Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୁକୁଡା ବିକ୍ରି କରି ମାସକୁ ରୋଜଗାର ହେଉଛି କୋଟିଏ 

Manini Pattanayak
Browse all articles by Manini Pattanayak
·2 years ago·2 min read
କୁକୁଡା ବିକ୍ରି କରି ମାସକୁ ରୋଜଗାର ହେଉଛି କୋଟିଏ 

ନୂଆଦିଲ୍ଲୀ: ଆଇଆଇଟିରେ ପାଠ ପଢା। ପଢା ଶେଷ ପରେ ୨୮ ଲକ୍ଷ ପ୍ୟାକେଜରେ ଚାକିରି। ତଥାପି ମନ ନଥିଲା ଶାନ୍ତି। ସଫଳାତା ପାଇକି ମଧ୍ୟ  ସଫଳତା ନପାଇଲା  ଭଳି ଲାଗୁଥିଲା। କିଛି ଭିନ୍ନ କରିବାକୁ ଥିଲା ଇଛା। କିନ୍ତୁ ଭିନ୍ନ ଯେ କୁକୁଡା ବିକ୍ରି ଏହା ପରିବାର ଲୋକ ମଧ୍ୟ ସ୍ୱପ୍ନରେ ଭାବିନଥିବେ।  ଆଶ୍ଚର୍ଯ୍ୟ ଲାଗୁଛି ଥିବ । ଲୋକହସା ଖରତିର ନକରି  ଆଜ୍ଞା ଆଗପଛ ନ ଅନାଇ ଲୋକଙ୍କ ଟାହିଟାପରେ କୁ ଧ୍ୟାନ ନ ଦେଇ ଚିକେନ ବିକିବା ଆରମ୍ଭ କରିଦେଲେ।  ସେ ୨୮ ଲକ୍ଷର ପ୍ୟାକେଜର ଚାକିରି ଠାରୁ ଏ କୁକୁଡା ବିକିବା ଦେଉଥିଲା ଆତ୍ମସନ୍ତୋଶ।  ଆଜି  କୁକୁଡା ବିକି ମାସକୁ  ରୋଜଗାର କରୁଛନ୍ତି ଏକ କୋଟି। ସେହି ବ୍ୟକ୍ତ ଜଣଙ୍କ ହେଉଛନ୍ତି  ସୈକେଶ ଗୌଡ। ଯିଏକି କଣ୍ଟ୍ରୀ ଚିକେନ କମ୍ପାନୀର ସଂସ୍ଥାପକ। 

ତେବେ  ସୈକେଶ ଗୌଡଙ୍କୁ କୁକୁଡା ବ୍ୟବସାୟରେ ସାଥ ଦେଇଥିଲେ ଦୁଇ ଜଣ ବ୍ୟକ୍ତି । ଜଣଙ୍କ ନା ହେଉଛି ହେମାମ୍ବର ରେଡ୍ଡି ଏବଂ ଅନ୍ୟ ଜଣଙ୍କ ନା ହେଉଛି  ମହମ୍ମଦ ସାମୀଉଦ୍ଧିନ ।   ଏହି ଦୁଇ ଜଣଙ୍କ  ଲକ୍ଷ ଥିଲା କୁକୁଡା  ପାଳନ କରିବା। ସେହିସମୟରେ ସୈକେଶ ଗୌଡ  ସହ ଏହି ଦୁଇ ଜଣଙ୍କର ସାକ୍ଷାତ ହୋଇଗଲା।  ଆରମ୍ଭ କରିଲେ କୁକୁଡା ପାଳନ।  ପରେ  ସୈକେଶ ଗୌଡ   ଚିକେନ ବିକିବା ଆରମ୍ଭ କରିଦେଲେ।   ଚାହୁଁ ଚାହୁଁ ବେପାର ଲମ୍ବିବାରେ ଲାଗିଲା।   ହାଇଦ୍ରାବଦରେ  ଦେଶର ପ୍ରଥମ ଚିକେନ ସେଣ୍ଟର ଖୋଲିଲା ସୈକେଶ ଗୌଡଙ୍କର  ।  

ଏଥିରେ ୭୦ ଜଣ ଲୋକଙ୍କୁ ଚାକିରି ଦେଲେ।  କେବଳ ଏତିକି ନୁହେଁ,  କଣ୍ଟ୍ରୀ ଚିକେନ୍ କମ୍ପାନୀ ପ୍ରାୟ 15 ହଜାର କୁକୁଡ଼ା ଚାଷୀଙ୍କ ସହିତ ଏକ ନେଟୱାର୍କ ତିଆରି କରିଥିଲା ​​ଏବଂ ଭଲ ମୂଲ୍ୟ ଦେଇ ସେମାନଙ୍କଠାରୁ ସିଧାସଳଖ ଚିକେନ୍ କିଣିବା ଆରମ୍ଭ କଲା | ଏପ୍ରିଲ୍ 2023 ସୁଦ୍ଧା,  କଣ୍ଟ୍ରୀ ସିକେନର ଆୟ  ହୁ ହୁ ହୋଇ ବୃଦ୍ଧି ପାଇ ମାସକୁ 1.2 କୋଟି ଟଙ୍କା ହୋଇଗଲା। ଗତ ଆର୍ଥିକ ବର୍ଷରେ କମ୍ପାନୀକୁ ମୋଟ  ୫କୋଟି ଟଙ୍କା  ଆୟ ମିଳିଥିଲା।  କଣ୍ଟିରି ଚିକେନର ଲକ୍ଷ  ଏହି ଆର୍ଥିକ ବର୍ଷରେ 50 କୋଟି ଟଙ୍କା ରାଜସ୍ୱ ହାସିଲ କରିବା। ସତରେ ଯେତେ ସଫଳତା ପାଅ ପଛେ ଯେଉଁ ଯଦି ସେ ସଫଳତା ତୁମକୁ ଆତ୍ମସନ୍ତୋଷ ଦେଉନି ସେ ଫଳତା ସଫଳତାରେ ଯାଏନା।   
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Meet co-founder who left Rs 28 lakh salary job to start his business, now earns Rs 1 crore per month | Argus News