Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜଙ୍ଗଲରେ ନକ୍ସଲଙ୍କୁ ଖୋଜି ଖୋଜି ମାରୁଛି MI-17 !

National

ଜଙ୍ଗଲରେ ନକ୍ସଲଙ୍କୁ ଖୋଜି ଖୋଜି ମାରୁଛି MI-17 !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଜଙ୍ଗଲରେ ନକ୍ସଲଙ୍କୁ ଖୋଜି ଖୋଜି ମାରୁଛି MI-17 !

ମାଓବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ ଅଲଆଉଟ । ଛତିଶଗଡ଼ ତେଲେଙ୍ଗାନା ସୀମାନ୍ତ କେରିଗଟ୍ଟା ଜଙ୍ଗଲରେ ମାଓ ବିରୋଧୀ ଅପରେସନକୁ ଜୋରଦାର କରାଯାଇଛି । ସପ୍ତମ ଦିନରେ ପହଂଚିଲା ଅପରେସନ ଅଲଆଉଟ । ଅପରେସନରେ ୪ଟି MI-17 ହେଲିକପ୍ଟର ସାମିଲ ହୋଇଛି । ୨୦୦ରୁ ଅଧିକ IED ଉଦ୍ଧାର କରି ନଷ୍ଟ କଲେ ସୁରକ୍ଷା ବାହିନୀ । ଠାବ ହେଲା ମାଓବାଦୀଙ୍କ ସୁଡ଼ଙ୍ଗ । ଗୃହମନ୍ତ୍ରୀ କହିଥିଲେ ୨୦୨୬ ମାର୍ଚ୍ଚ ସୁଦ୍ଧା ଶେଷ ହେବ ମାଓବାଦ ।

ଏବେ ଆକାଶରେ ପଇଁତରା ମାରୁଛି ବାୟୁସେନାର ହେଲିକପ୍ଟର MI 17 । ଅତ୍ୟାଧୁନିକ ଡ୍ରୋନ ବି ବ୍ୟବହାର କରାଯାଉଛି । ଛତିଶଗଡ଼ ତେଲେଙ୍ଗାନା ସୀମାନ୍ତ କେରିଗଟ୍ଟା ଜଙ୍ଗଲରେ ଚାଲିଛି ମାଓ ବିରୋଧୀ ଅପରେସନ । ଏଥିରେ ସାମିଲ ହୋଇଛନ୍ତି ୩ ରାଜ୍ୟ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ର ସୁରକ୍ଷା ବାହିନୀ । ମିଳିଥିବା ସୂଚନା ଅନୁସାରେ ୨୦୦ରୁ ଅଧିକ IED ଉଦ୍ଧାର କରି ନଷ୍ଟ କରିଛନ୍ତି ସୁରକ୍ଷା ବାହିନୀ । ସୁରକ୍ଷାବାହିନୀ ଠାବ କରିଛନ୍ତି ସୁଡଙ୍ଗ । ଯେଉଁ ସୁଡଙ୍ଗକୁ ବ୍ୟବହାର କରୁଥିଲେ ମାଓବାଦୀ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଳିଥିବା ସୂଚନା ଅନୁସାରେ ୪୦ରୁ ଅଧିକ ଯବାନ Dehydrationର ଶିକାର ହୋଇଛନ୍ତି । ସେମାନଙ୍କୁ ବିଜୟନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୨ ଜଣ ଯବାନ IED ବିସ୍ଫୋରଣର ଶିକାର ହୋଇ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଏୟାରଲିଫ୍ଟ କରାଯାଇଛି । ସେପଟେ ଛତିଶଗଡ଼ର ଧାମତରୀ ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ଜଙ୍ଗଲରୁ ଉଦ୍ଧାର ହେଲା ୩ଟି କୁକର ବୋମା, ଦୁଇଟି ପାଇପ ବୋମା, ଗୋଟିଏ ଟିଫିନ ବୋମା ଏବଂ ୱାକି ଟକି ।

ବାରମ୍ବାର ଚେତେବନୀ ସତ୍ତ୍ବେ ଆତ୍ମସମର୍ପଣ କରୁନଥିବା ମାଓବାଦୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତ ନକ୍ସଲମୁକ୍ତ ହେବ କହି ମାଓବାଦୀଙ୍କୁ ଶୁଣାଇଛନ୍ତି ଚରମବାଣୀ ।

ଗତ କିଛି ମାସ ହେଲା ମାଓ ଦମନରେ ସୁରକ୍ଷାବାହିନୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ବି ମିଳିଚାଲିଛି । ଗତ ୩ ମାସ ଭିତରେ ୧୩୦ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ରାଜ୍ୟସଭାରେ ବିବୃତି ରଖି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଗୋଟିଏ ବର୍ଷରେ ୪୦୦ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ୧୧୦୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୫୭ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ସେନା ଉପରେ ୫୩ ପ୍ରତିଶତ ଆକ୍ରମଣ ହ୍ରାସ ପାଇଛି । ପୂର୍ବୋତ୍ତର ରାଜ୍ୟର ୧୦,୯୦୦ ଯୁବକ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ।

Sponsored
MI-17 is searching for and killing Naxals in the jungle! | Argus News