ଆଧାର ସହ ଭୋଟର ଆଇଡ଼ି ଲିଙ୍କ୍ ନେଇ ବସିବ ବୈଠକ

ଆଧାର କାର୍ଡ ଓ ପ୍ୟାନ କାର୍ଡ ଲିଙ୍କ ହେବା ପରେ ଏବେ ଭୋଟର ଆଇଡ଼ି କାର୍ଡ ବା ଭୋଟ ପରିଚୟ ପତ୍ର ସହ ଲିଙ୍କ ହୋଇପାରେ ଆଧାର କାର୍ଡ। ଏନେଇ ଅଧିକ ଆଲୋଚନା କରିବାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ଏବଂ (UIDAI)ର ସିଇଓଙ୍କୁ ଭେଟିବା ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଆଧାର କାର୍ଡ ସହ ଭୋଟର ପରିଚୟ ପତ୍ର ଲିଙ୍କ କରାଯିବା ପ୍ରସ୍ତାବ ନେଇ ଆଲୋଚନା କରାଯିବ ବୋଲି ଜଣା ପଡ଼ିଛି।
ଦେଶର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ରାଜନୈତିକ ଦଳ ଗୁଡ଼ିକ ସହ ବୈଠକ କରିବାକୁ ନିର୍ଦ୍ଦେଶ ହୋଇଛି। ଆଲୋଚନାର ସମସ୍ତ ରିପୋଟ ନିର୍ବାଚନ କମିଶନରଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ହୋଇଛି। ଦେଶରେ ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଥିବା କୁହାଯାଉଛି। ଭୋଟର ତାଲିକାରେ ଅନିୟମିତତା ଅଭିଯୋଗର ଏକ ସ୍ଥାୟୀ ଏବଂ ବୈଜ୍ଞାନିକ ସମାଧାନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଆଶା ରଖିଛନ୍ତି।
📱 Get Argus News App
✨ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବୈଠକ ଏମିତି ଏକ ସମୟରେ ଆୟୋଜିତ ହେଉଛି ଯେତେବେଳେ ତୃଣମୂଳ କଂଗ୍ରେସ, ଶିବସେନା, ଏନସିପି ଭଳି ଦଳ ଗୁଡ଼ିକ ଗୋଟିଏ ଏପିକ ନମ୍ବର ପ୍ରସଙ୍ଗ ଉଠାଇଛନ୍ତି। ପଶ୍ଚିମବଙ୍ଗ ସରକାର ଭୋଟର ପରିଚୟପତ୍ରର ଡୁପ୍ଲିକେଟ୍ ଏଣ୍ଟ୍ରି ଅଭିଯୋଗ ଆଣୁଥିବା ବେଳେ ଏହି ମୁଖ୍ୟ ନିର୍ବାଚନ କମିଶନର ବୈଠକ କରୁଥିବାରୁ ଏହା ଉପରେ ସମସ୍ତ ରାଜନୈତିକ ଦଳଗୁଡ଼ିକର ନଜର ରହିଛି।