|
logo
Live

Argus News - ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ମହଙ୍ଗା ହେଲା ଅନଲାଇନ ଖାଦ୍ୟ...ଜୋମାଟୋ, ସ୍ବିଗି ବଢ଼ାଇଲେ ଡେଲିଭରୀ ଚାର୍ଜ

National

Middle East War / ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ମହଙ୍ଗା ହେଲା ଅନଲାଇନ ଖାଦ୍ୟ...ଜୋମାଟୋ, ସ୍ବିଗି ବଢ଼ାଇଲେ ଡେଲିଭରୀ ଚାର୍ଜ

Ritu Das
Browse all articles by Ritu Das
·2 weeks ago·2 min read
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ମହଙ୍ଗା ହେଲା ଅନଲାଇନ ଖାଦ୍ୟ...ଜୋମାଟୋ, ସ୍ବିଗି ବଢ଼ାଇଲେ ଡେଲିଭରୀ ଚାର୍ଜ
India

Key Points

ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ପୁଣିଥରେ ଫି ବୃଦ୍ଧି କରିଛି। ଗତ ଶୁକ୍ରବାର ଠାରୁ, କମ୍ପାନୀ ପ୍ରତି ଅର୍ଡର ପାଇଁ ତାର ପ୍ଲାଟଫର୍ମ ଫି 12.50 ରୁ 14.90 କୁ ବୃଦ୍ଧି କରିଛି।
ଯୁଦ୍ଧ ପାଇଁ ପଡ଼ିଲା ପୁଣି ବଡ଼ ପ୍ରଭାବ। ଯେଉଁମାନେ ପ୍ରତିଦିନ ଅନଲାଇନ ଫୁଡ ଉପରେ ନିର୍ଭର କରନ୍ତି ଏହି ଖବର ସେମାନଙ୍କ ପାଇଁ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ପୁଣିଥରେ ଫି ବୃଦ୍ଧି କରିଛି। ଗତ ଶୁକ୍ରବାର ଠାରୁ, କମ୍ପାନୀ ପ୍ରତି ଅର୍ଡର ପାଇଁ ତାର ପ୍ଲାଟଫର୍ମ ଫି 12.50 ରୁ 14.90 କୁ ବୃଦ୍ଧି କରିଛି, ଯାହା 2.40 ବୃଦ୍ଧି ପାଇଛି। ଦେଶର ଅଗ୍ରଣୀ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋ ଏହାର ପ୍ଲାଟଫର୍ମ ଫି’ରେ ପାଖାପାଖି ୨୦ ପ୍ରତିଶତ ବୃଦ୍ଧି କରିଛି। ଶୁକ୍ରବାର, ୨୦ ମାର୍ଚ୍ଚ ୨୦୨୬ରୁ ଏହି ନୂତନ ଦର ଲାଗୁ ହୋଇଛି। ଜୋମାଟୋ ନିଜର ପ୍ରତି ଅର୍ଡର ପିଛା ବଢ଼ାଇଛି ୨ଟଙ୍କା ୪୦ ପଇସା, ଫଳରେ ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ବୋଝ ।

ମିଡିଲ ଇଷ୍ଟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ଭାରତ ଉପରେ ପଡୁଛି । ଜୋମାଟୋର ପ୍ଲାଟଫର୍ମ ଫିସ୍ ପ୍ରତି ଅର୍ଡର ୧୨ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୧୪ଟଙ୍କା ୯୦ ପଇସା ହୋଇଛି। ଶେଷ ବୃଦ୍ଧି ସେପ୍ଟେମ୍ବର ୨୦୨୫ରେ ହୋଇଥିଲା। ଏହି ସମୟରେ, ପ୍ରତିଦ୍ୱନ୍ଦ୍ବି ସ୍ୱିଗି ପୂର୍ବରୁ ପ୍ରତି ଅର୍ଡର ପାଇଁ ୧୪ ଟଙ୍କା ୯୯ ପଇସା ଆଦାୟ କରୁଛି, ଯେଉଁଥିରେ ଟ୍ୟାକ୍ସ ବି ସାମିଲ ରହିଛି । ଏହି ବର୍ଦ୍ଧିତ ଶୁଳ୍କ ଜୋମାଟୋ ଗୋଲ୍ଡ ମେମ୍ଵରଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହି ପରିବର୍ତ୍ତନ ୟୁଜରଙ୍କ ବଜେଟକୁ ପ୍ରଭାବିତ କରିବ। ଏବେ ପ୍ଲାଟଫର୍ମ ଫି’ ବୃଦ୍ଧିରେ ମୋଟ୍ ବିଲ୍ ଆହୁରି ଅଧିକ ହୋଇଯିବ। ଅର୍ଥାତ୍ ଯେଉଁ ଖାଦ୍ୟ ପୂର୍ବରୁ ୩୦୦-୪୦୦ ଟଙ୍କାରେ ମିଳି ଯାଉ ଥିଲା , ତାହା ଏବେ କିଛି ମହଙ୍ଗା ଅନୁଭବ ହେବ। ସୂଚନା ଯେ, ଏହି ପ୍ଲାଟଫର୍ମ ଫି’ ଜିଏସଟି (GST), ରେଷ୍ଟୁରାଣ୍ଟ ଚାର୍ଜ ଏବଂ ଡେଲିଭରି ଫି’ ଠାରୁ ସମ୍ପୂର୍ଣ୍ଣ ଅଲଗା ରହିବ। ଏହି ୧୪.୯୦ ଟଙ୍କା ଉପରେ ପୁଣି ୧୮% ଜିଏସଟି ଲାଗିବା ପରେ ଗ୍ରାହକଙ୍କୁ ପ୍ରାୟ ୧୭.୫୮ ଟଙ୍କା କେବଳ ପ୍ଲାଟଫର୍ମ ଫି’ ବାବଦରେ ଦେବାକୁ ପଡ଼ିବ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଡେଲିଭରି ଖର୍ଚ୍ଚ ବଢ଼ିଛି। ଏହା ବ୍ୟତୀତ କମ୍ପାନୀ ନିଜର ମାର୍ଜିନ ଏବଂ ପ୍ରଫିଟକୁ ସୁଧାରିବା ପାଇଁ ଏହି ନିଷ୍ପତ୍ତି ନେଇଛି। ଜୋମାଟୋ ଦୈନିକ ପ୍ରାୟ ୨୨ ରୁ ୨୫ ଲକ୍ଷ ଅର୍ଡର ପାଇଥାଏ, ତେଣୁ ମାତ୍ର ୨ ଟଙ୍କାର ବୃଦ୍ଧି କମ୍ପାନୀ ପାଇଁ ମାସିକ କୋଟି କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଆଣି ପାରିବ।

ଲାଭ କେତେ ହେବ?
ରିପୋର୍ଟ କରାଯାଉଛି ଯେ ପ୍ରତି ଅର୍ଡର ପାଇଁ ପ୍ଲାଟଫର୍ମ ଫିସ୍ ରେ ୨.୪୦ ଟଙ୍କା ବୃଦ୍ଧି କରାଯିବା ଦ୍ୱାରା ପ୍ରତି ତିନି ମାସରେ ପ୍ରାୟ ୬୪-୬୫ କୋଟି ଟଙ୍କାର ଅତିରିକ୍ତ ଲାଭ ମିଳିବ ବୋଲି ଆଶା କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Middle East War: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ମହଙ୍ଗା ହେଲା ଅନଲାଇନ ଖାଦ୍ୟ...ଜୋମାଟୋ, ସ୍ବିଗି ବଢ଼ାଇଲେ ଡେଲିଭରୀ ଚାର୍ଜ | Argus News