ରାଜା ରଘୁବଂଶୀଙ୍କ ପାଇଁ ମୁଁ ଲଢ଼ିବି: ସୋନମଙ୍କ ଭାଇ

Key Points
ମୁଁ ତାକୁ ଦଣ୍ଡ ଦେବି-ଗୋବିନ୍ଦ
'ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ'
`ରାଜା ରଘୁବଂଶୀଙ୍କ ପାଇଁ ମୁଁ ଲଢ଼ିବି'
ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ କଥା ସାମନାକୁ ଆସୁଛି। ତଦନ୍ତ ଯେତେ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ଖୁଲାସା ହେଉଛି। ରାଜାଙ୍କ ପତ୍ନୀ ସୋନମ ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅଭିଯୁକ୍ତ ପୁଲିସର ପଚରାଉଚରା ମଧ୍ୟରେ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି। ଗୋଟିଏ ପଟେ, ଅଭିଯୁକ୍ତମାନେ ସୋନମଙ୍କୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି କହୁଥିବା ବେଳେ ସୋନମ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏବେ ସୋନମଙ୍କ ପରିବାର ସଦସ୍ୟମାନେ ମଧ୍ୟ ତାଙ୍କ ବିରୋଧୀ ହେବା ସହ ତାଙ୍କୁ କଡ଼ା ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି। ସୋନମଙ୍କ ଭାଇ ଗୋବିନ୍ଦ ରଘୁବଂଶୀ କହିଛନ୍ତି ଯେ, ମୋ ଭଉଣୀ ଅପରାଧ କରିଛି। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ।
ସେପଟେ ମେଘାଳୟ ପୋଲିସ ରାଜା ରଘୁବଂଶୀ ହତ୍ୟା ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି। ଏନେଇ ମେଘାଳୟ ପୋଲିସ କହିଛି, ହତ୍ୟାକାଣ୍ଡରେ ସୋନମଙ୍କ ସମ୍ପୃକ୍ତି ଥିବାର ସମ୍ଭାବନା ବହୁତ ଅଧିକ। ତେବେ ଜେରା ପରେ ହିଁ ସତ ସାମ୍ନାକୁ ଆସିବ। ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ସିଲଂ କୋର୍ଟରେ ହାଜର କରାଯାଇଛି। କୋର୍ଟରୁ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡ ନେଇ ଅପରାଧସ୍ଥଳକୁ ନେଇଯିବାର ବ୍ୟବସ୍ଥା କରିଛି। ସେଠାରେ ରାଜାଙ୍କ ହତ୍ୟାର ରି-କ୍ରିଏସନ କରିବେ ହତ୍ୟାକାରୀ।