Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗିରଫ ହେଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

Ritu Das
Browse all articles by Ritu Das
·1 year ago·2 min read
ଗିରଫ ହେଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଋଣ ଠକେଇ ମାମଲାରେ ଗିରଫ ହୋଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ବେଲଜିୟମରେ ପୋଲିସ ଗିରଫ କରିଛି। ୬୫ ବର୍ଷୀୟ ମେହୁଲଙ୍କୁ ଶନିବାର ଗିରଫ କରାଯାଇଛି। ଏବେ ସେ ଜେଲରେ ଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଆବେଦନରେ ୬୫ ବର୍ଷୀୟ ଚୋକସିଙ୍କୁ ଶୁକ୍ରବାର (୧୧ ଏପ୍ରିଲ, ୨୦୨୫) ଗିରଫ କରାଯାଇଥିଲା ଏବଂ ସେ ଏବେ ଜେଲରେ ଅଛନ୍ତି।


ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଚୋକ୍ସିଙ୍କୁ ଗିରଫ କରିବା ବେଳେ ମୁମ୍ବାଇ ର ଏକ ଅଦାଲତ ତାଙ୍କ ବିରୋଧରେ ଜାରି କରିଥିବା ଦୁଇଟି ଗିରଫ ପରୱାନାକୁ ପୋଲିସ ଉଲ୍ଲେଖ କରିଛି। ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ କରିଥିଲେ ଏବଂ ଗିରଫଦାରୀ ଏଡାଇବା ପାଇଁ ସେ ଭାରତରୁ ବେଲଜିୟମ ପଳାଇ ଯାଇଥିଲେ। ସେଠାରେ ସେ ତାଙ୍କ ପତ୍ନୀ ପ୍ରୀତି ଚୋକସୀଙ୍କ ସହ ଆଣ୍ଟୱର୍ପରେ ରହୁଥିଲେ। ପ୍ରୀତି ଚୋକସି ବେଲଜିୟମର ନାଗରିକତ୍ୱ ଧାରଣ କରିଛନ୍ତି। ଅନେକ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଚୋକସିଙ୍କର ବେଲଜିୟମରେ ‘F ରେସିଡେନ୍ସି କାର୍ଡ’ ଅଛି ଏବଂ ସେ ଚିକିତ୍ସା ପାଇଁ ଆଣ୍ଟିଗୁଆରୁ ବେଲଜିୟମ ଆସିଛନ୍ତି। ମେହୁଲ ଚୋକସିଙ୍କୁ ଗିରଫ କରିବା ସମୟରେ, ବେଲଜିୟମ ପୋଲିସ ମୁମ୍ବାଇ କୋର୍ଟ ଦ୍ୱାରା ତାଙ୍କ ବିରୁଦ୍ଧରେ ଜାରି ହୋଇଥିବା ଦୁଇଟି ଗିରଫ ପରୱାନାର ଉଦାହରଣ ଦେଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରିପୋର୍ଟରେ କୁହାଯାଇଛି ଯେ ଏହି ୱାରେଣ୍ଟଗୁଡ଼ିକ ୨୩ ମଇ, ୨୦୧୮ ଏବଂ ୧୫ ଜୁନ, ୨୦୨୧ରେ ଜାରି କରାଯାଇଥିଲା। ତଥାପି, କୁହାଯାଉଛି ଯେ ମେହୁଲ ଚୋକସି ଖରାପ ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ ଜାମିନ ଏବଂ ତୁରନ୍ତ ମୁକ୍ତି ପାଇଁ ଆବେଦନ କରିପାରନ୍ତି। ପିଏନବିକୁ ୧୩,୫୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ମେହୁଲ ଚୋକସିଙ୍କ ବିରୁଦ୍ଧରେ ସିବିଆଇ ଏବଂ ଇଡି ମାମଲା ରୁଜୁ କରିଛି। ଚୋକସିଙ୍କ ଭଣଜା ନୀରବ ମୋଦି ମଧ୍ୟ ଏହି ମାମଲାରେ ଜଣେ ଅଭିଯୁକ୍ତ, ଯିଏ ଲଣ୍ଡନରେ ଲୁଚି ରହିଛନ୍ତି ଏବଂ ତାଙ୍କର ପ୍ରତ୍ୟର୍ପଣ ମଧ୍ୟ ଅପେକ୍ଷାରେ ଅଛି।

Sponsored
mehul-choksi-arrested-in-belgium-on-indias-extradition-request | Argus News