Videos
|
National

ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ବାଂଲା ସେନା ମୁଖ୍ୟଙ୍କ ଅପିଲ୍

Smruti Parija
Browse all articles by Smruti Parija
·2 years ago·1 min read
ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ବାଂଲା ସେନା ମୁଖ୍ୟଙ୍କ ଅପିଲ୍

ଅର୍ଗସ ବ୍ୟୁରୋ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଲା ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କଲେ ସେନା ମୁଖ୍ୟ । ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ବାଂଲା ସେନା ମୁଖ୍ୟ ୱାକର୍ ଉଜ୍ ଜମାନ ଅପିଲ କରିଥିବା ରହିଛି ସୂଚନା ।  

ଶେଷ ହେବ ଶେଖ୍‌ ହସିନାଙ୍କ ଯୁଗ

ବାଂଲାଦେଶ ଛାଡ଼ି ଭାରତର ଶରଣ ନେଇପାରନ୍ତ ବାଂଲାଦେଶର ପୂର୍ବତନ ପିଏମ ଶେଖ୍ ହସିନା । ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ସହ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି । ଏଥି ସହ ଦେଶଛାଡ଼ି ପଳାଇଛିନ୍ତି । ହାସିନା ଇସ୍ତଫା ଦେବା ପରେ ଏକ ମିଲିଟାରି ବିମାନରେ ଭାରତ ପଳାଇଆସିଥିବା କୁହାଯାଉଛି । ତାଙ୍କ ବିମାନ ତ୍ରିପୁରାର ଅଗରତାଲାରେ ଓହ୍ଲାଇଥିବା ସୂଚନା ମିଳିଛି । ଏ ନେଇ ଭାରତ ସରକାର କୌଣସି ଔପଚାରିକ ସୂଚନା ଦେଇନଥିବା ବେଳେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍ । ବିଭିନ୍ନ ଜାତୀୟ ଓ ବାଂଲାଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହସିନା ଦିଲ୍ଲୀ ଯାଇପାରନ୍ତି ।

ଚାକିରିରେ ସଂରକ୍ଷଣ ନିୟମ ବିରୋଧରେ ବାଂଲାଦେଶରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇସାରିଛି। ଢାକାରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବହୁ ସଂଖ୍ୟକ ବିକ୍ଷୋଭକାରୀ ପ୍ରବେଶ କରିଛନ୍ତି । ବିକ୍ଷୋଭକାରୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ମଧ୍ୟ ନିଜ ଦଖଲକୁ ନେଇଛନ୍ତି । ଦେଶରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଇଣ୍ଟରନେଟ୍ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ସେପଟେ ଶାସକ ଆୱାମୀ ଲିଗ୍ କର୍ମୀଙ୍କୁ ଟାର୍ଗେଟ କରି ମୁଖ୍ୟ ବିରୋଧୀ ଦଳ ବିଏନପିର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀମାନେ ବାଂଲାଦେଶ ମୁକ୍ତି ସଂଗ୍ରାମର ଜନକ ଶେଖ୍ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...