Lionel Messi / ମେସିଙ୍କ ପାଇଁ ହୋର୍ଡିଂ ଭଙ୍ଗିଲେ, ତମ୍ବୁ ଉପାଡ଼ିଲେ,ବୋତଲ ଫିଙ୍ଗିଲେ...

Key Points
କୋଲକାତାରେ ମେସି ଙ୍କ ଫ୍ୟାନ୍ସଙ୍କ ହଙ୍ଗାମା ।
ମାତ୍ର ୧୦ ମିନିଟ୍ ରହିଲେ ଷ୍ଟାର ଫୁଟବଲର୍ ।
ଦେଖି ନପାରିବାରୁ ଫ୍ୟାନ୍ସଙ୍କ ଭିତରେ ପ୍ରବଳ ଅସନ୍ତୋଷ ।
ମେସି ଆସିଲେ, ମାତ୍ର ୧୦ ମିନିଟ୍ ରହି ଚାଲିଗଲେ। କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ଫୁଟବଲ୍ ଷ୍ଟାର୍ ଲିଓନେଲ୍ ମେସିଙ୍କୁ ଦେଖିବା ପାଇଁ ଆସିଥିବା ହଜାର ହଜାର ଫ୍ୟାନ୍ସମାନେ ଗଭୀର ଭାବେ ନିରାଶ ହୋଇଛନ୍ତି ।
ରଣକ୍ଷେତ୍ର ପାଲଟିଲା ଷ୍ଟାଡିୟମ । ଫୁଟବଲର ମେସିଙ୍କ ହାତ ମିଳାଇବାକୁ ଫ୍ୟାନ କରିଥିଲେ ପ୍ରବଳ ହଙ୍ଗାମା । ଧସେଇ ପଶିଲେ, ଚେୟାର ଫିଙ୍ଗିଲେ ପ୍ରଶଂସକ । ଷ୍ଟାଡିୟମରେ ମେସିଙ୍କୁ ଦେଖିନପାରିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ପ୍ରଶଂସକ ।
ସୂଚନାନୁଯାୟୀ ଷ୍ଟାଡିୟମ ଭିତରେ ପ୍ରବେଶ, ବସିବା ଏବଂ ଦେଖାଯିବାକୁ ନେଇ ଅନେକ ତ୍ରୁଟି ରହିଛି ବୋଲି ଅଭିଯୋଗ ହୋଇଛି । ଅନେକ ଫ୍ୟାନ୍ସମାନେ ସେମାନଙ୍କର ପ୍ରିୟ ଫୁଟବଲ୍ ଆଇକନ୍ଙ୍କୁ ନିକଟରୁ ଦେଖିବା ପାଇଁ ଆଶା କରିଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ । ମେସି ମାତ୍ର ୧୦ ମିନିଟ୍ ପାଇଁ ଆସିଲେ ଏବଂ ତାଙ୍କୁ ଦେଖିବାକୁ ମିଳିଲା ନାହିଁ। ନେତା ଓ ମନ୍ତ୍ରୀମାନେ ତାଙ୍କୁ ଚାରିପଟୁ ଘେରି ରହିବାରୁ ଦର୍ଶକମାନେ ଠିକ୍ରେ କିଛି ଦେଖିପାରିଲେ ନାହିଁ ।
#WATCH | Kolkata, West Bengal: Police personnel use mild force to disperse the crowd.
— ANI (@ANI) December 13, 2025
Angry fans vandalised the Salt Lake Stadium in Kolkata, alleging poor management of the event.#GOATIndiaTour2025 #LionelMessi https://t.co/I0iqMUJsiQ pic.twitter.com/cilRA1erP4
ଠିକ୍ ଏହା ପରେ ଆରମ୍ଭ ହୋଇଥିଲା ପୋଷ୍ଟର ଏବଂ ହୋର୍ଡିଂ ଭଙ୍ଗାରୁଜା,ବୋତଲ ଫିଙ୍ଗିବା ତା'ସହ ଷ୍ଟାଡିୟମ ଭିତରେ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଅଧିକ ବିଗିଡ଼ିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ପଡିଥିଲା। ବିଶୃଙ୍ଖଳା ମଧ୍ୟରେ, ମେସିଙ୍କୁ ଅନ୍ୟ ଭିଭିଆଇପି ଅତିଥିମାନଙ୍କ ସହିତ କଡ଼ା ସୁରକ୍ଷା ମଧ୍ୟରେ ବାହାରକୁ ନିଆଯାଇଥିଲେ ।
ଫ୍ୟାନ୍ସଙ୍କ କହିବାନୁଯାୟୀ, ମେସି ଗୋଟିଏ ବି କିକ୍ କିମ୍ବା ପେନାଲ୍ଟି ମାରିଲେ ନାହିଁ । ବହୁ ଟଙ୍କା, ସମୟ ନଷ୍ଟ ହେଲା ବୋଲି ଫ୍ୟାନ୍ସମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହି ଘଟଣାଟି ଫ୍ୟାନ୍ସ ମାନଙ୍କ ପାଇଁ ସବୁଠାରୁ ନିରାଶାଜନକ ଥିଲା, ଯେଉଁମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସତ୍ତ୍ୱେ ଆର୍ଜେଣ୍ଟିନାର ବିଶ୍ୱକପ୍ ବିଜେତା ଅଧିନାୟକଙ୍କ ଝଲକ ପାଇପାରିନଥିଲେ ।
📱 Get Argus News App
✨Kolkata, West Bengal: Angry fans vandalise the Salt Lake Stadium in Kolkata, alleging poor management of the event
— ANI (@ANI) December 13, 2025
A fan of star footballer Lionel Messi said, "Absolutely terrible event. He came for just 10 minutes. All the leaders and ministers surrounded him. We couldn't see… pic.twitter.com/a3RsbEFmTi
୩ ଦିନିଆ ଭାରତ ଗସ୍ତରେ ଆର୍ଜେଣ୍ଟିନାର ଫୁଟବଲ ଷ୍ଟାର୍ ଲିଓନେଲ୍ ମେସି ଭାରତ ଆସିଛନ୍ତି । ଆଜିଠାରୁ GOAT ଇଣ୍ଡିଆ ଟୁର ୨୦୨୫ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମେସି । କୋଲକାତାର ଲେକ୍ ଟାଉନରେ ଲିଓନେଲ ମେସି ନିଜ ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଭର୍ଚୁଆଲି ଉନ୍ମୋଚିତ କରିଛନ୍ତି । GOAT ଇଣ୍ଡିଆ ଟୁର୍ ୨୦୨୫ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର...
Related Topics
Explore more stories