|
logo
Live

Argus News - ମେନକା ଗୁରୁସ୍ୱାମୀଙ୍କ ବଡ଼ ସଫଳତା, ଭାରତରେ ନୂଆ ଇତିହାସ

National

Menaka Guruswamy / ମେନକା ଗୁରୁସ୍ୱାମୀଙ୍କ ବଡ଼ ସଫଳତା, ଭାରତରେ ନୂଆ ଇତିହାସ

Rashmita Mishra
Browse all articles by Rashmita Mishra
·2 hours ago·2 min read
ମେନକା ଗୁରୁସ୍ୱାମୀଙ୍କ ବଡ଼ ସଫଳତା, ଭାରତରେ ନୂଆ ଇତିହାସ
Menaka Guruswamy

Key Points

ସଂସଦରେ ପ୍ରଥମ ସମଲିଙ୍ଗୀ ସଦସ୍ୟ 
ମେନକା ଗୁରୁସ୍ୱାମୀଙ୍କ ବଡ଼ ସଫଳତା, ଭାରତରେ ନୂଆ ଇତିହାସ

ବର୍ତ୍ତମାନ ଦେଶରେ ସବୁ ବର୍ଗର ଲୋକମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଆଉ ଏହାରି ଭିତରେ ସଂସଦରେ ପ୍ରଥମ ସମଲିଙ୍ଗୀ ସଦସ୍ୟ ହେଇଛନ୍ତି ମେନକା ଗୁରୁସ୍ଵାମୀ । ସେ ଭାରତର ସାମ୍ଵିଧାନିକ ଆଇନ ମଂଚରେ ମଧ୍ୟ ଅନେକ ଖ୍ୟାତିଅର୍ଜନ କରିବା ସହ ,ଶିକ୍ଷାବିତ୍ ଓ ମାନବାଧିକାର କର୍ମୀ ଭାବେ ପରିଚିତ । ଏବେ ସେ ରାଜନୀତିକ ମଂଚରେ ମଧ୍ୟ ଇତିହାସ ରଚିଛନ୍ତି ଯାହା ପୂର୍ବରୁ କେବେ ହୋଇନଥିଲା । ୨୦୨୬ ପଶ୍ଚିମବଙ୍ଗ ରାଜ୍ୟସଭା ସଂସଦ ଭାବେ ଶପଥ ନେଇଛନ୍ତି ମେନକା ଗୁରୁସ୍ଵାମୀ ।

ମେନକା ଗୁରୁସ୍ୱାମୀ କିଏ ?
ମେନକା ଗୁରୁସ୍ୱାମୀ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଏବଂ ବିଭିନ୍ନ ସାମ୍ବିଧାନିକ ମାମଲାରେ ତାଙ୍କର ବିଶେଷଜ୍ଞତା ପାଇଁ ଜଣାଶୁଣା । ସେ ୧୯୯୭ ମସିହାରେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ଅଶୋକ ଦେଶାଇଙ୍କ ସହ କାମ କରିବା ସମୟରେ ଆଇନର ଜଟିଳତା ଶିଖିଥିଲେ । ମେନକା ତାଙ୍କୁ ତାଙ୍କର ଗୁରୁ ବୋଲି ମାନିଥାନ୍ତି । କିରଣ ମାନରାଲଙ୍କ ପୁସ୍ତକ, ରାଇଜିଂ: ୩୦ ମହିଳା ଯିଏ ଭାରତ ପରିବର୍ତ୍ତନ କରିଛନ୍ତି, ସେଥିରେ ମଧ୍ୟ ମେନକା ଗୁରୁସ୍ୱାମୀ ସ୍ଥାନିତ ହୋଇଛନ୍ତି ।

ମେନକା ଗୁରୁସ୍ଵାମୀ ୨୭ ନଭେମ୍ବର ୧୯୭୪ ମସିହାରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଶିକ୍ଷିତ ପରିବାରରୁ ଆସିଥିବା ବେଳେ ତାଙ୍କ ପିତା ମୋହନ ଗୁରୁସ୍ଵାମୀ ଜଣେ ରାଜନୀତିକଜ୍ଞ ଓ ନୀତି ଉପଦେଷ୍ଟା ଥିଲେ ।

ବିଦେଶରେ ପାଠପଢ଼ା ଏବଂ କ୍ୟାରିଅର ପ୍ରାୟ ଦେଢ଼ ବର୍ଷ ଅଶୋକ ଦେଶାଇଙ୍କ ସହ କାମ କରିବା ପରେ, ମାନେକା ଅଧିକ ଅଧ୍ୟୟନ ପାଇଁ ଅକ୍ସଫୋର୍ଡ ଯାଇଥିଲେ । ସେ ୨୦୦୧ ମସିହାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଲ (BCL)ରେ ସ୍ନାତକ ହାସଲ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ୍ ଲ (LLM) ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ନ୍ୟୁୟର୍କର ଡେଭିସ୍ ପୋଲକ୍ ଏବଂ ୱାର୍ଡୱେଲରେ ସହଯୋଗୀ ଭାବରେ କାର୍ଯ୍ୟ କରିଥିଲେ । ମାନେକା ଗୁରୁସ୍ୱାମୀଙ୍କ ଚିତ୍ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ରୋଡ୍ସ ହାଉସର ମିଲନର ହଲରେ ପ୍ରଦର୍ଶିତ ହୋଇଛି । ସେ ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ଏବଂ ଏକମାତ୍ର ମହିଳା ।

ମେନକା ଗୁରୁସ୍ଵାମୀଙ୍କ ମାମଲାଗୁଡ଼ିକ କ'ଣ ?
ମାନେକା ଗୁରୁସ୍ୱାମୀଙ୍କ ସାଥୀ ହେଉଛନ୍ତି ଅରୁନ୍ଧତୀ କାଟଜୁ, ଯିଏକି ପେଶାରେ ଜଣେ ଓକିଲ । ମାନେକା ଗୁରୁସ୍ୱାମୀ ଏବଂ ତାଙ୍କ ସାଥୀ ଅରୁନ୍ଧତୀ କାଟଜୁ ଉଭୟ ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୩୭୭ ବିରୋଧରେ ଆଇନଗତ ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୦୯ ମସିହାରେ, ଦିଲ୍ଲୀ ହାଇକୋର୍ଟ ଧାରା ୩୭୭କୁ ରଦ୍ଦ କରିଥିଲେ, କିନ୍ତୁ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ମାନେକା ଏବଂ ଅରୁନ୍ଧତୀ ମିଳିତ ଭାବରେ ସୁପ୍ରିମକୋର୍ଟରେ ମାମଲା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ । ତଥାପି, ୨୦୧୩ ମସିହାରେ, ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତିକୁ ରଦ୍ଦ କରି ଧାରା ୩୭୭କୁ ରଦ୍ଦ କରିଥିଲେ । ଆହୁରି ମଧ୍ୟ ୨୦୧୮ ମସିହା ସେପ୍ଟେମ୍ବର ସୁପ୍ରିମକୋଟରେ ଚାଲିଥିବା ସମଲିଙ୍ଗିକତାକୁ ଅପରାଧ ତାଲିକାରୁ ବାହାର କରିଥିଲେ। LGBTQ+ ଲୋକଙ୍କ ଅଧିକାର ପାଇଁ ଯୁକ୍ତି ଉପସ୍ଥାପନା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Menaka Guruswamy: ମେନକା ଗୁରୁସ୍ୱାମୀଙ୍କ ବଡ଼ ସଫଳତା, ଭାରତରେ ନୂଆ ଇତିହାସ | Argus News