Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅପେରସନ୍ ସିନ୍ଦୂରର ସଫଳତା ରାଷ୍ଟ୍ରପତିଙ୍କୁ ଜଣାଇଲେ CDS ଅନୀଲ ଚୌହ୍ୱାନ

National

ଅପେରସନ୍ ସିନ୍ଦୂରର ସଫଳତା ରାଷ୍ଟ୍ରପତିଙ୍କୁ ଜଣାଇଲେ CDS ଅନୀଲ ଚୌହ୍ୱାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅପେରସନ୍ ସିନ୍ଦୂରର ସଫଳତା ରାଷ୍ଟ୍ରପତିଙ୍କୁ ଜଣାଇଲେ CDS ଅନୀଲ ଚୌହ୍ୱାନ

Key Points

ସୁପ୍ରିମ୍ କମାଣ୍ଡରଙ୍କୁ ଭେଟିଲେ CDS ଓ ୩ ସେନାମୁଖ୍ୟ
ଅପେରସନ୍ ସିନ୍ଦୂରର ସଫଳତା ରାଷ୍ଟ୍ରପତିଙ୍କୁ ଜଣାଇଲେ CDS ଅନୀଲ ଚୌହ୍ବାନ
ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କଲେ ମହାମହିମ
ଦେଶବାସୀଙ୍କ ସୁରକ୍ଷା ନିଶ୍ଚିତ କରିବାରେ ସଫଳ ଅପରେସନ ସିନ୍ଦୁର
ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ସୁରକ୍ଷା ବାହିନୀର ସଂକଳ୍ପ

ସଶକ୍ତ ଭାରତ...ସୁରକ୍ଷିତ ରାଷ୍ଟ୍ର । ଶତ୍ରୁକୁ ମୁହଁତୋଡ ଜବାବ ଦେବାକୁ ସକ୍ଷମ ଭାରତୀୟ ସେନା ଉପରେ ଦେଶବାସୀଙ୍କ ଅଖଣ୍ଡ ବିଶ୍ବାସ । ଦେଶର ସୀମା ଓ ଦେଶବାସୀଙ୍କ ସୁରକ୍ଷାକୁ ନିଶ୍ଚିତ କରୁଥିବା ସିଡିଏସ ଓ 3 ସେନାମୁଖ୍ୟ, ଦେଶର 3 ସେନାର ସୁପ୍ରିମ୍ କମାଣ୍ଡରଙ୍କୁ ଭେଟି ଅପରେସନ ସିନ୍ଦୁର ବିଷୟରେ ଦେଇଛନ୍ତି ସବିଶେଷ ସୂଚନା । ରାଷ୍ଟ୍ରପତି ଭବନରେ ଚିଫ୍ ଅଫ୍ ଡିଫେନସ୍ ଷ୍ଟାଫ ଅନୀଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୈସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଏ ପି ସିଂହ ମହାମହିମଙ୍କ ସହ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା କରିଛନ୍ତି । ଅପରେସନ ସିନ୍ଦୂର ମାଧ୍ୟମରେ ସାରା ବିଶ୍ବ ଦେଖିଛି ଭାରତୀୟ ସେନା ପରାକ୍ରମ । ଏହା ଥିଲା ଦେଶବାସୀଙ୍କ ଭାବନା ପ୍ରତି ସମ୍ମାନ । ପହଲଗାମରେ ଭାରତର ଝିଅଙ୍କ ମଥାରୁ ସିନ୍ଦୁର ଲିଭାଇଥିବା ଆତଙ୍କଙ୍କ ଆଡ୍ଡା ଧ୍ବଂସ କରିଥିବାରୁ ସେନାକୁ ଭୂୟସୀ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏପଟେ ପହଲଗାମ ହମଲା ପରେ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଯୁଦ୍ଧ ବିରାମ ପରେ ହୋଇଥିବା ଏ ପ୍ରଥମ ସିସିଏସ ବୈଠକରେ ପରବର୍ତ୍ତୀ ପଦକ୍ଷେପକୁ ନେଇ ହୋଇଛି ପୁଙ୍ଖାନୁପୁଙ୍ଖ ଆଲୋଚନା । ଯୋଗଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାର ଅଧିକାରୀ। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନର ଅଗ୍ରଗତି, ଗୁପ୍ତଚର ସ୍ଥିତି, ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ ସହ ଭବିଷ୍ୟତ ରଣନୀତି ଉପରେ ହୋଇଛି ଆଲୋଚନା ।


ପହଲଗାମ ଆକ୍ରମଣର ବଦଲା ପାଇଁ ଭାରତର ଅପରେସନ ସିନ୍ଦୂରରେ ମାଟି କାମୁଡ଼ିଛି ପାକିସ୍ତାନ। ପ୍ରଥମେ ନିର୍ଦ୍ଦିଷ୍ଟ ଆକ୍ରମଣରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ ହେଲା। ନିପାତ ହେଲେ ଶତାଧିକ ଆତଙ୍କବାଦୀ । ଭାରତର ଆକ୍ରମଣରେ ବିଚଳିତ ପାକିସ୍ତାନ ପାଲଟା ଆକ୍ରମଣ କଲା। LoCରେ ସାଧାରଣ ନାଗରିକଙ୍କ ଉପରେ ଗୁଳିମାଡ଼ ସାଙ୍ଗକୁ ଭାରତର ସାମରିକ ଠିକଣା ଉପରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିବାକୁ ଉଦ୍ୟମ କଲା। ଜବାବରେ ଜୋରଦାର ପ୍ରହାର କରି ଭାରତ ପାକିସ୍ତାନର ଅନେକ ସାମରିକ ଠିକଣା ଓ ଏୟାରବେସରେ ଖେଳାଇଲା ଧ୍ବଂସର ତାଣ୍ଡବ। ଏଥିରେ ଭୟଭୀତ ପାକିସ୍ତାନ ଶରଣ ପଶିବା ସହ ଅସ୍ତ୍ରବିରତି ପାଇଁ ଗୁହାରି କରିବାରୁ ବନ୍ଦ ହୋଇଥିଲା ଆକ୍ରମଣ। ଅପରେସନ ସିନ୍ଦୁର ସ୍ଥଗିତ ହୋଇଛି, କିନ୍ତୁ ଆତଙ୍କବାଦୀ ସୀମା ଲଙ୍ଘିଲେ ଜବାବ ଦେବାକୁ ସଜାଗ ରହିଛି ଭାରତୀୟ ସେନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
military-chiefs-cds-brief-president-murmu-on-operation-sindoor | Argus News