Videos
|
National

Romeo Helicoptor / ଆମେରିକାରୁ ଆସିଲା ରୋମିଓ ହେଲିକପ୍ଟର, ଘୁରେଇଲାଣି ଶତ୍ରୁଙ୍କ ମୁଣ୍ଡ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଆମେରିକାରୁ ଆସିଲା ରୋମିଓ ହେଲିକପ୍ଟର, ଘୁରେଇଲାଣି ଶତ୍ରୁଙ୍କ ମୁଣ୍ଡ
Romeo Helicoptor

Key Points

ଅତ୍ୟାଧୁନିକ ସେନ୍ସର ଏବଂ ରଡାର୍ ପ୍ରଣାଳୀ ଯେକୌଣସି ପାଣିପାଗରେ ଶତ୍ରୁର ଗତିବିଧି ଉପରେ ନଜର ରଖିପାରିବ ।

ଭାରତୀୟ ନୌସେନାର ଶକ୍ତି ବଢାଉଛି ରୋମିଓ ହେଲିକପ୍ଟର । ଗୋଆର ନେଭାଲ୍ ବେସ୍‌ରେ ଆଜି ବିଧିବଦ୍ଧ ଭାବେ ନୌସେନାରେ ସାମିଲ ହୋଇଛି ଅତ୍ୟାଧୁନିକ MH-60R ରୋମିଓ ହେଲିକପ୍ଟର । ହିନ୍ଦ ମହାସାଗରରେ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବା ପାଇଁ ଏହି ହେଲିକପ୍ଟର ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହେବ । ଏହା ହେଉଛି ଭାରତୀୟ ନୌସେନାର ଦ୍ୱିତୀୟ ରୋମିଓ ସ୍କ୍ୱାଡ୍ରନ୍, ଯାହାକୁ ପଶ୍ଚିମ ସାମୁଦ୍ରିକ ସୀମାରେ ନିୟୋଜିତ କରାଯିବ ।

ଏଥିରେ ରହିଛି ମଲ୍ଟି-ମୋଡ୍ ରଡାର ଏବଂ ହାଇ-ରିଜୋଲ୍ୟୁସନ କ୍ୟାମେରା, ଯାହା ସମୁଦ୍ର ଭିତରେ ଲୁଚି ରହିଥିବା ଶତ୍ରୁର ବୁଡ଼ାଜାହାଜକୁ ଖୋଜି ବାହାର କରିପାରିବ । ଆଗାମୀ ଦିନରେ ଏହି ହେଲିକପ୍ଟରଗୁଡ଼ିକୁ ଆଇଏନଏସ୍‌ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍‌ ବିକ୍ରାନ୍ତରେ ମଧ୍ୟ ମୁତୟନ କରାଯିବ । ଆମେରିକା ସହ ହୋଇଥିବା ୨୪ଟି ହେଲିକପ୍ଟର ଚୁକ୍ତି ମଧ୍ୟରୁ ଏହି ନୂତନ ସ୍କ୍ୱାଡ୍ରନ୍ ଚୀନ୍ ଓ ପାକିସ୍ତାନ ସୀମାରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ । ଏହାର ଅତ୍ୟାଧୁନିକ ସେନ୍ସର ଏବଂ ରଡାର୍ ପ୍ରଣାଳୀ ଯେକୌଣସି ପାଣିପାଗରେ ଶତ୍ରୁର ଗତିବିଧି ଉପରେ ନଜର ରଖିପାରିବ ।


୧- ‘ରୋମିଓ’ ହେଲିକପ୍ଟର । ଆକାଶ ଉପରୁ ଶତ୍ରୁଙ୍କୁ ଖୋଜି ଖୋଜି ଆକ୍ରମଣ କରିବ
୨- ପାଣି ଭିତରେ ଶତ୍ରୁ ଦେଶର ବୁଡା ଜାହାଜକୁ ଟ୍ରାକ କରି ଟାର୍ଗେଟ କରିବ
୩- ସମୁଦ୍ରରେ ଆସୁଥିବା ଶତ୍ରୁଙ୍କ ଠିକଣା ଦେଇ ସେମାନଙ୍କ ଗତିବିଧି ଉପରେ ନଜର ରଖିବ ‘ରୋମିଓ’ ହେଲିକପ୍ଟର
୪- ୧୨ ହଜାର ମିଟର ଉଚ୍ଚରେ ଉଡି ପାରୁଥିବା ‘ରୋମିଓ’ ଆକାଶ ଉପରୁ ସଙ୍ଗେସଙ୍ଗେ ସମୁଦ୍ର ମଝିରେ ଓହ୍ଲାଇପାରିବ ।
୫- ଖରାପ ପାଗ ସହ ରାତିର ଘନ ଅନ୍ଧାର ଚିରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ‘ରୋମିଓ’
୬- ମୋଟ ୯ ଜଣ ଏହି ହେଲପ୍ଟରରେ ବସିପାରିବେ । ତାସହ ୨ ଜଣ ପାଇଲଟ ମଧ୍ୟ ରହିବେ
୭- ଏହି ହେଲିପକ୍ଟଟର ଲମ୍ବା ୬୪ ଫୁଟ ହୋଇଥିବା ବେଳେ ଉଚ୍ଚତା ରହିଛି ୧୭ ଫୁଟ
୮- ରୋମିଓ ଦେହରେ ମିଶାଇଲ, ମେସିନଗନ ସହ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ଖଞ୍ଜାଯାଇ ପାରିବ ।
୯- ରୋମିଓ ଗତି ଘଣ୍ଟାକୁ ୨୭୦ କିଲୋମିଟର ଥିବାବେଳେ ଆବଶ୍ୟକ ପଡିଲେ ଏହା ୩୩୦କୁ ମଧ୍ୟ ବଢିପାରିବ ।

ତେବେ ଚୀନ ଭଳି ଶତ୍ରୁ ଦେଶ ପାଣି ଭିତରେ ବୁଡି ବୁଡି ଆକ୍ରମଣ ଆଶଙ୍କାରେ ଏହି ହେଲିକପ୍ଟରକୁ କିଣିବାକୁ ଚାହିଁଥିଲା ଭାରତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Romeo Helicoptor | MH-60R Romeo Helicopters: Navy’s New Eyes And Hunters In Indian Ocean | Argus News