|
logo
Live

Argus News - ଇଏ ହେଉଛନ୍ତି ଭାରତର ଇଲେକସନ କିଙ୍ଗ୍

National

ଇଏ ହେଉଛନ୍ତି ଭାରତର ଇଲେକସନ କିଙ୍ଗ୍

Smruti Parija
Browse all articles by Smruti Parija
·1 year ago·2 min read
ଇଏ ହେଉଛନ୍ତି ଭାରତର ଇଲେକସନ କିଙ୍ଗ୍

ଅର୍ଗସ ବ୍ୟୁରୋ: ରାଜନୀତି, ନିର୍ବାଚନ, ଭୋଟ୍ ତାଙ୍କ ରକ୍ତରେ ତାଙ୍କ ଶିରା ପ୍ରସିରାରେ । ଏକଥା ଆମେ ଏଥିପାଇଁ କହୁଛୁ କାରଣ ସେ ହେଉଛନ୍ତି election king । ଆପଣ ଭାବୁଥିବେ ସେ ନିର୍ବାଚନରେ ବୋଧ ହୁଏ ପାରଙ୍ଗମ । କିନ୍ତୁ ନା । ଏଠି ହିସାବ ଟା ଟିକେ ଓଲଟା । ନିଜ ଜୀବନ କାଳରେ ଏବେ ସୁଦ୍ଧା ସେ 238 ଥର ନିର୍ବାଚନ ଲଢି ସାରିଲେଣି । ଆଉ ସବୁ ଯାକ ନିର୍ବାଚନ ସେ ହାରିଛନ୍ତି । ରାଜନୀତି ସହ ଅଙ୍ଗେ ଅଙ୍ଗେ ଜଡିତ । ନିର୍ବାଚନକୁ ସେ ଏତେ ପାଖରୁ ଏତେ ଥର ଦେଖିଛନ୍ତି ଯେ ତାଙ୍କ ନା ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । 

କିଏ ଥରେ ହାରିଲେ ଦ୍ୱିତୀୟ ଥର ହାରିବା ଭୟରେ ଠିଆ ହେବାକୁ ସାହାସ କରେନି । ଏମିତି କି କେହି କେହି ହାରିବା ପରେ କାହାକୁ ମୁହଁ ଦେଖାଇବାକୁ ବି କୁଣ୍ଠାବୋଧ ପ୍ରକାଶ କରନ୍ତି । ହେଲେ ତାମିଲନାଡୁର ଡଃ. କେ.ପଦ୍ମାରଜନ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । 

ଜୀବନରେ 238 ଥର ନିର୍ବାଚନ ଲଢି ହାରିବା ପରେ ବି ସେ ପୁଣି ଥରେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିଜ ଜୀବନରେ ସେ ଲୋକାଲ୍ ଇଲେକସନ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ 238 ଥର ନିର୍ବାଚନ ଲଢିଛନ୍ତି । ଆଉ ତାଙ୍କୁ ପ୍ରତ୍ୟେକ ଥର ହାରିବାକୁ ପଡିଛି । 

ପଦ୍ମରାଜନଙ୍କୁ ଇଲେକସନ୍ କିଙ୍ଗ୍ ଏବଂ world biggest election looser  ମଧ୍ୟ କୁହାଯାଏ । 65 ବର୍ଷୀୟ ପଦ୍ମରାଜନ୍ ଟାୟାର କମ୍ପାନୀର ମାଲିକ । ହୋମିଓପାଥି ଡାକ୍ତର । ଏହାସହ ଏକ ସ୍ଥାନୀୟ ମିଡିଆ ଚ୍ୟାନେଲ୍ ର ଏଡିଡର୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମ ଥର ପାଇଁ 1988 ମସିହାରେ ତାମିଲନାଡୁର ମେଡୁରରୁ ନିର୍ବାଚନ ଲଢିଥିଲେ । ଏତେ ବର୍ଷ ନିର୍ବାଚନ ଭିତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ମନମୋହନ ସିଂ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ନିର୍ବାଚନ ଲଢି ହାରିଛନ୍ତି । ସେହିପରି ପିଭି ନରସିଂହା ରାଓଙ୍କ ବିରୋଧରେ ମଧ୍ୟ ନିର୍ବାଚନ ଲଢି ହାରିଛନ୍ତି । ଏଥର ସେ 2024 ଲୋକସଭା ନିର୍ବାଚନ ତାମିଲନାଡୁର ଧରମପୁରୀରୁ ଲଢିଛନ୍ତି । 

ଏତେ ଥର ହାରିବା ପରେ ପୁଣି ଥରେ ନିର୍ବାଚନ ଲଢିବାକୁ କିପରି ଇଚ୍ଛା କରୁଛନ୍ତି ପଚାରିବାରୁ ସେ କହିଛନ୍ତି ଯେତେବେଳେ ମୁଁ ପ୍ରଥମ ଥର ନିର୍ବାଚନ ପାଇଁ ନୋମିନେସନ୍ ଫାଇଲ୍ କଲି ଲୋକ ମୋ ଉପରେ ହସୁଥିଲେ । କିନ୍ତୁ ମୁଁ ନିର୍ବାଚନ ଲଢି ଏହା ପ୍ରମାଣ କରିବାକୁ ଚାହୁଁଛି ଯେ, ଜଣେ ସାଧାରଣ ଲୋକ ମଧ୍ୟ ନିର୍ବାଚନ ଲଢିପାରିବ । ଲୋକ ନିର୍ବାଚନ ଲଢିବା ପାଇଁ କୁଣ୍ଠାବୋଧ ପ୍ରକାଶ କରନ୍ତି । ହେଲେ ମୁଁ ସଚେତନତା ଆଣିବା ପାଇଁ ଚାହୁଁଛି । ଏପରିକି ନୋମିନେସନ୍ ଫାଇଲ୍ କରିବା ପାଇଁ ଗତ 30 ବର୍ଷରେ 1 କୋଟି ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି ।

 

Sponsored
ଇଏ ହେଉଛନ୍ତି ଭାରତର ଇଲେକସନ କିଙ୍ଗ୍ | Argus News