Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -    ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସପି ହେଲେ ମନିଷା ରୋପେଟା

National

   ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସପି ହେଲେ ମନିଷା ରୋପେଟା

Manini Pattanayak
Browse all articles by Manini Pattanayak
·2 years ago·1 min read
   ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସପି ହେଲେ ମନିଷା ରୋପେଟା

ନୂଆଦିଲ୍ଲୀ:  ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସପି ହେଲେ ମନିଷା ରୋପେଟା। ଡିଏସପି ନିଯୁକ୍ତ ହେବା ପରେ ମନିଷା କହିଛନ୍ତି ଯେ, ପୁରୁଷ ପ୍ରଧାନ ମାନସିକତା ଥିବା ପାକିସ୍ତାନରେ ସେ ଛୋଟବେଳୁ ପିତୃସତ୍ତା ଦେଖିଆସିଥିଲେ। ପାକିସ୍ତାନରେ ଝିଅମାନେ ପଢ଼ିଲେ ତାଙ୍କୁ ଶିକ୍ଷୟିତ୍ରୀ କିମ୍ବା ଡାକ୍ତର ହେବାକୁ କୁହାଯାଇଥାଏ। ହେଲେ ଏହି ଧାରଣାକୁ ସମାପ୍ତ କରିବାକୁ ଚାହିଁଥିଲେ ବୋଲି କହିଛନ୍ତି ମନିଷା। ମନିଷା ସିନ୍ଧ ପ୍ରାନ୍ତର ଜୈକୋବାବାଦର ଏକ ମଧ୍ୟବିତ୍ତ ପରିବାରର ଝିଅ। ତାଙ୍କ ବାପା ଜଣେ ବ୍ୟବସାୟୀ ଥିଲେ।

ପିତାଙ୍କ ମୃତ୍ୟୁ ପରେ ପିଲାଛୁଆଙ୍କୁ ନେଇ କରାଚି ଚାଲିଯାଇଥିଲେ ତାଙ୍କ ମାଆ। ମନିଷା ଆହୁରି କହିଛନ୍ତି ଯେ ଆମ ସମାଜରେ ମହିଳା ସବୁଠାରୁ ଅଧିକ ଉଦପୀଡ଼ିତ। ସମାଜକୁ ରକ୍ଷା କରିବାକୁ ହେଲେ ମହିଳାଙ୍କୁ ଆଗକୁ ଆସିବାକୁ ହେବ । ମୁସଲିମ ରାଷ୍ଟ୍ର ପାକିସ୍ତାନରେ ହିନ୍ଦୁ ଅଳ୍ପସଂଖ୍ୟକ ଅଟନ୍ତି। ପାକିସ୍ତାନର ବଡ଼ ବଡ଼ ପଦ ପଦବୀ ଯାଏଁ ହାତ ଗଣତି ହିନ୍ଦୁ ପହଞ୍ଚିପାରନ୍ତି। ତେଣୁ ମନିଷାଙ୍କ ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
She was appointed to the top-position in 2022 in the province of Sindh. | Argus News