Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କୀ ଆକ୍ରମଣ ଘଟଣାର ଯାଞ୍ଚ କରିବ NIA, ନୋଟିଫିକେଶନ ଜାରି କରିଛି ଗୃହ ମନ୍ତ୍ରଣାଳୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆତଙ୍କୀ ଆକ୍ରମଣ ଘଟଣାର ଯାଞ୍ଚ କରିବ NIA, ନୋଟିଫିକେଶନ ଜାରି କରିଛି ଗୃହ ମନ୍ତ୍ରଣାଳୟ

ଜାମ୍ମୁକାଶ୍ମୀରର ପେହଲଗାମ ରେ ହୋଇଥିବା ଆତଙ୍କୀ ଆକ୍ରମଣ ଘଟଣାର ଯାଞ୍ଚ କରିବ NIA। ଏନେଇ ବିଧିବଦ୍ଧ ନୋଟିଫିକେଶନ ଜାରି କରିଛି ଗୃହ ମନ୍ତ୍ରଣାଳୟ। ଆତଙ୍କୀ ଆକ୍ରମଣ ପରେ NIAର ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିସାରିଛି । NIA ର ଫରେନ୍ସିକ ଟିମ୍ ମଧ୍ୟ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି । ସ୍ଥାନୀୟ ପୋଲିସ ଠାରୁ କେସ୍ ଡାଏରୀ,FIR, ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ ଟିମ୍।


ଜାମ୍ମୁ-କାଶ୍ମୀର ପହଲଗାମ୍‌ ହମ୍‌ଲା ପରେ ବଡ଼ ଦମନ ଅପରେସନ୍‌ । ଧୂଳିସାତ୍ ହେଉଛି ଗୋଟିଏ ପରେ ଗୋଟିଏ ଆତଙ୍କୀଙ୍କ ଘର । କାଶ୍ମୀରରେ ଆଉ ଜଣେ ଆତଙ୍କବାଦୀର ଘର ବିସ୍ଫୋରଣ କରି ଉଡାଇଦିଆଛି । ଉତ୍ତର କାଶ୍ମୀରର ପୁକୱାରାର ସ୍ଥିତ ନାରିକୁଟ ଅଞ୍ଚଳରେ ଥିବା ଲସ୍କର ଏ ତୋଏବା ଆତଙ୍କାବଦୀ ଫାରୁକ ଅହମ୍ମଦ ତେଦବାର ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି। ଫାରୁକ ଏବେ ପାକିସ୍ତାନରେ ରହି କାଶ୍ମୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ସେନାକୁ ସାହାଯ୍ୟ କରୁଥିବା ଜଣାପଡ଼ିବା ପରେ ନିଆଯାଇଛି ଏଭଳି ପଦକ୍ଷେପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ଦିନରେ ପୁଲୱାମା, ସୋପିଆନ୍‌ ଓ କୁଲଗାମ୍‌ରେ ୩ ଆତଙ୍କୀଙ୍କ ଘର ଧୂଳିସାତ୍ କରିଥିଲେ ସୁରକ୍ଷାକର୍ମୀ । ପୁଲୱାମାରେ ଆତଙ୍କୀ ଏହସାନ୍‌, ସୋପିଆନ୍‌ରେ ଆତଙ୍କୀ ଶାହିଦ୍‌ର ଘର ଓ କୁଲଗାମ୍‌ରେ ଆତଙ୍କୀ ଜାକିରର ଘର ମାଟିରେ ମିଶାଇଛନ୍ତି ସୁରକ୍ଷାକର୍ମୀ । ଜମ୍ମୁ କାଶ୍ମୀର ବିଜବେହାରାରେ ଆତଙ୍କବାଦୀ ଆଦିଲର ଘର ଧ୍ବଂସ ସ୍ତୁପରେ ପରିଣତ ହୋଇଥିଲା । ସେହିପରି ତ୍ରାଲରେ ଆତଙ୍କବାଦୀ ଆସିଫ ଶେଖର ଘରକୁ ଆଇଡି ବ୍ଲାଷ୍ଟ କରି ଉଡାଇ ଦିଆଯାଇଥିଲା । ଦୁଇ ଆତଙ୍କବାଦୀ ପହଲଗାଓଁ ନରସଂହାରରେ ଥିଲେ ସାମିଲ । ଏବେସୁଦ୍ଧା ୬ ଆତଙ୍କୀଙ୍କ ଘର ମାଟିରେ ମିଶିଲାଣି । ସେପଟେ କୁଲଗାମ ଥୋକରପରାରୁ ୨ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ ।

Sponsored
mha-hands-over-investigation-of-pahalgam-terror-attack-to-national-investigation-agency | Argus News