Fighter Jet / ଶେଷ ହେବ ୬ ଦଶନ୍ଧିର ଯାତ୍ରା , ବିଦାୟ ନେବ ବାୟୁସେନାର ଲଢ଼ୁଆ ବିମାନ ମିଗ୍-୨୧

Key Points
୬ ଦଶନ୍ଧି ଧରି ବାୟୁସେନାର ଏକ ସୁଦୃଢ଼ ଅଂଶ ଥିଲା ମିଗ୍-୨୧ । ଶତ୍ରୁମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ମିଗ୍-୨୧କୁ ଏକ ଭିନ୍ନ ଏବଂ ସ୍ୱତନ୍ତ୍ର ଉପାୟରେ ବିଦାୟ ଦେବାକୁ ବାୟୁସେନା ପ୍ରସ୍ତୁତ ।
ଶେଷ ହେବ ୬ ଦଶନ୍ଧିର ଯାତ୍ରା । ଆଜି ବାୟୁସେନାରୁ ବିଦାୟ ନେବ ଦେଶର ପ୍ରଥମ ସୁପରସୋନିକ୍ ଲଢ଼ୁଆ ବିମାନ ମିଗ୍-୨୧ । ୬ ଦଶନ୍ଧି ଧରି ବାୟୁସେନାର ଏକ ସୁଦୃଢ଼ ଅଂଶ ଥିଲା ମିଗ୍-୨୧ । ଶତ୍ରୁମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ମିଗ୍-୨୧କୁ ଏକ ଭିନ୍ନ ଏବଂ ସ୍ୱତନ୍ତ୍ର ଉପାୟରେ ବିଦାୟ ଦେବାକୁ ବାୟୁସେନା ପ୍ରସ୍ତୁତ । ସେବାରୁ ନିବୃତ୍ତ ପୂର୍ବରୁ ମିଗ୍ ବିମାନକୁ ୱାଟର୍ ସାଲ୍ୟୁଟ୍ ପ୍ରଦାନ କରାଯାଇଛି।
କେଉଁଠି ଦିଆଯିବ ବିଦାୟ ?
ଆଜି ଚଣ୍ଡିଗଡ଼ ବାୟୁସେନା ଘାଟିରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । କାରଣ ଚଣ୍ଡିଗଡରେ ହିଁ ମିଗ୍-୨୧ ଭାରତର ବାୟୁସେନା ସହ ୧୯୬୩ ମସିହାରେ ସାମିଲ ହୋଇଥିଲା । ଯୁକ୍ତରାଷ୍ଟ୍ରର U-2 ପରି ଗୁପ୍ତଚର ବିମାନଗୁଡିକର ମୁକାବିଲା କରିବା ପାଇଁ ଏହି 13 ଜଣିଆ ବ୍ୟାଚ୍ ବିମାନକୁ ଉଡ଼ାଣ କରାଯାଇଥିଲା । ତେବେ ଏହି ସମାରୋହରେ ମିଗ୍-୨୧ ଏକ ସ୍ୱତନ୍ତ୍ର ଫ୍ଲାଏପାଷ୍ଟ ପାଇଁ ଚଣ୍ଡିଗଡ଼ର ଆକାଶକୁ ଶେଷ ଥର ପାଇଁ ଉଡ଼ାଣ କରିବ। ୯୦ମିନିଟ୍ର ବିଦାୟ ଉତ୍ସବରେ ଗାର୍ଡ ଅଫ୍ ଅନର, ସ୍ମାରକୀ ପ୍ରଦର୍ଶନ କରାଯିବ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ରହିବେ ।
ମିଗ୍-୨୧ର ଇତିହାସ
ଏପ୍ରିଲ ୧୯୬୩ରୁ ଉଡାଣ ଆରମ୍ଭ କରିଥିଲା MiG-21 । ଏହି ବିମାନ ୧୯୬୫, ୧୯୭୧, ୧୯୯୯ ଓ ୨୦୧୯ରେ ପ୍ରମୁଖ ସାମରିକ ଅଭିଯାନରେ ଅଂଶଗ୍ରହଣ କରିଛି। MiG-21 ହେଉଛି ଏକ ହାଲୁକା ସିଙ୍ଗଲ ପାଇଲଟ୍ ଲଢ଼ୁଆ ବିମାନ। ଏହି ଯୁଦ୍ଧ ବିମାନ ୧୮ ହଜାର ମିଟର ଉଚ୍ଚତାରେ ଉଡ଼ିପାରୁଥିଲା। ଆକାଶରୁ ଆକାଶରେ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ଓ ବୋମା ବହନ କରିବାରେ ଥିଲା ସକ୍ଷମ । ବର୍ଷ ପରେ ବର୍ଷ ଏହାର ଯନ୍ତ୍ରପାତିକୁ ଆହୁରି ଉନ୍ନତ କରାଯାଉଥିଲା । ଭାରତ ରୁଷର ସାମରିକ ସମ୍ପର୍କରେ ଏହା ଏକ ବଡ ଭୂମିକା ନିଭାଇଥିଲା । ଏବେ ବି ଠିକ ସେମିତି ଦୃଢ ଏବଂ ଶକ୍ତ ଅଛି ଏହି ବିମାନ ।
ଭାରତୀୟ ବାୟୁସେନାରେ ମିଗ୍-୨୧ର ଅବଦାନ
📱 Get Argus News App
✨ଦୀର୍ଘ ୬୨ ବର୍ଷ ଧରି ଭାରତୀୟ ସେନାକୁ ସାମରିକ କ୍ଷେତ୍ରରେ ଶକ୍ତି ଯୋଗାଉଥିଲା MiG-21 । ଗତ ୬୦ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ମିଗ -୨୧ କ୍ରାସ୍ ହୋଇଥିବାବେଳେ ପ୍ରାୟ ୨୦୦ ପାଇଲଟଙ୍କର ଜୀବନ ଯାଇଛି। ୨୦୧୦ ପରେ ୨୦ରୁ ଅଧିକ ବିମାନ କ୍ରାସ ହୋଇଥିଲା । ମିଗ୍ -୨୧କୁ LCA ତେଜସ୍ MK1A ରିପ୍ଲେସ କରିବାର ଯୋଜନା ଥିଲା। କାରଣ ତେଜସ ହେଉଛି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଂପୂର୍ଣ୍ଣ ଭାରତୀୟ ଯୁଦ୍ଧ ବିମାନ। ଯାହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସୀ ମିଳିତ ଭାବେ ନିର୍ମାଣ କରିଛନ୍ତି।
ଅଧିକ ପଢନ୍ତୁ : ୬୨ ବର୍ଷ ପରେ ଭାରତୀୟ ବାୟୁସେନାରୁ ଅବସର ନେବ ମିଗ୍-୨୧
କିନ୍ତୁ ତେଜସ୍ ର ଉତ୍ପାଦନରେ ବିଳମ୍ବ ଯୋଗୁଁ ଅଧିକ ସମୟ ଯାଏଁ ମିଗ୍ -୨୧ କୁ ସେବାରେ ରଖାଯାଇଥିଲା।ଏହାର ଦ୍ରୁତ ଗତି , ଉପରକୁ ଉଠିବାର ଶକ୍ତି ଭାରତକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରୁଥିଲା । ଯେତେବେଳେ ଭାରତର ସାମରିକ ବ୍ୟବସ୍ଥା ନୂଆ ଥିଲା ।
Related Topics
Explore more stories