଏବଂ ହାଲୁକା କରି ଏହି ଫୋନ୍ ଲଞ୍ଚ କରିଛି। ଏଥିରେ ପାଓ୍ୱାରଫୁଲ୍ ପରଫରମାନ୍ସ ଏବଂ iPhone 17 ସିରିଜର ସମସ୍ତ ଲାଟେଷ୍ଟ ଫିଚର୍ସ ରହିଛି, କିନ୍ତୁ ଏହାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ସ୍ଲିମ୍ ଏବଂ ଷ୍ଟାଇଲିସ୍ ଲୁକ୍, ଯାହା ଏହାକୁ ଅନ୍ୟ ଫୋନ୍ ଠାରୁ ଭିନ୍ନ କରିଥାଏ।
ଭାରତରେ iPhone Air ର ମୂଲ୍ୟ କେତେ ?
ଭାରତରେ iPhone Air ର ମୂଲ୍ୟ 256GB ଷ୍ଟୋରେଜ୍ ସହିତ ମୂଳ ଭାରିଆଣ୍ଟ ପାଇଁ 1,19,900 ଟଙ୍କାରୁ ଆରମ୍ଭ ହେଉଛି। 512GB ଭାରିଆଣ୍ଟର ମୂଲ୍ୟ 1,39,900 ଟଙ୍କା ଏବଂ 1TB ଭାରିଆଣ୍ଟର ମୂଲ୍ୟ 1,59,900 ଟଙ୍କା। ଏହା ଚାରୋଟି ରଙ୍ଗରେ ଉପଲବ୍ଧ ହେବ । ସେଗୁଡ଼ିକ ହେଲା ସ୍କାଏ ବ୍ଲୁ, ଲାଇଟ୍ ଗୋଲ୍ଡ, କ୍ଲାଉଡ୍ ହ୍ୱାଇଟ୍ ଏବଂ ସ୍ପେସ୍ ବ୍ଲାକ୍।
ଡିଜାଇନ୍ ଏବଂ ଡିସ୍ପ୍ଲେ
ଆପଲ ଦାବି କରିଛି ଯେ ଏହା ସବୁଠାରୁ ସ୍ଲିମ୍ ଆଇଫୋନ୍। ମାତ୍ର 5.6mm ମୋଟେଇ ସହିତ, iPhone Airକୁ ହାତରେ ଧରିଲେ ଅତ୍ୟନ୍ତ ହାଲୁକା ଏବଂ ଷ୍ଟାଇଲିସ୍ ଅନୁଭବ ହୁଏ । ଏଥିରେ 6.5-ଇଞ୍ଚର ସୁପର ରେଟିନା XDR OLED ଡିସପ୍ଲେ ଦିଆଯାଇଛି, ଯାହା 3,000 nits ପିକ୍ ବ୍ରାଇଟନେସ୍ ଏବଂ ପ୍ରୋମୋସନ୍ ପ୍ରଯୁକ୍ତିବିଦ୍ୟାକୁ ସମର୍ଥନ କରେ। ଅର୍ଥାତ୍, ସ୍କ୍ରିନକୁ 10Hz ରୁ 120Hz ପର୍ଯ୍ୟନ୍ତ ଆଡଜଷ୍ଟ କରାଯାଇପାରିବ।
ପ୍ରୋସେସର ଏବଂ ପରଫରମାନ୍ସ
iPhone Airରେ A19 ପ୍ରୋ ଚିପସେଟ୍ ଦିଆଯାଇଛି । ଯାହାକି କେବଳ ପ୍ରୋ ମଡେଲଗୁଡ଼ିକରେ ରହିଥାଏ । ଏଥିରେ 6-core CPU, 6-core GPU ଏବଂ 16-core Neural Engine ରହିଛି । ଫୋନରେ ଡାଇନାମିକ୍ କ୍ୟାଚିଂ ଏବଂ ୟୁନିଫାଏଡ୍ ଇମେଜ୍ କମ୍ପ୍ରେସନ୍ ଭଳି ଫିଚର୍ସ ମଧ୍ୟ ରହିଛି, ଯାହା ଗତି ଏବଂ କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିଥାଏ।
ନୂତନ N1 ଚିପ୍ Wi-Fi 7 ଏବଂ ବ୍ଲୁଟୁଥ୍ 6 କୁ ଏହା ସପୋର୍ଟ କରେ । କରେ, ଯେତେବେଳେ କି ନୂଆ C1X ମୋଡେମ୍ ଆହୁରି ଦ୍ରୁତ ନେଟୱାର୍କିଂ ସ୍ପିଡ୍ ଦେଇଥାଏ ବୋଲି ଦିବ କରୁଛି ।
କ୍ୟାମେରା ଏବଂ ବ୍ୟାଟେରୀ
📱 Get Argus News App
✨
କ୍ୟାମେରା ବିଷୟରେ କହିବାକୁ ଗଲେ, iPhone Air ରେ 48MP ଫ୍ୟୁଜନ୍ ମୁଖ୍ୟ କ୍ୟାମେରା ରହିଛି, ଯେଉଁଥିରେ ସେନ୍ସର-ସିଫ୍ଟ OIS ଏବଂ 2X ଟେଲିଫୋଟୋ ସପୋର୍ଟ ରହିଛି। ସାମ୍ନାରେ 18MPର ସେଣ୍ଟର ଷ୍ଟେଜ୍ କ୍ୟାମେରା ରହିଛି। ତେବେ ବ୍ୟାଟେରୀ ବିବରଣୀ Apple ପକ୍ଷରୁ ସେୟାର କରାଯାଇ ନାହିଁ, କିନ୍ତୁ କମ୍ପାନୀ ଦାବି କରିଛି ଯେ ଏହି ଫୋନ୍ ୨୭ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ପ୍ଲେବ୍ୟାକ୍ ଦେଇପାରିବ। ଚାର୍ଜିଂ ପାଇଁ, ଏହା ୩୦ ମିନିଟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଥାଏ।