Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ବିକାଶ ଯାତ୍ରାର ନୂଆ ଅଧ୍ୟାୟର ସନ୍ଦେଶ ମହାକୁମ୍ଭ

Ritu Das
Browse all articles by Ritu Das
·1 year ago·2 min read
ଭାରତ ବିକାଶ ଯାତ୍ରାର ନୂଆ ଅଧ୍ୟାୟର ସନ୍ଦେଶ ମହାକୁମ୍ଭ

ସମ୍ପନ୍ନ ହୋଇଛି ମହାକୁମ୍ଭ, ଏକତାର ଭବ୍ୟ ମହାଯଜ୍ଞ । ଭବ୍ୟ ସଂଗମରେ 140 କୋଟି ଭାରତୀୟ 45 ଦିନ ଧରି ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମହାକୁମ୍ଭ ଶେଷ ହେବା ପରେ ମନରେ ଆସିଥିବା ବିଚାରକୁ ନେଇ ବ୍ଲଗ ଲେଖିଛନ୍ତି ମୋଦି । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ବିପୁଳ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ । ଏହା ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବ ଯାହା ଆଗାମୀ ଶତାବ୍ଦୀ ପାଇଁ ଆମ ସଂସ୍କୃତି ଏବଂ ଐତିହ୍ୟକୁ ସୁଦୃଢ଼ ଏବଂ ସମୃଦ୍ଧ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପିଏମ ମୋଦି । ପ୍ରୟାଗରାଜର ମହାକୁମ୍ଭ ଆଜି ସମଗ୍ର ବିଶ୍ୱରେ ମ୍ୟାନେଜମେଣ୍ଟ ପ୍ରଫେସନାଲ, ପ୍ଲାନିଂ ଏକ୍ସପର୍ଟ ଏବଂ ପଲିସି ଷ୍ଟ୍ରାଟେଜିଷ୍ଟଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି । ନିଜ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରୁଥିବା ଭାରତ ଆଜି ଏକ ନୂଆ ଶକ୍ତି ସହ ଆଗେଇ ଚାଲିଛି ।


ଏହି ଯୁଗ ହେଉଛି ପରିବର୍ତ୍ତନର ସେହି ଆହ୍ୱାନ, ଯାହା ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଲେଖିବାକୁ ଯାଉଛି । ମହାକୁମ୍ଭରେ ସମାଜର ସବୁ ବର୍ଗ ଓ ପ୍ରତ୍ୟେକ ଅଞ୍ଚଳର ଲୋକ ଏକାଠି ହୋଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତର ଏହି ସ୍ମରଣୀୟ ଦୃଶ୍ୟ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମସନ୍ତୋଷର ଏକ ମହାନ ପର୍ବ ପାଲଟିଥିଲା ବୋଲି ଲେଖିଛନ୍ତି ମୋଦି । ଏକତାର ମହାକୁମ୍ଭକୁ ସଫଳ କରିବା ପାଇଁ ଦେଶବାସୀଙ୍କ କଠିନ ପରିଶ୍ରମ, ପ୍ରୟାସ ଏବଂ ସଂକଳ୍ପରେ ଅଭିଭୂତ ହୋଇ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଶ୍ରୀସୋମନାଥ ଦର୍ଶନ କରିବାକୁ ଯିବାକୁ ମନସ୍ଥ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିବା ସହ ଶ୍ରଦ୍ଧାର ସଂକଳ୍ପ ପୁଷ୍ପକୁ ଉତ୍ସର୍ଗ କରିବେ ବୋଲି ବ୍ଲକରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କ ମଧ୍ୟରେ ଏକତାର ଏହି ଅବିରଳ ଧାରା ଜାରି ରହୁ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Message of Mahakumbh, a new chapter in India's development journey | Argus News