Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାତ୍ୟା ଚର୍ଚ୍ଚାକୁ ଖଣ୍ଡନ କଲା ପାଣିପାଗ ବିଭାଗ

National

ବାତ୍ୟା ଚର୍ଚ୍ଚାକୁ ଖଣ୍ଡନ କଲା ପାଣିପାଗ ବିଭାଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାତ୍ୟା ଚର୍ଚ୍ଚାକୁ ଖଣ୍ଡନ କଲା ପାଣିପାଗ ବିଭାଗ

Key Points

ବାତ୍ୟା ଚର୍ଚ୍ଚାକୁ ଖଣ୍ଡନ କଲା ପାଣିପାଗ ବିଭାଗ

ନାହିଁ କୌଣସି ବାତ୍ୟା ଭୟ

ବାତ୍ୟା ଚର୍ଚ୍ଚାକୁ ଖଣ୍ଡନ କଲା ପାଣିପାଗ ବିଭାଗ । ଗତ କିଛିଦିନ ଧରି ବାତ୍ୟା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରିତ କରୁଥିଲେ । ଆଜି ଏହା ଉପରୁ ପରଦା ହଟାଇଛି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ । ବାତ୍ୟା ହେବା ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଆଇଏମଡି।

ପ୍ରକାଶଥାଉକି, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମେ ୨୩ରୁ ୨୮ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିଲା । ପରେ ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବା ନେଇ କୁହାଯାଇଥିଲା । ଯାହାକୁ ଖଣ୍ଡନ କରିଛନ୍ତି ପାଣିପାଗ ବିଭାଗ। ମେ’ ୧୬ରୁ ୧୮ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହା କ୍ରମେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ବାଂଲାଦେଶର ଉପକୂଳ ଅଞ୍ଚଳରେ ଜୋର୍‌ଦାର ପବନ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଥିଲା ।

ତାହା ସମ୍ପୂର୍ଣ୍ଣ ମିଛ। ସେମିତି କୌଣସି ବାତ୍ୟାର ସମ୍ଭାବନା ନାହିଁ ବୋଲି କହିଛନ୍ତି ପାଣିପାଗ ବିଭାଗ। ଏହାସହ ସାଧାରଣ ଲୋକଙ୍କୁ ଭୟଭୀତ ନକରିବା ପାଇଁ କୁହାଯାଇଛି। ବାତ୍ୟା ନେଇ କୌଣସି ଭୁଲ ତଥ୍ୟ ଦେବା ଉପରେ କଟକଣା କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored