Microsoft Layoff News / ମାଇକ୍ରୋସଫ୍ଟ ପକ୍ଷରୁ ୬୦ ହଜାର କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର (VRS) ପ୍ୟାକେଜ ଘୋଷଣା
·1 hour ago·2 min read

Key Points
ଏଆଇ ନେଉଛି ଚାକିରି
୬୦ ହଜାର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଅବସର ପ୍ୟାକେଜ୍ ଘୋଷଣା କଲା ମାଇକ୍ରୋସଫ୍ଟ

ଏଆଇ ନେଉଛି ଚାକିରି । ୬୦ ହଜାର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଅବସର ପ୍ୟାକେଜ୍ ଘୋଷଣା କଲା ମାଇକ୍ରୋସଫ୍ଟ । AI କ୍ଷେତ୍ରରେ ନିଜର ନିବେଶକୁ ଆହୁରି ବଢ଼ାଇବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ ମାଇକ୍ରୋସଫ୍ଟ ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନୀ ପକ୍ଷରୁ ପ୍ରାୟ ୬୦ ହଜାର କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଓହରିଯିବା ପାଇଁ ଏକ ପ୍ୟାକେଜ୍ ପ୍ରଦାନ କରାଯାଉଛି, ଯାହାକି ଏହାର ମୋଟ କର୍ମଚାରୀ ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ।
ମାଇକ୍ରୋସଫ୍ଟର ଜଣେ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଆମେରିକା, କାନାଡ଼ା, ଭାରତ ଏବଂ ବ୍ରିଟେନର ନିର୍ଦ୍ଦିଷ୍ଟ ଟିମରେ କାର୍ଯ୍ୟରତ ଭାଇସ୍ ପ୍ରେସିଡେଣ୍ଟ୍ ଏବଂ ନିମ୍ନସ୍ତରର କର୍ମଚାରୀମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଡାଟା ସେଣ୍ଟର, ସେଲ୍ସ ଏବଂ ମାର୍କେଟିଂ ଭଳି କିଛି ନିର୍ଦ୍ଦିଷ୍ଟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଏହି ପ୍ୟାକେଜ୍ରୁ ବାଦ୍ ଦିଆଯାଇଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏଭଳି ପଦକ୍ଷେପ ନେଇଛି କଂପାନି।
ଏଥି ସହ ପଢନ୍ତୁ: ୧୨ ଲକ୍ଷ ଯୁବକ ହେବେ 'ଡିଜିଟାଲ୍ ମିତ୍ର': ଆସିଲା ବଡ଼ ସୁଯୋଗ, ଦଶମ ପାସ୍ କରିଥିଲେ ହେବ ଚାକିରି...
ମାଇକ୍ରୋସଫ୍ଟର ବିଶ୍ୱବ୍ୟାପୀ ପ୍ରାୟ ୨,୨୩,୦୦୦ କର୍ମଚାରୀ ଅଛନ୍ତି ଏବଂ ୬୦,୦୦୦ କର୍ମଚାରୀ ଏହାର ମୋଟ କର୍ମଚାରୀ ସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଅଟନ୍ତି। ତେବେ, ଏହାର ଅର୍ଥ ଆଦୌ ଏହା ନୁହେଁ ଯେ ୬୦ ହଜାର କର୍ମଚାରୀଙ୍କର ଚାକିରି ଚାଲିଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓରାକଲ ଏବଂ ଆମାଜନ ତୁଳନାରେ ମାଇକ୍ରୋସଫ୍ଟର ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭିନ୍ନ। କାରଣ କିଛି ଦିନ ହେଲା ଅନେକ ଗୁଡ଼ିଏ ଟେକ କମ୍ପାନୀ AIରେ ଇନଭେଷ୍ଟ କରିବା ସହ ବିଜନେସ ଷ୍ଟ୍ରକଚରରେ ପରବର୍ତ୍ତନ କରୁଛି। ଏହି କମ୍ପାନୀଗୁଡ଼ିକ ସିଧା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଉଛି। ଏମିତି ମାଇକ୍ରୋସଫ୍ଟର ଅଫର କର୍ମଚାରୀଙ୍କ ପାଇଁ ନିହାତି ଖାସ ଅଟେ। ଯଦି ଆପଣ ଚାହୁଁଛନ୍ତି ନିଜର କିଛି ବ୍ୟବସାୟ ଆରମ୍ଭ କରିବାକୁ ତେବେ ମାଇକ୍ରୋସଫ୍ଟ କମ୍ପାନୀ ସେହି କର୍ମଚାରୀଙ୍କୁ ସହାୟତା କରିବ।
ମାଇକ୍ରୋସଫ୍ଟ ଏବେ ୬୦ହଜାର କର୍ମଚାରୀଙ୍କୁ ସ୍ବଚ୍ଛାକୃତ ଅବସର ନେବାକୁ ଘୋଷଣା କରିଛି। ତେବେ ମାଇକ୍ରୋସଫ୍ଟର କେତେ କର୍ମଚାରୀ ଏହି ଅଫରକୁ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ମାଇକ୍ରୋସଫ୍ଟର ଏହି ତାଲିକାରେ ସିନିୟର ଏବଂ ଜୁନିୟର କର୍ମଚାରୀ ସାମିଲ
ମାଇକ୍ରୋସଫ୍ଟର ୬୦ ହଜାର କର୍ମଚାରୀଙ୍କ ଏହି ତାଲିକାରେ କେବଳ ଜୁନିୟର କର୍ମଚାରୀ ସାମିଲ ନାହାନ୍ତି। ୭୦ବର୍ଷ ଏବଂ ତା’ଠାରୁ କମ ବୟସର ଲୋକ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଯେଉଁଥିରେ ଭାରତ, କାନାଡ଼ା ଏବଂ ୟୁକେର କର୍ମଚାରୀମାନେ ସାମିଲ ଅଛନ୍ତି। ଏଥିରେ କେତେକ ବରିଷ୍ଠ କର୍ମଚାରୀ ସାମିଲ ଅଛନ୍ତି।

Related Topics
Explore more stories